ବାର ଦିନର ବାଛୁରୀ ଦେଉଛି କ୍ଷୀର! ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ

ପୁରୀ (କେନ୍ଯୁଜ): ବିଜ୍ଞାନ ଯେତେ ଆଗକୁ ଅଗ୍ରଗତି ହେଉଛି, ସମାଜ ମଧ୍ୟ ବିଜ୍ଞାନ ସହିତ ତାଳ ଦେଉଛି। ଆଜି ଆମେ ଆପଣଙ୍କୁ ଏଭଳି ଏକ ଘଟଣା ବିଷୟରେ କହିବାକୁ ଯାଉଛି ,ଯାହାକୁ ଆପଣବି ବିଶ୍ୱାସ କରିପାରିବେ ନାହିଁ । ଘଟଣାଟି ହେଉଛି ୧୨ ଦିନ ବାଛୁରୀ ଛୁଆ ଦେଉଛି କ୍ଷୀର। କଥାଟା ଶୁଣିବା ପାଇଁ ଆଶ୍ଚର୍ଯ୍ୟ ଲାଗି ପାରେ, କିନ୍ତୁ ଏହା ସତ। ସୂଚନା ଅନୁସାରେ ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ କଳାପାଞ୍ଚଣ ପଞ୍ଚାୟତ ନାକଡିହ ଗାଁର ରାଜେଶ୍ ସାହୁଙ୍କ ଗାଈ ଓ ବାଛୁରୀ ଉଭୟ ଦେଉଛନ୍ତି କ୍ଷୀର। ରାଜେଶ କହିଛନ୍ତି ଗାଈ ଳାଳନ ପାଳନ କର ଏହିଥିରେ ହିଁ ନିଜର ପରିବାର ଗୁଜୁରାଣ ମେଣ୍ଟାନ୍ତି। ବାର ଦିନ ତଳେ ତାଙ୍କର ଗାଈ ଏକ ବାଛୁରୀ ଛୁଆ ଜନ୍ମ ଦେଇଥିଲା, ଏବଂ ସେହି ବାଛୁରୀ ଛୁଆ ଏବେ କ୍ଷୀର ଦେଉଛି। ଏଭଳି ଘଟଣା ପ୍ରଚାରିତ ହେବା ପରେ ନାକଡିହ ରାଜେଶ୍ ସାହୁଙ୍କ ଘରକୁ ଲୋକଙ୍କ ସୁଅ ଛୁଟିଛି। ସେ ଯାହା ବି ହେଉ ବାଛୁରୀ କ୍ଷୀର ଦେବା କଥା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.