ସ୍ପେଶାଲ

୩୩୦ ଫୁଟ ଉପରୁ ଖସିଲା ଟ୍ରକ, ଝୁଲନ୍ତା ଅବସ୍ଥାରେ ୩ଦିନ ପରେ ସୁରକ୍ଷିତ ଭାବେ ଡ୍ରାଇଭରଙ୍କୁ କରାଗଲା ଉଦ୍ଧାର :ଚୀନ

ପ୍ରତିବର୍ଷ ଦୁନିଆରେ ଅନେକ ସଡ଼କ ଦୁର୍ଘଟଣା ଖବର ସାମ୍ନାକୁ ଆସିଥାଏ। ଯାହାକୁ ଶୁଣିବା ପରେ ରାସ୍ତାରେ ଯିବା ପାଇଁ ଆମ ମନରେ ଭୟ ଆସିଯାଏ। କିନ୍ତୁ କିଛି ଲୋକଙ୍କ ଭାଗ୍ୟ ଭଲ ହୋଇଥିବା କାରଣରୁ ଅତି ଭୟଙ୍କର ଦୁର୍ଘଟଣାରୁ ସେମାନେ ବର୍ତ୍ତିଯାନ୍ତି। ଦୁର୍ଘଟଣା ବଡ଼ ହୋଇଥିବା ସତ୍ତ୍ୱେ ମଧ୍ୟ ସେମାନେ ବଞ୍ଚିଯାନ୍ତି। ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ଯାହାକୁ ଜାଣିଲା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ଘଟଣାଟି ହେଉଛି ଚୀନ ଦେଶର। ଚୀନରେ ୩୩୦ ଫୁଟ ଉପରେ ତିଆରି ହୋଇଥିବା ରାସ୍ତାରେ ଏକ ଟ୍ରକ ଡ୍ରାଇଭର ଡ୍ରାଇଭିଂ କରୁଥିବା ସମୟରେ ଅଚାନକ ଏକ ବଡ଼ ଦୁର୍ଘଟଣା ଘଟିଲା। ଟ୍ରକ ବହୁତ ବଡ଼ ଦୁର୍ଘଟଣାରେ ଫସି ରାସ୍ତା କଡ଼ରେ ଝୁଲନ୍ତା ଅବସ୍ଥାରେ ରହିଥିଲା। ଗୋଟିଏ ଘଣ୍ଟା କିମ୍ବା ଗୋଟିଏ ଦିନ ନୁହେଁ ବରଂ ପୁରା ୩ ଦିନ ।

ଝୁଲନ୍ତା ଅବସ୍ଥାରେ ଫସି ରହିଥିବା ଏହି ଟ୍ରକ ଡ୍ରାଇଭରର ଭାଗ୍ୟ କିନ୍ତୁ ଟାଣ ଥିଲା। କାରଣ ୩ଦିନ ପର୍ଯ୍ୟନ୍ତ ଡ୍ରାଇଭର ସେହି ଝୁଲନ୍ତା ଟ୍ରକରେ ଭୟଙ୍କର ପରିସ୍ଥିତିରେ ରହିଥିଲେ; କିନ୍ତୁ ତାଙ୍କର କୌଣସି କ୍ଷତି ହୋଇନଥିଲା। ସୁରକ୍ଷିତ ଭାବେ ସେ ଫେରିଥିଲେ। ଏହି ଘଟଣା ଏବେ ସମସ୍ତଙ୍କୁ ଚକିତ କରି ରଖିଛି।

ଉତ୍ତର ଚୀନରେ ୩୩୦ ଫୁଟ ଉପରେ ଡ୍ରାଇଭର ନିଜ ଟ୍ରକକୁ ନେଇ ଯାଉଥିବା ବେଳେ ଏହି ସମୟରେ ବାଲାନ୍ସ ବିଗିଡ଼ିବା କାରଣରୁ ଟ୍ରକଟି ଖସି ଯାଇ ପାହାଡ଼ରୁ ତଳକୁ ଝୁଲନ୍ତା ଅବସ୍ଥାରେ ରହିଥିଲା। ସବୁଠୁ ବଡ଼ କଥା ହେଉଛି ୩ ୩ଦିନ ପରେ ଉଦ୍ଧାର କାର୍ଯ୍ୟ ସମ୍ପନ୍ନ ପରେ ଡ୍ରାଇଭର ଜଣକ ସୁରକ୍ଷିତ ଭାବେ ସେଠୁ ଫେରିଥିଲେ।

ଏହି ସ୍ଥାନରେ ଭାରି ଯାନ ଯିବାର ବାରଣ ରହିଥିବା ସତ୍ତ୍ୱେ ଡ୍ରାଇଭର ଜଣକ କମ ସମୟରେ ପହଞ୍ଚିବା ପାଇଁ ସେହି ରାସ୍ତାରେ ଯାଇଥିଲେ। କିନ୍ତୁ ଏହି ଦୁର୍ଘଟଣା ଘଟିବା ପରେ ସେ ନିଜ ଭୁଲ ବୁଝି ପାରିଛନ୍ତି। ବରଫବର୍ଷା କାରଣରୁ ରାସ୍ତା ଖରାପ ଥିଲା। ଏହି କାରଣରୁ ଡ୍ରାଇଭରଙ୍କ ସହ ଏପରି ଦୁର୍ଘଟଣା ଘଟିଥିଲା ବୋଲି ସୂଚନା ମିଳିଛି।

D Sonali

Recent Posts

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

19 seconds ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

3 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

37 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

39 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

2 hours ago