ଫୁଟବଲ ମ୍ୟାଚ ଚାଲୁଥିବା ବେଳେ ହଠାତ୍‌ ପଡିଆକୁ ଚାଲିଆସିଲେ ଦୁଇଟି କଙ୍ଗାରୁ, ଆଉ ତା’ ପରେ …

କ୍ରିକେଟ କିମ୍ବା ଫୁଟବଲ ମ୍ୟାଚରେ ବିଲେଇ କିମ୍ବା କୁକୁର ବୁଲୁଥିବାର ଆପଣ ହୁଏତ କେବେ ଦେଖିଥିବେ। କିନ୍ତୁ କେବେ ଫୁଟବଲ ମ୍ୟାଚରେ କଙ୍ଗାରୁ ପସିଆସିଥିବା ଦେଖିଛନ୍ତି କି ? ହୁଏତ ନା। କିନ୍ତୁ ଏପରି ଏକ ଘଟଣା ଅଷ୍ଟ୍ରେଲିଆରେ ଦେଖିବାକୁ ମିଳିଛି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି।

ଅଷ୍ଟ୍ରେଲିଆର ସାଉଥ େଓ୍ଵଲସରେ ଚାଲିଥିବା ଅଷ୍ଟ୍ରେଲିଆ ଫୁଟବଲ ଲିଗ୍‌ ମ୍ୟାଚ ଚାଲୁଥିବା ବେଳେ ହଠାତ୍‌ ପଡିଆ ମଧ୍ୟକୁ ଦୁଇଟି କଙ୍ଗାରୁ ପସିଆସିଥିଲେ। ସେମାନେ ପଶି ଆସିବା ପରେ ତାଙ୍କୁ କିଛି ଫୁଟବଲ ଖେଳାଳି ଘଉଡାଇବାକୁ ଚେଷ୍ଟା କରିଥିଲେ। କଙ୍ଗାରୁ ଦୁଇଟି କିଛି ସମୟ ପାଇଁ ପଡିଆ ଭିତରେ ସେପରି ଖେଳିଥିଲେ। ଏଥିପାଇଁ କିଛି ସମୟ ଖେଳ ବନ୍ଦ ରହିଥିଲା ସତ। କିନ୍ତୁ ଏହାକୁ ଦେଖି ଲୋକେ ମନୋରଂଜନ କରିଥିଲେ। ଏହି ଭିଡିଓକୁ ଇଣ୍ଟରନେଟରେ ସେୟାର ହେବା ପରେ ଭାଇରଲ ହୋଇଥିଲା। ଏହାକୁ ୨୫ ହଜାରରୁ ଉର୍ଦ୍ଧ୍ୱ ଲୋକ ଦେଖିସାରିଛନ୍ତି। ଭିଡିଓଟି ଭାଇରଲ ହେବା ପରେ ଲୋକେ ଏହାକୁ ନେଇ ଅନେକ କମେଣ୍ଟ କରିଛନ୍ତି ।

Leave A Reply

Your email address will not be published.