ସୂର୍ଯ୍ୟ ମୀନ ରାଶିରେ ପ୍ରବେଶ କରିବା ପରେ ହେବ ଏପରି ପରିବର୍ତ୍ତନ,ଜାଣନ୍ତୁ କ’ଣ କହୁଛି ଭାରତର କୁଣ୍ଡଳୀ

ଆସନ୍ତା ରିବିବାର ଅର୍ଥାତ ମାର୍ଚ୍ଚ ୧୪ ତାରିଖ ୨୦୨୧ ରେ ପଡ଼ୁଛି ମୀନ ସଂକ୍ରାନ୍ତୀ । ଏହି ଦିନ ସଂଧ୍ୟା ୫ଟା ୫୫ ମିନିଟ୍‌ରେ ସୂର୍ଯ୍ୟ ଦେବ ନିଜର ମିତ୍ର ବୃହସ୍ପତିଙ୍କ ଅଧିପତି ଘର ମୀନ ରାଶିକୁ ପ୍ରବେଶ କରିବେ । ସୂର୍ଯ୍ୟଙ୍କ ଏହି ପରିବର୍ତ୍ତନ ପ୍ରତି ରାଶିକୁ ପ୍ରଭାବିତ କରିବା ସହ ଦେଶର କୁଣ୍ଡଳୀରେ ମଧ୍ୟ ପରିବର୍ତ୍ତନ ଘଟାଇବ ।

sun
photo credit: pavitra jyotish kendra

ଫଳରେ ଦେଶର ମୁଦ୍ରା ଭଣ୍ଡାର ଉପରେ ଏହାର ପ୍ରଭାବ ପଡ଼ିବ 

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ସୂର୍ଯ୍ୟଙ୍କର ଏହି ପରିବର୍ତ୍ତନ ଦେଶର ସମ୍ମାନ ବଢ଼ାଇପାରେ । ହେଲେ ଏହାର ପ୍ରଭାବରେ ଆର୍ଥିକ ଦିଗରେ କିଛି ସମସ୍ୟା ଦେଖାଦେବ । ସୂର୍ଯ୍ୟଙ୍କର ଏହି ପରିବର୍ତ୍ତନ ଯୋଗୁ ଭାରତର ଜନ୍ମ କୁଣ୍ଡଳୀ ଅନୁଯାୟୀ ଏହା ୧୧ ତମ ଘର ବା ଆୟ ଭାଗରେ ପଡ଼ୁଛି । ଯାହାଦ୍ୱାରା ଭାରତର ଆର୍ଥିକ ସ୍ଥିତି ଉପରେ ପ୍ରଭାବ ପକାଇବ । ମାନ୍ୟତା ଅନୁଯାୟୀ ସୂର୍ଯ୍ୟ ଯେଉଁ ସ୍ଥାନକୁ ଯାଆନ୍ତି ସେହି ସ୍ଥାନକୁ ଜଳାଇ ଦେଇଥାନ୍ତି । ଯେହେତୁ ଏହା ଭାରତ କୁଣ୍ଡଳୀର ଆୟ ସ୍ଥାନରେ ପଡ଼ୁଛି । ଏହା ଭାରତର ଆର୍ଥିକ କ୍ଷେତ୍ରରେ ଅଭାବ ସୃଷ୍ଟି କରିପାରେ ।

ବୃହସ୍ପତି ଦୁସ୍ପ୍ରଭାବକୁ କମ୍‌ କରିବାରେ ସକ୍ଷମ

ମୀନ ରାଶିର ସ୍ୱାମୀ ବୃହସ୍ପତି ହୋଇଥିବାରୁ ଏହା ସୂର୍ଯ୍ୟଙ୍କର ମିତ୍ର ଅଟନ୍ତି । ତେଣୁ ସୂର୍ଯ୍ୟଙ୍କର ଦୁସ୍ପ୍ରଭାବକୁ କମ୍‌ କରିବାରେ ସକ୍ଷମ ହେବେ । ତେଣୁ ଭାରତ ପାଇଁ ଏହି ସମୟ ଭଲ ରହିବ । ଭାରତ ସ୍ଥିତିକୁ ମଜଭୁତ କରିବ । ଫଳରେ ଭାରତ ପ୍ରତି ବିଶ୍ୱରେ ବିଶ୍ୱାସ ବଢ଼ିବା ସହ ଭାରତକୁ ସ୍ଥାପିତ କରିବ ।

Leave A Reply

Your email address will not be published.