ହେଲିପ୍ୟାଡ୍‌ରେ ଛାତିଥରା ଦୁର୍ଘଟଣା! ଦୁଇ ହେଲିକାପ୍ଟର ମଧ୍ୟରେ ଜୋର୍‌ଦାର ଧକ୍କା, ଭାଙ୍ଗି ଚୁର୍‌ମାର ହୋଇଗଲା ପଙ୍ଖା

ଇଣ୍ଟରନେଟ୍‌ରେ ଅନେକ ଭିଡିଓ ଭାଇରାଲ ହୋଇଥାଏ। ସେଥିରୁ କିଛି ଭିଡିଓ ଆମକୁ ଆଶ୍ଚର୍ଯ୍ୟ କରି ଦେଇଥାଏ ତ ଆଉ କିଛି ଭିଡିଓ ଦେଖିଲେ ଆମ ଛାତି ଥରି ଉଠିଥାଏ। ନିକଟରେ ଏମିତି ହିଁ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ।

ଭାଇରାଲ ଭିଡିଓରେ ଦୁଇ ହେଲିକାପ୍ଟର ପରସ୍ପର ମଧ୍ୟରେ ଧକ୍କା ହେଉଥିବାର ଦେଖାଯାଉଛି। ଏହି ଦୁର୍ଘଟଣାରେ ହେଲିକାପ୍ଟର ଦୁଇଟିର ପଙ୍ଖା ଭାଙ୍ଗି ଚୁର୍‌ମାର ହୋଇଯାଉଛି।

ଭିଡିଓର ପ୍ରାରମ୍ଭରେ ଆପଣ ଦେଖି ପାରିବେ ଯେ ହେଲିପ୍ୟାଡ୍‌ରେ ଏକ ହେଲିକାପ୍ଟର ଛିଡ଼ା ହୋଇଛି। ଏହି ସମୟରେ ସେ ଉଡ଼ାଣ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ହଠାତ୍‌ ସେଠାରେ ଆଉ ଏକ ହେଲିକାପ୍ଟର ହେଲିପ୍ୟାଡ୍‌ରେ ଲ୍ୟାଣ୍ଡ କରିବାକୁ ଲାଗୁଛି। ଦେଖୁ ଦେଖୁ ଦୁଇ ହେଲିକାପ୍ଟର ମଧ୍ୟରେ ଜୋର୍‌ଦାର ଧକ୍କା ହେଉଛନ୍ତି। ଧକ୍କା ଏତେ ଜୋର୍‌ ରହିଛି ଯେ ଦୁଇ ହେଲିକାପ୍ଟର ଭାଙ୍ଗିରୁଜି ଯାଉଛି।

ବାସ୍ତବରେ, ଲ୍ୟାଣ୍ଡିଂ ସମୟରେ ପାଇଲଟ୍‌ ଏକ ବଡ଼ ଭୁଲ୍‌ କରି ବସୁଛନ୍ତି। ସେ ଉଭୟ ହେଲିକାପ୍ଟର ଭିତରେ ଦୂରତାକୁ ଆକଳନ କରିପାରୁ ନାହାନ୍ତି। ଯେଉଁ କାରଣରୁ ତାଙ୍କ ହେଲିକାପ୍ଟରର ପଙ୍ଖା ଆଉ ଏକ ହେଲିକାପ୍ଟର ସହିତ ଧକ୍କା ହେଉଛି।

ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ଵିଟରରେ ଏହି ଭିଡିଓକୁ ସେୟାର କରାଯାଇଛି, ଯାହାକୁ ଏ ପର୍ଯ୍ୟନ୍ତ ୧.୫୯ ଲକ୍ଷ ଥର ଦେଖାଯାଇ ସାରିଲାଣି। ଯେତେବେଳେ କି, ୩୭୦୦ରୁ ଅଧିକ ଲୋକ ଏହାକୁ ଲାଇକ୍‌ କରିଛନ୍ତି। ଭିଡିଓ ଦେଖି ୟୁଜରମାନେ ବିଭିନ୍ନ ପ୍ରକାର କମେଣ୍ଟ ଦେବାରେ ଲାଗିଛନ୍ତି।

Leave A Reply

Your email address will not be published.