ଅଢେଇ ବର୍ଷରେ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ ! ଆକାଶ ଛୁଆଁ ବାପା ମା’ଙ୍କ ଖୁସି

କଟକ ଜିଲ୍ଲାର ବିକ୍ରମ ରୟଙ୍କ ଅଢେଇ ବର୍ଷର ପୁଅ ଶ୍ରୀୟାନ୍ । ଯିଏ ଏବେ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ ରେ ନିଜ ନା ସାମିଲ କରି ଓଡ଼ିଶା ପାଇଁ ଆଣିଛନ୍ତି ଗର୍ବ ଓ ଗୌରବ ।

ବେଙ୍ଗାଲୁରୁ: ପ୍ରତିଭା କେବେ ଲୁଚି ରହେନା। ଆମ ରାଜ୍ୟ ତଥା ଦେଶରେ ଅନେକ ପ୍ରତିଭା ଭରି ରହିଛି, ଯାହାକୁ କେବଳ ଚିହ୍ନିବା ଏବଂ ସମସ୍ତଙ୍କ ଆଗକୁ ଆଣିବାର ଅପେକ୍ଷା ରହିଛି। ଏଭଳି ଜଣେ ପ୍ରତିଭାବାନ୍‌ କୁନି ବାଳକ ଯାହାର ଇଚ୍ଛାଶକ୍ତିକୁ ମାନିବାକୁ ପଡିବ। ଏବ ୟସର ପିଲା ଘରେ ଖେଳକୁଦ, ମୋବାଇଲ୍ କିମ୍ବା ଟିଭିରେ ଗେମ୍ ଖେଳିବା କାଟୁନ୍ ଦେଖିବାକୁ ଫୁରସତ୍ ପାଇବା କଥା ନୁହେଁ । କିନ୍ତୁ ଏଇ କୁନି ବାଳକଟି ଯିଏ କି ବାପା ମାଙ୍କ କଥା ମାନି ଆଜି ଅନ୍ୟ ଛୁଆମାନଙ୍କର ପାଇଁ ଉଦାହରଣ ପାଲଟିଛି।

କଟକ ଜିଲ୍ଲାର ବିକ୍ରମ ରୟଙ୍କ ଅଢେଇ ବର୍ଷର ପୁଅ ଶ୍ରୀୟାନ୍ । ଯିଏ ଏବେ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ ରେ ନିଜ ନା ସାମିଲ କରି ଓଡ଼ିଶା ପାଇଁ ଆଣିଛନ୍ତି ଗର୍ବ ଓ ଗୌରବ । ବାପା ବିକ୍ରମ ଓ ମା ସୁଦିପ୍ତା ଦୁହେଁ ବେଙ୍ଗାଳୁରୁର ଆଇଟି ସେକ୍ଟରରେ ଚାକିରି କରନ୍ତି ।

world record

ଛୋଟ ବେଳୁ ପୁଅର ବୁଦ୍ଧି ଓ ସ୍ମରଣ ଶକ୍ତି ଏମିତି ଥିଲା ଯେ ଯାହା ଶୁଣୁଥିଲା ତାହା ମନେ ରଖିଦେଉଥିଲା । ତେବେ ଏଭଳି ଦେଖୀ ଶ୍ରୀୟାନ୍ କୁ ଇଂରାଜୀ ଆଲ୍ଫାବିଟ, ନମ୍ବର, ରାଇମ୍ସ୍‌ ଆଦି ଅଭ୍ୟାସ କରାଇ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ ପାଇଁ ଆବେଦନ କରିଥିଲେ। ପରେ ସେ ଏହି ରେକର୍ଡ଼ସ ଅଧିକାରୀ ହୋଇପାରିଥିବାରୁ ବାପା ମା ବେଶ୍ ଖୁସି ।

ଏହି କୁନି ପ୍ରତିଭାଙ୍କ ଅସାଧାରଣ ଜ୍ଞାନ ଯୋଗୁ ଆଜି ଏ ଅଞ୍ଚଳ ଚର୍ଚ୍ଚାରେ । ଶ୍ରୀୟାନ୍ ଙ୍କ ଏହି ସଫଳତା ପଛରେ ପରିବାରର ସମସ୍ତ ସଦସ୍ୟଙ୍କ ଆର୍ଶିବାଦ ରହିଛି । ଶ୍ରୀୟାନ୍ ଙ୍କର ଏହି ପ୍ରତିଭା ପ୍ରଚାରିତ ହେବା ପରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି ।

Leave A Reply

Your email address will not be published.