ତୁଳସୀ ଦାସଙ୍କ ଜୟନ୍ତୀ : ରାମଚରିତ ମାନସର ପଂକ୍ତି ପାଠକରି ମନସ୍କାମନା ପୂରା କରନ୍ତୁ

ଶ୍ରାବଣ ମାସର ସପ୍ତମୀ ଦିନ ତୁଳସୀ ଦାସଙ୍କର ଜୟନ୍ତୀ ପାଳନ କରାଯାଏ । ଏହି ବର୍ଷ ୧୭ ଅଗଷ୍ଟ ୨୦୧୮ ମାନେ ଆଜିର ଦିନରେ ତୁଳସୀ ଦାସଙ୍କ ଯୟନ୍ତି । ଗୋସ୍ବାମୀ ତୁଳସୀ ଦାସ୍ ରାମଙ୍କର ଭକ୍ତ ଥିଲେ । ତୁଳସୀ ଦାସ ଶ୍ରୀରାମଙ୍କର କଥା ‘‘ରାମଚରିତ ମାନସ’’ରେ ଲେଖିଥିଲେ ।

ରାମଚରିତ ମାନସ କ‘ଣ ଏବଂ କ’ଣ ଏହାର ଦୋହ

• ରାମଚରିତ ମାନସ ଅବଧି ଭାଷାରେ ଲେଖାଯାଇଥିବା ‘‘ରାମାୟଣ’’ ।

• ଅତଏବ, ଏହାର ଗୋଟେ ଗୋଟେ ପଂକ୍ତି ମନ୍ତ୍ର ସମାନ ପ୍ରଭାବଶାଳୀ ଅଟେ ।

• ଏହାର ଅଲଗା ଅଲଗା ଅଧ୍ୟାୟକୁ ଅଲଗା ଅଲଗା ପଢାଯାଇଥାଏ ।

• ବିଶେଷ ମନକାମନା ପାଇଁ ଏହାର ଅଲଗା ଅଲଗା ପଂକ୍ତିକୁ ପଢିବା ଭଲ ବୋଲି କୁହାଯାଏ ।

• ଏହା ପଢିବା ଅତି ସରଳ ମଧ୍ୟ ହୋଇଥାଏ ଏବଂ ଏହାର ପ୍ରଭାବବି ଉତ୍ତମ ହୋଇଥାଏ ।

pic

 

କିପରି କରିବେ ରାମଚରିତ ମାନସର ପଂକ୍ତିର ପାଠ :

• ରାମ ଦରବାରର ସ୍ଥାପନା କରନ୍ତୁ ।

• ସାମ୍ନାରେ ଘିଅ ଦ୍ବିପ ଜଳାନ୍ତୁ ।

• ପ୍ରସାଦ ଚଢାନ୍ତୁ ନହେଲେ ତୁଳସୀର ପତ୍ରକୁ ନିଶ୍ଚୟ ଅର୍ପଣ କରନ୍ତୁ ।

• ଏହାପରେ ତୁଳସୀ ମାଳ ସାହାଯ୍ୟରେ ଦୋହକୁ ୧୦୮ଥର ଜପ କରନ୍ତୁ ।

• ଜପ କରିସାରିବା ପରେ ନିଜର ମନସ୍କାମନାର ଗୁହାରି ଜଣାନ୍ତୁ ।

• ଏହାର ଆରମ୍ଭ ଆପଣ ଯେକୌଣସି ମଙ୍ଗଳବାର, ଶନିବାର ଏବଂ ନବମୀ ତିଥିରେ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.