ଚାକିରି ଓ ରୋଜଗାର ସମସ୍ଯାର ସମାଧାନ କରିବେ ବଜରଙ୍ଗବାଲୀ, ମଙ୍ଗଳବାର ନିଶ୍ଚିତ ଆପଣାନ୍ତୁ ଏହି ୩ ଖାସ ଉପାୟ

ମଙ୍ଗଳବାର ଦିନ ହନୁମାନଙ୍କର ଦିନ।  ହିନ୍ଦୁ ଧର୍ମରେ ହନୁମାନଙ୍କର ବହୁତ ମହତ୍ତ୍ୱ ରହିଛି। ମହାବୀର ନିୟମ ଅନୁଯାୟୀ ସମସ୍ତ ପୂଜା ପାଠ କରାଯାଏ। ଏହା ସହ ବିଧି ଅନୁଯାୟୀ ଉପବାସ ମଧ୍ୟ ପାଳନ କରାଯାଏ। ହନୁମାନଙ୍କ କୃପାରୁ ଜୀବନର ସମସ୍ତ ଦୁଃଖ ଦୂର କରେ ।

ରାମ ଭକ୍ତ ହନୁମାନଙ୍କୁ କଳିଯୁଗର ପ୍ରତ୍ୟକ୍ଷ ଦେବତା ବୋଲି କୁହାଯାଏ। ଶ୍ରୀ ହନୁମାନ ନିଜ ଭକ୍ତର ସମସ୍ତ କଷ୍ଟ ଦୂର କରିଥାନ୍ତି। ତାଙ୍କ କୃପାରୁ ବ୍ୟକ୍ତିଙ୍କର କେବେ ବି ଅର୍ଥର ଅଭାବ ହୁଏ ନାହିଁ। ଯଦି ଆପଣ ସବୁବେଳେ ଆର୍ଥିକ ସମସ୍ୟାରେ ଘାଣ୍ଟି ହେଉଛନ୍ତି, କାମ ହେଉ ହେଉ ବନ୍ଦ ହୋଇଯାଉଛି, ସମାଜରେ ସମ୍ମାନ ମିଳୁନାହିଁ। ତେବେ ପ୍ରତ୍ୟେକ ମଙ୍ଗଳବାର ଦିନ ହନୁମାନ ଚାଳିଶା ପାଠ କରିପାରିବେ।

 ଯଦି ଆପଣ ନିଜ ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ଆଜି ମଙ୍ଗଳବାର ପାଇଁ କିଛି ଉପାୟ କହିବୁ। ଯାହା ଦ୍ଵାରା ବିଶ୍ଵାସ ରହିଛି ଯେ ପ୍ରଭୁ ହନୁମାନଙ୍କ କୃପା ଆପଣଙ୍କ ଉପରେ ରହିବ।  ଅନେକ ସମୟରେ କରାଯାଇଥିବା ଭୁଲ ଗୁଡିକ କିଛି ଅସୁବିଧାକୁ ଆମନ୍ତ୍ରଣ କରିଥାଏ।  ହନୁମାନ ପ୍ରତ୍ୟେକ ସମସ୍ୟା ଦୂର କରିବେ। ମଙ୍ଗଳବାର ଉପୟ ମଙ୍ଗଳବାର ଦିନ ଭଗବାନ ଶ୍ରୀରାମଙ୍କ ଭକ୍ତ ହନୁମାନଙ୍କୁ ପୂଜା କରିବାର ନିୟମ ରହିଛି। ଏହି ଦିନ ପୂଜା କରିବା ସହିତ କିଛି ଜ୍ୟୋତିଷ ଶାସ୍ତ୍ର ଗ୍ରହଣ କରି ମଙ୍ଗଳ ଦୋଷରୁ ମଧ୍ୟ ମୁକ୍ତି ମିଳିବ।

ଚାକିରି ଓ ରୋଜଗାର ଖୋଜି ଖୋଜି ବିରକ୍ତି ହୋଇଗଲେଣି କି ? ଚିନ୍ତା କରନ୍ତୁ ନାହିଁ। ମଙ୍ଗଳବାର ଦିନ ଏମିତି କିଛି ଉପାୟ ଆପଣାନ୍ତୁ, ଯାହା ଆପଣଙ୍କର ଏହି ସମସ୍ଯାକୁ ଦୂର କରିଦେବ।

ଆପଣ ଯଦି ବେରୋଜଗାର ଏବଂ ଆପଣଙ୍କୁ ବେପାର ଠିକ୍ ଭାବେ ଚାଲୁନାହିଁ। ତେବେ ମନ୍ଦିରରେ ବସି ୧୧ ମଙ୍ଗଳବାର ପର୍ଯ୍ଯନ୍ତ ସୁନ୍ଦରକାଣ୍ଡ ପାଠ କରନ୍ତୁ। ଏହି ପାଠ ଆରମ୍ଭ କରିବା ପୂର୍ବରୁ ହନୁମାନ ଜୟନ୍ତୀ ଦିନ ଶୁଭାରମ୍ଭ କରନ୍ତୁ।

ଚାକିରି ପାଇବାକୁ ଚାହୁଁଛନ୍ତି କିମ୍ବା ଇଣ୍ଟରଭ୍ଯୁ ଦେବାକୁ ଯାଉଚନ୍ତି। ତେବେ ପକେଟରେ ଲାଲ ରଙ୍ଗର ରୁମାଲ ରଖନ୍ତୁ କିନ୍ତୁ ଏହି ରୁମାଲ ବଜରଙ୍ଗବାଲୀଙ୍କ ଚରଣରେ ରଖାହୋଇଥିବା ଜରୁରୀ।

ପ୍ରତିଦିନ ହନୁମାନ ଚାଳିଶା ପାଠ କରନ୍ତୁ ଏବଂ ପ୍ରତି ମଙ୍ଗଳବାର ହନୁମାନ ମନ୍ଦିର ଯାଆନ୍ତୁ। ୫ ଶନିବାର କିମ୍ବା ମଙ୍ଗଳବାର ଦିନ ହନୁମାନଙ୍କୁ ବସ୍ତ୍ର ଅର୍ପଣ କରନ୍ତୁ। ହନୁମାନଙ୍କୁ ପାନ ବିଶେଷ ପସନ୍ଦ। ତେଣୁ ୧୧ଟି ମଙ୍ଗଳବାର ଦିନ ପାନ ଓ ସୁପାରୀ ଅଲଗା ଅଲଗା ଚଢାନ୍ତୁ।

ହନୁମାନ ଚାଳିଶାରେ ପ୍ରଭୁ ହନୁମାନ କିଭଳି ରୋଗ ଓ କଷ୍ଟରୁ ରକ୍ଷା କରିଥାନ୍ତି, ତାହା ବର୍ଣ୍ଣନା କରାଯାଇଛି। ଯିଏ ପ୍ରତିଦିନ ହନୁମାନ ଚାଳିଶା ପାଠ କରିବ, ସେ ରୋଗରୁ ରକ୍ଷା ପାଇବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.