ଶେଷରେ ବାନର ବି ବୁଝିଲା ସମ୍ପର୍କର ମୂଲ୍ଯ, ଯାହାର ଭିଡିଓ ଦେଖି ଲୋକେ କହିଲେ ‘କ୍ଯା ବାତ୍ ହେ’

ଟିମ୍ ଇଣ୍ଡିଆର ପୂର୍ବ କ୍ରିକେଟର ବିରେନ୍ଦ୍ର ସେହୱାଗ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ରହିଥାନ୍ତି। ସେ ମଜାଦାର ଭିଡିଓ ଏବଂ ଜୋକ୍ସ ଜରିଆରେ ନିଜ ଫ୍ଯାନ୍ସମାନଙ୍କୁ ସର୍ବଦା ଏଣ୍ଟରଟେନ୍ କରିଥାନ୍ତି। ଏଥର ମଧ୍ଯ ସେହୱାଗ ସୋସିଆଲ ମିଡିଆରେ କିଛି ମଜାଦାର୍ ଭିଡିଓ ସେୟାର କରିଛନ୍ତି, ଯାହାକୁ ଲୋକମାନେ ଖୁବ୍ ପସନ୍ଦ କରିଛନ୍ତି। ଏହି ଭିଡିଓରେ ଦୁଇ ହନୁମାଙ୍କଡ ପରସ୍ପରଙ୍କୁ ବଡ ଅଦ୍ଭୁତ ଅନ୍ଦାଜରେ ଆଲିଙ୍ଗନ କରିଛନ୍ତି। ଯାହାକୁ ଦେଖି ଆପଣ ମଧ୍ଯ ନିଜର ହସ ରୋକି ପାରିବେ ନାହିଁ।

sehewagବିରେନ୍ଦ୍ର ସେହୱାଗ ସେୟାର କରିଥିବା ଭିଡିଓରେ ଦେଖିବାକୁ ମିଳିଛି, ଜଣେ ହନୁମାଙ୍କଡ଼ ଘର ପାଖରେ ବସିଥିବା ବେଳେ ଅନ୍ଯ ଏକ ମାଙ୍କଡ଼ ସେହି ମାଙ୍କଡ଼ ନିକଟକୁ ଆସି ଆଲିଙ୍ଗନ କରୁଥିବାର ନଜର ଆସିଛି। ଏହି ସମୟରେ ଅନ୍ଯ ମାଙ୍କଡ଼ଟି ମଧ୍ଯ ଜୋରରେ ଧରିଥିଲା। ଏହି ମାଙ୍କଡ଼ଙ୍କ ପାଖରେ ଥିବା ଜଣେ ବୟସ୍କ ବ୍ଯକ୍ତି ମଧ୍ଯ ଏଭଳି ଦ୍ଶ୍ଯ ଦେଖି ନିଜର ହସ ରୋକି ପାରିନଥିଲେ।

 

View this post on Instagram

 

What a hug ❤️ Laal Deh Laali lase, Aru Dhari Laal Langoor. Vajr Deh Danav Dalan, Jai Jai Jai Kapi Sur !

A post shared by Virender Sehwag (@virendersehwag) on

କ୍ରିକେଟର ବିରେନ୍ଦ୍ର ସେହୱାଗ ସୋସିଆଲ ମିଡିଆରେ ଏହି ଭିଡିଓ ସେୟାର କରିବା ସହ ଲେଖିଛନ୍ତି, ‘ବାଃ କ୍ଯା ହଗ୍ କିୟା ହେ।’ ଏହି ଭିଡିଓକୁ ବିରେନ୍ଦ୍ର ସେହୱାଗ ଗତକାଲି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି, ଯାହାର ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.