ଶିକ୍ଷକଙ୍କର ବଦଳି ହେବା ପରେ ତାଙ୍କ ଗୋଡ଼ ଧୋଇ ସମ୍ମାନର ସହ ଏମିତି ବିଦାୟ ଦେଲେ ଗ୍ରାମବାସୀ, ଦେଖନ୍ତୁ ମନକୁ ଛୁଇଁଯିବା ଭଳି ଭିଡିଓ
ସୋସିଆଲ ମିଡିଆରେ ଜଣେ ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଉଥିବା ବେଳର ଭିଡିଓ ଖୁବ୍ ଭାଇରାଲ ହେଉଛି। ଗାଁର ସରକାରୀ ସ୍କୁଲ ଶିକ୍ଷକଙ୍କ ଟ୍ରାନ୍ସଫର ହେବାରୁ ଲୋକମାନେ ତାଙ୍କୁ ଖୁବ୍ ଦୁଃଖରେ ବିଦାୟ ଦେଇଛନ୍ତି। ଲୋକମାନେ ତାଙ୍କ ପାଦ ଧୋଇବା ସହ କାନ୍ଧରେ ବସାଇ, ଡ୍ରମ୍ ବଜାଇ ଡ୍ୟାନ୍ସ କରି କରି ବିଦା କରିଥିଲେ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓକୁ ଆଇଏଏସ୍ ଅଫିସର ଏମ୍.ଭି ରାଓ ଟ୍ଵିଟରରେ ସେୟାର କରିଛନ୍ତି।
ଆନ୍ଧ୍ର ପ୍ରଦେଶ ବିଜୟନଗରମ୍ ଜିଲ୍ଲାର ଗୁମ୍ମା ଲକ୍ଷ୍ମୀପୁରମ୍ ଗାଁର ମଲଗୁଗୁଡା ସରକାରୀ ସ୍କୁଲର ଶିକ୍ଷକ ନରେନ୍ଦ୍ର ଗୌଡୁଙ୍କ ଟ୍ରାନ୍ସଫର ହୋଇଥିଲା। ଶେଷ ଦିନରେ ଗାଁ ଲୋକେ ତାଙ୍କ ପାଦ ଧୋଇ ଦେବା ସହ କାନ୍ଧରେ ବସାଇ ଗାଁ ବୁଲାଇଥିଲେ। ଏଥିସହ ପାରମ୍ପରିକ ନୃତ୍ୟ କରି ତାଙ୍କ ମନୋରଞ୍ଜନ କରିଥିଲେ।
Interesting video clip
shared on social media!Tribal Village residents giving
warm send off to their teacher
who is going out on transfer!Vijayanagaram district
Village Gumma Lakshmipuram pic.twitter.com/GFxLdUuRx5— Dr. M V Rao, IAS (@mvraoforindia) February 2, 2021
ଏହି ଭିଡିଓ ସେୟାର କରି ଆଇଏଏସ୍ ଅଫିସର କ୍ୟାପସନ୍ରେ ଲେଖିଛନ୍ତି, ଖୁବ୍ ସୁନ୍ଦର ଭିଡିଓ କ୍ଳିପ୍ ସୋସିଆଲ ମିଡିଆରେ ସେୟାର କରାଯାଇଛି। ଟ୍ରାନ୍ସଫର ହେବାରୁ ଆଦିବାସୀ ଗାଁ ଲୋକେ ଶିକ୍ଷକଙ୍କୁ ଅତି ସମ୍ମାନର ସହ ବିଦାୟ ଦେଇଛନ୍ତି।
ଏହି ଭିଡିଓକୁ ଫେବ୍ରୁଆରୀ ୨ ତାରିଖରେ ସେୟାର କରାଯାଇଥିବା ବେଳେ ଏବେ ଯାଏଁ ପ୍ରାୟ ୮ ହଜାର ଲୋକ ଏହାକୁ ଦେଖିସାରିଲେଣି। ସେହିପରି ୭୦୦ରୁ ଊର୍ଦ୍ଧ୍ୱ ଲୋକେ ଏଥିରେ ଲାଇକ୍ ଦେଇଛନ୍ତି। ଦେଖନ୍ତୁ କିଛି ଲୋକଙ୍କ ରିଆକ୍ସନ୍…
What a joy to watch this teacher’s who was given so much respect definitely made difference in their lives .. truly simple way to show respect & love
— Nisha rai (@nisharai_ggc) February 2, 2021
This is so heartwarming to watch..😊pure innocence, respect and affection
— Kranthiquotes (@kranthimirinda) February 2, 2021
That is very appreciative…. Thanks to village for warm fairwel to that teacher ….FOR JOKE SPOT …teacher is thinking … Kahi gir na jawoo ( fear of fall ) 😁😁😁
— Abhishek (@Abhishe93045767) February 2, 2021
These people know the value of education
— niranjankumar (@niranjankantam1) February 2, 2021