ଆକର୍ଷଣୀୟ ବିବାହ: ଯାଆଁଳା ଭଉଣୀଙ୍କୁ ସାତ ଜନ୍ମର ସାଥି କଲେ ଯାଆଁଳା ଭାଇ, ସୋସିଆଲ ମିଡିଆରେ ଭାଇରାଲ

ସାଧାରଣତଃ ଯାଆଁଳା ଝିଅକୁ ଯାଆଁଳା ପୁଅ ବାହା ହୋଇଥିବା କଥା ଆପଣ ଶୁଣିଥିବେ । କିନ୍ତୁ ବର୍ତ୍ତମାନ ପଶ୍ଚିମବଙ୍ଗରୁ ଏଭଳି ଏକ ସମାନ ଖବର ସାମ୍ନାକୁ ଆସିଛି । ଦୁଇ ଯାଆଁଳା ଭଉଣୀ ଦୁଇ ଯାଆଁଳା ଭାଇଙ୍କୁ ବିବାହ କରିଛନ୍ତି। ଯାହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ସୂଚନା ଅନୁସାରେ ପଶ୍ଚିମବଙ୍ଗର ବର୍ଦ୍ଧମାନରେ ଏହି ବିବାହ ହୋଇଛି। ଲବ – ଅର୍ପିତା ଏବଂ କୁଶ- ପରମିତାଙ୍କୁ ମଙ୍ଗଳବାର ଦିନ କୁରୁମୁନ୍ ଗ୍ରାମରେ ବିବାହ କରିଥିଲେ।

କୁହାଯାଉଛି ଯେ ଦୁଇ ଯାଆଁଳା ଭଉଣୀ ଏକା ସମୟରେ ଜନ୍ମ ହୋଇଥିଲେ । ପିଲାବେଳୁ ଉଭୟେ ଏକାଠି ପାଠ ପଢିବା ବୁଲା ବୁଲି କରିବା ସବୁ କିଛି ତାଙ୍କ ସମାନ ଥିଲା ସେଥିପାଇଁ ଦୁହେଁ ଏକାଠି ବିବାହ କରିବା ପାଇଁ ସ୍ଥିର କରିଥିଲେ । ଅର୍ପିତା ଏବଂ ପରମିତା ଉଭୟେ ଭାତର ସ୍କୁଲରେ ଶିକ୍ଷା ଆରମ୍ଭ କରିଥିବା ବେଳେ ସେମାନେ ଗ୍ରାଜୁଏସନ କରିଛନ୍ତି ।

ଅର୍ପିତା ଏବଂ ପରମିତା କହିଛନ୍ତି ଯେ ପିଲାଦିନରୁ ଦୁହେଁ ଏକାଠି ବଢିଥିଲୁ। ସେଥିପାଇଁ ଆମେ ଦୁଇ ଭଉଣୀ ଗୋଟିଏ ଘରେ ବିବାହ କରିବାକୁ ଚାହୁଁଥିଲୁ। ଏପରିକି ସେ ତାଙ୍କ ପିତାମାତାଙ୍କୁ ବି କହିଥିଲେ ଆମେ ଯାଆଁଳା ଝିଅ ଯାଆଁଳା ପୁଅକୁ ହିଁ ବିବାହ କରିବୁ। ଯେତେବେଳେ ସେ ନିଜ ଝିଅମାନଙ୍କ ଇଚ୍ଛା ଜାଣିବାକୁ ପାଇଲେ ସେତେବେଳେ ସେ ଯାଆଁଳା ପୁଅ ଖୋଜିବା ଆରମ୍ଭ କରିଦେଇଥିଲେ ।

ଦୁଇ ଯାଆଁଳା ଭଉଣୀଙ୍କ ବାପା ଗୌରଚନ୍ଦ୍ର ସନ୍ତରା ଏକ ଫ୍ୟାକ୍ଟ୍ରିରେ କାମ କରନ୍ତି । ଗୌରଚନ୍ଦ୍ର ସନ୍ତରା କହିଛନ୍ତି ଯେ ଯେତେବେଳେ ଝିଅ ମାନେ ତାଙ୍କୁ ସେମାନଙ୍କର ଇଚ୍ଛା କହିଥିଲେ, ସେତେବେଳେ ସେ ସେମାନଙ୍କ ପାଇଁ ଏପରି ପୁଅ ଖୋଜିବା ଆରମ୍ଭ କଲେ | ଏହାପରେ କୁରମୁନ ଜିଲ୍ଲାରୁ ଲବ ଏବଂ କୁଶଙ୍କୁ ପାଇଥିଲେ । ଲବ କୁଶଙ୍କ ପରିବାର ଲୋକ ମଧ୍ୟ ଯାଆଁଳା କନ୍ୟା ଖୋଜୁଥିଲେ । ଭଗବାନଙ୍କ କୃପାରୁ ସେମାନେ ନିଜ ଇଚ୍ଛା ଅନୁସାରେ ଲବ ଏବଂ କୁଶ ମଧ୍ୟ ପିଲାବେଳୁ ଏକାଠି ରହୁଥିବା ବେଳେ ଗୋଟିଏ କମ୍ପାନୀରେ ଉଭୟ ଚାକିରି କରୁଛନ୍ତି ।

ତେବେ ଡିସେମ୍ବର ୫ରେ, ବିବାହର ଶୁଭ ସମୟ ବାହାରି ଥିଲା ​​ଏବଂ ବିବାହ ମଧ୍ୟ ସମାନ ମଣ୍ଡପରେ ହୋଇଥିଲା । ବିବାହ ସମୟରେ ମଧ୍ୟ ଉଭୟେ ଯାଆଁଳା ପୁଅ ଏବଂ ଝିଅ ଏକା ରଙ୍ଗର ଡ୍ରେସ ଏବଂ ଶାଢୀ ପିନ୍ଧିଥିଲେ । ଉଭୟ ଭଉଣୀ ମଧ୍ୟ ଲାଲ ରଙ୍ଗର ଶାଢୀ ଏବଂ ଅଳଙ୍କାର ମଧ୍ୟ ସମାନ ପିନ୍ଧିଥିଲେ । ବର୍ତ୍ତମାନ ବାହାଘର ସମୟର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବର୍ତ୍ତମାନ ଏହି ବିବାହ ବର୍ଦ୍ଧମାନରେ ଚର୍ଚ୍ଚାର ବିଷୟ ପାଲଟିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.