ପାଣି ଭିତରେ ଦୁଇ ସାପଙ୍କ ମଧ୍ୟରେ ହେଲା ଖତରନାକ ଲଢ଼େଇ, ଆପଣ ବି ଦେଖନ୍ତୁ ଏହି ଭାଇରାଲ ଭିଡିଓ

ଆପଣ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭାଇରାଲ ଭିଡିଓ ଦେଖୁଥିବେ। ତେବେ ସେଥିମଧ୍ୟରୁ କିଛି ଭିଡିଓ ଅଛି ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା। ଆପଣ ଇଣ୍ଟରନେଟରେ ଏମିତି ଅନେକ ଭିଡିଓ ଦେଖିଥିବେ ଯେଉଁଠି ସାପ ଘରକୁ ପଶି ଆସିଥାଏ ଆଉ ସ୍ନେକ ରେସକ୍ୟୁ ଟିମ୍‌ ଯାଇ ସାପକୁ ସେଠାରୁ ଉଦ୍ଧାର କରିଥାଏ। କିନ୍ତୁ କଣ ଆପଣ କେବେ ଦୁଇ ସାପଙ୍କ ଭିତରେ ହେଉଥିବା ଲଢ଼େଇ ଦେଖିଛନ୍ତି।

ଆଜ୍ଞା ହଁ ଆପଣ ଯାହା ଶୁଣିଲେ ଏକଦମ୍‌ ଠିକ୍‌ ଶୁଣିଲେ ଦୁଇ ସାପ କରୁଛନ୍ତି ଲଢ଼େଇ ତାହା ପୁଣି ନିଜ ନିଜ ଭିତରେ। ସୋସିଆଲ ମିଡିଆରେ ଦୁଇଟି ସାପଙ୍କ ଲଢ଼େଇର ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଏହି ଭିଡିଓକୁ ଟ୍ଵିଟରରେ ସେୟାର କରିଛନ୍ତି ଇଣ୍ଡିଆନ ଫରେଷ୍ଟ ସର୍ଭିସ ଅଫିସର ସୁଶାନ୍ତ ନନ୍ଦ।

snakeeeଭିଡିଓରେ ଆପଣ ଦେଖିପାଥିବେ ଯେ ଦୁଇଟି ସାପ ରାସ୍ତା କଡରେ ଥିବା ଏକ କ୍ୟାନେଲରେ ଲଢ଼େଇ କରୁଛନ୍ତି। ଆଉ ଲଢ଼େଇ ଲଢ଼େଇ କରି କରି ରାସ୍ତା ଉପରକୁ ମଧ୍ୟ ଆସିଯାଉଛନ୍ତି। ଆଉ ଲଢ଼େଇ ସେମିତି ଜାରି ରହିଛି। ଦୁଇଟି ସାପ ଦୁହିଁଙ୍କ ଭିତରେ ଏକଦମ୍‌ ଗୋଡେଇ ହୋଇଯାଇଛନ୍ତି। ଆଉ ଜଣେ ଜଣଙ୍କୁ ଆକ୍ରମଣ ମଧ୍ୟ କରୁଛନ୍ତି। ତେବେ ଏମାନେ ନିଜ ନିଜର ପାରଙ୍ଗମ ଏବଂ ନିଜ ସାଥିକୁ ରକ୍ଷା କରିବା ପାଇଁ ଏପରି ଭାବେ ଲଢ଼ୁଛନ୍ତି। ତେବେ କୁହାଯାଉଛି ଏହି ସାପକୁ ରାଟ ସ୍ନେକ କୁହାଯାଏ।

ତେବେ ଏହି ଭିଡିଓଟି ପୋଷ୍ଟ ହେବା ମାତ୍ରକେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି ଆଉ ଲୋକମାନେ ଏହାକୁ ଖୁବ୍‌ ପସନ୍ଦ ମଧ୍ୟ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.