ଏବେ ଖାଲି ସମୁଦ୍ର କୂଳ ନୁହେଁ ସମୁଦ୍ର ଗଭୀର ମଧ୍ୟକୁ ଯିବାକୁ ଅନୁମତି ଦେଇପାରିବ ଏହି ଗାଡି

ସମୁଦ୍ର କୂଳକୁ ଯିବାକୁ କେତେ ଭଲଲାଗେ । ସମୁଦ୍ର କୂଳର ସୌନ୍ଦର୍ଯ୍ୟ ଆଗରେ ସତେ ଯେମିତି ଆଉ ସବୁ ଫିକା । ଖାଲି ସୌନ୍ଦର୍ଯ୍ୟ ନୁହେଁ ଶାନ୍ତି ଖୋଜିବାକୁ ବି ଯାଇଥାନ୍ତି ଅନେକ । ଆଉ ସେହି ସ୍ଥାନ ଏଭଲି ଯେଉଁଠୁ ଫେରିବାକୁ ଇଚ୍ଛା ହୁଏନି । ସେହି ସମୁଦ୍ରକୁ ନେଇ ଆଉ ଏକ କଥା ଆମେ ଆପଣଙ୍କୁ କହିବୁ ଯାହା ଶୁଣିଲେ ଆପଣଙ୍କ ଖୁସି ଦ୍ୱିଗୁଣ ହେବ । କାରଣ ଆପଣ ଏବେ ଖାଲି ସମୁଦ୍ର କୂଳରେ ନୁହେଁ ସମୁଦ୍ର ଭିତରେ ବି ବୁଲିପାରିବେ । କେମିତି ଜାଣନ୍ତୁ ।

ଏବେ ସମୁଦ୍ର ଲହଡି ଉପରେ ନୁହେଁ ବରଂ ସମୁଦ୍ର ଭିତରେ ବି ସଫର କରିପାରିବେ ସାଧାରଣ ଯାତ୍ରୀ । ନେଦରଲ୍ୟାଣ୍ଡ କମ୍ପାନୀ ୟୁ ବୋର୍ଟ ୱର୍କ୍ସ ଏକ ଖାସ ସବମରିନ ପ୍ରସ୍ତୁତ କରିଛନ୍ତି ଯାହା ଡିପ ସି ଟ୍ରାଭେଲିଙ୍ଗର ମଜା ଦେବ । ଏହା ଅନେକ ପ୍ରକାରରେ ଖାସ ଅଟେ । ଯେମିତିକି ଡିପ ସି ଡ୍ରାଇଭିଙ୍ଗ ଓ ସ୍କୁବା ଡ୍ରାଇଭିଙ୍ଗ ସମୟରେ ସମୁଦ୍ର ଗଭୀର ମଧ୍ୟକୁ ୧୮ର ୩୦କିଲୋମିଟର ମଧ୍ୟକୁ ଯାଇ ହୋଇଥାଏ । କିନ୍ତୁ ନୂଆ ସବମରିନ ଦ୍ୱାରା ଯାତ୍ରୀ ୨୦୦ ମିଟର ଗଭୀର ପର୍ଯ୍ୟନ୍ତ ପହଞ୍ଚିପାରିବ ।

ନେଦରଲ୍ୟାଣ୍ଡ କମ୍ପାନୀ ୟୁ ବାର୍ଟ ୱାର୍କ୍ସ ସବମରିନକୁ ନେକ୍ସସ ସିରିଜ ଆଦାରରେ ଲଞ୍ଚ କରିଛି । ଏଥିରେ ବସିଥିବା ଲୋକ ଯେମିତି ସମୁଦ୍ରର ସୌନ୍ଦର୍ଯ୍ୟର ମଜା ଉଠାଇପାରିବେ ସେଥିପାଇଁ ସିବଲିଙ୍ଗ ଚେୟାର ଲଗାଯାଇଛି । ଏହି ଚେୟାର ସାହାଯ୍ୟରେ ଯାତ୍ରୀ ୩୬୦ ଡିଗ୍ରୀ ଯାଏଁ ଦେଖିପାରିବ । ଅର୍ଥାତ ନିଜ ଚାରିପାଖର ନେଚରକୁ ଦେଖିପାରିବ ଓ ତାକୁ କ୍ୟାପଚର କରିପାରିବ ।

ଏକ ରିପୋର୍ଟ ହିସାବରେ ଏହି ସବମରିଜ ଯାତ୍ରୀଙ୍କୁ ନେଇ ୬୫୬ଫିଟ ଗଭୀର ଯାଏଁ ଯାଇପାରିବ । ପାଖାପାଖି ୧୮ଘଣ୍ଟା ପର୍ଯ୍ୟନ୍ତ ଏହି ସବମରିନ ସମୁଦ୍ର ଭିତରେ ରହିପାରିବ । ୫୦ରୁ ୮୦କିଲୋମିଟର ପର୍ଯ୍ୟନ୍ତ ବାଟ ଯିବା ପାଇଁ ସକ୍ଷମ ଅଟେ । କମ୍ପାନୀର କହିବା କଥା କି ଏଥିରେ ୬ ଜଣ, ଦୁଇଟି ପିଲା ଓ ଜଣେ ପାଇଲଟ ବସିପାରିବ । ଟେକନିକାଲି ଯଦିଓ ୯ଜଣଙ୍କ ବସିବାର ବ୍ୟବସ୍ଥା ରହିଛି । କିନ୍ତୁ ଛୋଟ ପିଲା ଓ ପାଇଲଟକୁ ହଟାଇ ଦିଆଯାଏ ତେବେ ୭ଜଣ ଯାତ୍ରୀ ବସିପାରିବେ ।

କମ୍ପାନୀ ହିସାବରେ ଏହି ସବମରିନରେ ଜଣେ ଯାତ୍ରୀକୁ ଯାତ୍ରା କରିବା ପାଇଁ ଏତେ ଜାଗା ମିଳିଛି କି ଯେଉଁଥିରେ ୯୦୦ ଲିଟର ପାଣିର କ୍ଷମତା ଭଳି । ପାଇଲଟର ଦୁଇ ପାର୍ଶ୍ୱରେ ଲଗ୍ଜରୀ ଫୁଲ ସାଇଡ ବିଜନେସ ଫ୍ଲାସ ସିଟ ଲଗାଯାଇଛି । ଏହି ସିଟକୁ କଷ୍ଟମାଇଜ ମଧ୍ୟ କରାଯାଇପାରିବ । ଏହି ସବମରିନରେ ଖାସ ପ୍ରୋପେଲର୍ସ ଲଗାଯାଇଛି । ଯାହା ସାହାୟ୍ୟରେ ଏହା ପାଣିରେ ଆଗକୁ ବଢିପାରେ ।

କମ୍ପାନୀ ଦାବି କରିଛି କି ନୂଆଁ ସବମରିନ ସ୍କୁବା ଡାଇଭିଙ୍ଗ ତୁଳନାରେ ଯାତ୍ରୀଙ୍କ ପାଇଁ କାଫି ସୁରକ୍ଷିତ ଅଟେ । ମିଡିଆ ରିପୋର୍ଟରେ ଦାବି କରାଯାଇଚି ଖି ଏହି ସବମରିନର ପ୍ରାରମ୍ଭୀକ ମୂଲ୍ୟ ୪୫କୋଟି ହୋଇପାରେ । ଯଦିଓ କମ୍ପାନୀ ଅଧିକାରୀକ ହିସାବରେ କୌଣସି ସୂଚନା ଦେଇନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.