ମୟୁରଭଞ୍ଜ ଜିଲ୍ଲାର ଟୁସୁ ପର୍ବ: ଜାଣନ୍ତୁ କଣ ରହିଛି ଏହାର କିମ୍ବଦନ୍ତୀ ଓ ପରମ୍ପରା

କରଞ୍ଜିଆ: ଉତ୍ତର ଓଡିଶାର ସବୁଠୁ ବଡ଼ ପର୍ବ ହେଉଛି ମକର ପର୍ବ। ଏଠାରେ ଧୁମଧାମ ସହକାରେ ଆନନ୍ଦ ଉଲ୍ଲାସର ସହିତ ପାଳନ ହେଉଛି ମକର ପର୍ବ । ଏହି ଅବସରରେ ଉତ୍ସବ ମୁଖର ହୋଇ ଉଠିଛି ସମଗ୍ର ମୟୁରଭଞ୍ଜ । ଏଠାରେ ସମସ୍ତେ ନୂତନ ବସ୍ତ୍ର ପିନ୍ଧିବା ସହିତ ଘରେ ଘରେ ପିଠା ପଣା ହୋଇଥାଏ ।  ଜିଲ୍ଲାର ମକର ପର୍ବ ସବୁ ସମ୍ପ୍ରଦାୟର ଲୋକମାନେ ପାଳନ କରୁଥିବା ବେଳେ କିନ୍ତୁ କୁଡୁମି ସମ୍ପ୍ରଦାୟର ଲୋକମାନେ ନିଆରା ଢଙ୍ଗରେ ଏହାକୁ ପାଳନ କରିଥାନ୍ତି ।

tusu parbaକିମ୍ବଦନ୍ତୀ ମତ ଅନୁସାରେ ଠିକ ମକର ସଂକ୍ରାନ୍ତି ଦିନ କୁଡୁମୀ ସମ୍ପ୍ରଦାୟର ଜଣେ ତରୁଣୀର ସର୍ବସ୍ୱ ଲୁଟିବା ପାଇଁ ଜଣେ ମଗଲ ରାଜା ଚେଷ୍ଟା କରିଥିଲେ । କିନ୍ତୁ ତରୁଣୀ ଜଣକ ରାଜାଙ୍କ ନିକଟରେ ନିଜକୁ ସମର୍ପଣ ନ କରି ପାଣିରେ ଝାସ ଦେଇ ଜୀବନ ହାରିଥିଲେ । ସେ ତରୁଣୀ ନାମ ଥିଲା ଟୁସୁ । ସେହି ଦିନ ପାଖରୁ ତାଙ୍କରି ସ୍ମୃତିରେ ଏଠାରେ ଟୁସୁ ପର୍ବ ପାଳନ କରାଯାଇଥାଏ । ଟୁସୁ ପ୍ରତିମା କରି ଗାଁରେ ଲାଗୁଥିବା ମେଳାକୁ ପ୍ରଦର୍ଶନ ପାଇଁ ନେଇଥାନ୍ତି ଏବଂ ମେଳାରେ  ପାରମ୍ପରିକ ନାଚ ଗୀତରେ ଝୁମିଥାନ୍ତି ଛଟ ରୁ ବଡ ।

ସମସ୍ତେ  ମକର ପର୍ବ ଭାବରେ ପାଳନ କରନ୍ତି କିନ୍ତୁ କୁଡୁମୀ ସମ୍ପ୍ରଦାୟ ପାଇଁ ଏହା ଏକ ପରମ୍ପରା।  ଏହି ଟୁସୁ ପରମ୍ପରା ଧୀରେ ଧୀରେ ଲୁଚି ଆସୁଥିବା ବେଳେ, କିଛି କିଛି ଅନୁଷ୍ଠାନ ପକ୍ଷରୁ ପରମ୍ପରାକୁ ବଜାଇ ରଖିବାକୁ ଚେଷ୍ଟା ଜାରି ରଖାଯାଇଛି । ସେଥିପାଇଁ ପାଇଁ ଗାଁ ରେ ଟୁସୁ ମେଳା ର ଆୟୋଜନ କରି ଟୁସୁ ପ୍ରତିମା କରି ପ୍ରଦର୍ଶିତ କରୁଛନ୍ତି । ତେବେ କରୋନା କଟକଣା ଯୋଗୁଁ ପୂର୍ବ ବର୍ଷ ମାନଙ୍କ ଭଳି ବଡ ବଡ ଟୁସୁ ପ୍ରତିମା ଚଳିତ ବର୍ଷ ଦେଖିବାକୁ ମିଳୁନାହିଁ । କେବଳ ସଂସ୍କୃତି ପରମ୍ପରାକୁ ପାଳନ କରିବା ପାଇଁ ଛୋଟ ଛୋଟ ଟୁସୁ ପ୍ରତିମା ପ୍ରଦର୍ଶିତ ହେଉଛି ।

makarସବୁ ବର୍ଷ ପରି ଟୁସୁ ମେଳା ମକର ସଂକ୍ରାନ୍ତି ଦିନ ପାଖରୁ ଆରମ୍ଭ ହୋଇ ଚଳିତ ମାସ ଶେଷ ପର୍ଯ୍ୟନ୍ତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପାଳନ କରାଯାଉଛି। ଦର୍ଶକ ମଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମର ଭରପୁର ମଜା ନେଉଛନ୍ତି । ଚାଷୀମାନଙ୍କ ଚାଷ କାମ ଶେଷ ହେବା ପରେ ଏହା ହେଉଛି ପ୍ରଥମ ପର୍ବ । ଖାସ୍ ସେଇଥି ପାଇଁ ସବୁ ବର୍ଗର ଲେକମାନେ ଏହାକୁ ପାଳନ କରିଥାନ୍ତି ।

Leave A Reply

Your email address will not be published.