ବରଯାତ୍ରୀ ଯାଇଥିବା ବେଳେ ଯୁବକଙ୍କୁ ପିଟିପିଟି ମାରିଦେଲେ ଦୁଇଭାଇ

କାନ୍ଦି କାନ୍ଦି ଚେତା ରହୁନି ସ୍ତ୍ରୀର । କେମିତି ବା ରହିବ ସ୍ବାମୀ ହାତ ଛାଡ଼ି ଚାଲିଯାଇଛି । କୋଉ ସ୍ତ୍ରୀ’ ବି ଧୈର୍ଯ୍ୟ ଧରି ରହିପାରିବ । କାନ୍ଦି କାନ୍ଦି ଗଡ଼ିଯାଉଛି କହୁଛି ମୋ ସଂସାର ଉଜୁଡ଼ି ଗଲା ମୁଁ ଏବେ କଣ କରିବି ? କାହା ମୁହିଁ ଚାହିଁ ଦିନ କାଟିବି ?ଏ ଛଉଆଙ୍କୁ କେମିତି ମଣିଷ କରିବି । ଫେରି ଆସ…..

ବରଯାତ୍ରୀ ଯାଇଥିବା ବେଳେ ଘଟିଗଲା ଏତେ ବଡ଼ କାଣ୍ଡ । ଯୁବକଙ୍କୁ ପିଟିପିଟି ମାରିଦେଲେ ଦୁଇଭାଇ। କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ମଙ୍ଗଳପୁର ଗାଁରେ ଘଟିଛି ଏଭଳି ଜଘନ୍ୟ ହତ୍ୟାକାଣ୍ଡ । ମଙ୍ଗଳପୁର ଗାଁର ବାବାଜି ରାଉତ ଗତକାଲି ରାତିରେ ପଡ଼ୋଶୀଙ୍କ ବହାଘରରେ ରାଜକନିକା ଏଣ୍ଡୁଳାପୁର ଗାଁକୁ ବରଯାତ୍ରୀ ଯାଇଥିଲେ। ବର ପହଞ୍ଚିବା ପରେ ଗାଁରୁ ବରଯାତ୍ରୀ ଯାଇଥିବା ଜଣେ ଯୁବକଙ୍କ ସହ କୌଣସି ଏକ କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହେବା ସହ ପାଟିତୁଣ୍ଡ ହୋଇଥିଲା।

ପରେ ଆକ୍ରୋସ ରଖି ବାବାଜି ଘରକୁ ଫେରୁଥିବା ବେଳେ ପୂର୍ବରୁ ପାଟିତୁଣ୍ଡ ହୋଇଥିବା ଯୁବକ ଓ ତାଙ୍କ ବଡ଼ଭାଇ ବାଟରେ ତାଙ୍କୁ ଅଟକାଇ ଅତର୍କିତ ଭାବେ ମୁଣ୍ଡକୁ ଆକ୍ରମଣ କରିଥିଲେ। ଫଳରେ ବାବାଜି ଗୁରୁତର ହୋଇପଡିଥିଲେ। ପ୍ରଥମେ ତାଙ୍କୁ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ କଟକକୁ ସ୍ଥାନାନ୍ତରିତ କରାଯାଇଥିଲା।ହେଲେ ଆଜି ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି ।ଏନେଇ ମୃତକଙ୍କ ପରିବାର ପକ୍ଷରୁ ରାଜକନିକା ଥାନାରେ ହତ୍ୟା ଅଭିଯୋଗ କରାଯାଇଛି। ପୋଲିସ ଏ ଘଟଣାରେ ଜଣଙ୍କୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି।

Also read:ରାଗରେ ନଦୀକୁ ଡେଇଁ ପଡିଲେ ବ୍ୟକ୍ତି, ପାଣି କମ ଥିବାରୁ ବର୍ତ୍ତିଗଲା ଜୀବନ