ବିଛଣାରେ ପଡିରହି ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ଯାଆଁଳା ଭାଇ, ଦିନ ମଜୁରିଆ ବାପାଙ୍କର ସରକାରୀ ସହାୟତାକୁ ଅପେକ୍ଷା

ବିଛଣାରେ ପଡିରହିଛନ୍ତି ଯାଆଁଳା ଭାଇ ଓମ ଓ ସାଇ । ବୟସ ୩ ବର୍ଷ ୬ ମାସ । ଦେଖିବାକୁ ବି ଖୁବ ଡାଉଲଡାଉଲ କିନ୍ତୁ ଜନ୍ମ ହେବା ପରଠାରୁ ଦୁନିଆ କଣ ଜାଣି ପାରିନାହାନ୍ତି ଏମାନେ । ନିଜ ଯନ୍ତ୍ରଣା ସମ୍ପର୍କରେ କାହାକୁ କହିପାରୁଛନ୍ତି ନା ଦେଖାଇପାରୁଛନ୍ତି କେବଳ ସେଜରେ ଶୋଇ ରହୁଛନ୍ତି । ଖେଳିବା ବୁଲିବା ବୟସରେ ବିଛଣାରେ ପଡି ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ୩ ବର୍ଷର ଏହି ଦୁଇ ଶିଶୁ । ନା ପାଟିରୁ କଥା ବାହାରୁଛି ନା ଶରୀରରେ କୌଣସି ପ୍ରକାରର ବିକାଶ ହେଉଛି । ଚାରି ବର୍ଷର ହେବାକୁ ଯାଉଥିବା ବେଳେ ବି ବସିବା ପାଇଁ ବି ସକ୍ଷମ ନୁହନ୍ତି ଏମାନେ । କେବଳ ବିଛଣାରେ ପଡି ରହିଛନ୍ତି ଏହି ଦୁଇ ଯାଆଁଳା ଶିଶୁ ଓମ୍ ଓ ସାଇ ।

ବ୍ରହ୍ମପୁର ଉପକଣ୍ଠ ବୋରିଗାଁ କୁଶ ସାହୁଙ୍କ ପୁଅ ଓମ୍ ଓ ସାଇ । ଦୁଇ ଯାଆଁଳା ପୁଅ ଜନ୍ମ ହେବା ପରେ କୁଶଙ୍କ ପରିବାରରେ ଖୁସିର ଲହରୀ ଖେଳିଯାଇଥିଲା । ହେଲେ ସମୟ ବଢିବା ସହିତ ଉଭୟଙ୍କୁ ୬ ମାସ ହେବା ପରେ ଦେହ ଖରାପ ହେଉଥିଲା , ପରେ ଚିକିତ୍ସା କରିବା ଲାଗି ଡାକ୍ତରଖାନା ନେଲେ ପରିବାର ଲୋକେ । ହେଲେ ଚିକିତ୍ସା କରିବା ପରେ ଜାଣିବାକୁ ପାଇଲେ ଯେ ଉଭୟଙ୍କ ଶରୀରରେ ବିକାଶ ହେଉନାହିଁ । ଚିକିତ୍ସା ଜାରୀ ରହିବା ପରେ ବର୍ତ୍ତମାନ ୩ ବର୍ଷ ୬ ମାସ ହୋଇଥିଲେ ସୁଦ୍ଧା ଉଭୟ ନା ବସି ପାରୁଛନ୍ତି ନା ଠିଆ ହୋଇପାରୁଛନ୍ତି କେବଳ ସେଜରେ ଶୋଇ ରହୁଥିବା ବେଳେ କିଛି ବି ଜାଣି ପାରୁନାହାନ୍ତି । ଏହାଛଡ଼ା ତାଙ୍କ ଶରୀରର କୌଣସି ଅଂଶରେ ବିକାଶ ହେଉନାହିଁ ଫଳରେ ଯେମିତି କି ସେମିତି ରହିଯାଇଛନ୍ତି ଉଭୟ ଶିଶୁ । ପରିବାର ପକ୍ଷରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଉଭୟଙ୍କ ଚିକିତ୍ସା ବ୍ରହ୍ମପୁର ଏମକେସିଜି , କଟକ ଓ ବିଶାଖାପାଟଣାରେ କରାଇଲେ ହେଲେ କିଛି ଲାଭ ନାହିଁ ।

କୁଶ ଜଣେ ଦିନ ମଜୁରିଆ ହୋଇଥିବାରୁ ସମସ୍ତ ସମ୍ପତ୍ତି ବିକ୍ରୀ କରି ଉଭୟଙ୍କ ଚିକିତ୍ସା କିରିଥିଲେ ସୁଦ୍ଧା କୌଣସି ସୁଫଳ ମିଳନଥିଲା । ଆଉ ଏବେ ଚିକିତ୍ସା ପାଇଁ ଅଧିକା ଅର୍ଥର ଆବଶ୍ୟକତା ରହିଛି । ସେପଟେ ଉଭୟଙ୍କ ଚିକିତ୍ସା ନିମନ୍ତେ ପରିବାର ଲୋକେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଥିଲେ ମଧ୍ୟ ସେ ଭଲ ହୋଇପାରିନାହାନ୍ତି । ଡ଼ାକ୍ତର କହୁଛନ୍ତି ନିୟମିତ ଉତ୍ତମ ଚିକିତ୍ସା ଦରକାର । ଏଥିନିମନ୍ତେ ଲକ୍ଷାଧିକ ଟଙ୍କା ଦରକାର । କୁଶଙ୍କ ନିକଟରେ ଯାହା ଅର୍ଥ ଥିଲା ତାହା ପୂର୍ବରୁ ଉଭୟଙ୍କ ଚିକିତ୍ସା ନିମନ୍ତେ ଖର୍ଚ୍ଚ କରିସାରିଛନ୍ତି । ଜୀବନ ସହ ସଂଗ୍ରାମ କରୁଥିବା ଯାଆଁଳା ଶିଶୁଙ୍କ ଉପରେ ସରକାରଙ୍କ ଦୃଷ୍ଟି ପଡ଼ିଲେ ସେମାନେ ଭଲ ହୋଇପାରନ୍ତେ ବୋଲି ପରିବାର ଲୋକେ ଆଶା ରଖିଛନ୍ତି । ସେପଟେ ସ୍ଥାନୀୟ ବାସିନ୍ଦା ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିବା ପରେ ଜିଲ୍ଲାପାଳ ପ୍ରତିଶୃତି ଦେଇଛନ୍ତି ବୋଲି ଶୁଣିବାକୁ ମିଳିଛି । ତେବେ ଓମ ଓ ସାଇଙ୍କୁ କେବେ ସରକାରୀ ସହାୟତା ମିଳୁଛି ଏବଂ ସେ କେବେ ସୁସ୍ଥ ହେଉଛନ୍ତି ତାହାକୁ ଅପେକ୍ଷା କରିଛନ୍ତି ପରିବାର ଲୋକେ ।

ଯଦି ଆପଣ ମାନଙ୍କ ମଧ୍ୟରୁ କେହି ସହୃଦୟ ବ୍ୟକ୍ତି ଏମାନଙ୍କୁ ସାହାଯ୍ୟ କରିବାକୁ ଚାଁହାନ୍ତି ତାହେଲେ ଆପଣ 9778881053/ 8280093387 ରେ ଯୋଗାଯୋଗ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.