ଆପଣ କେବେ ଦେଖିଛନ୍ତି କି ଅହିରାଜ କିସ୍ ? ଭିଡିଓ ଦେଖନ୍ତୁ ଆପେ ବୁଝି ଯାଆନ୍ତୁ

ଆପଣମାନେ ତ ସୋସିଆଲ ମିଡିଆରେ ଅନେକ ଭାଇରାଲ ଭିଡିଓ ଦେଖିଥିବେ। ତା’ କୌଣସି ବ୍ୟକ୍ତି କିମ୍ବା ଷ୍ଟାରଙ୍କର ହେଉ ଅବା ଜୀବଜନ୍ତୁମାନଙ୍କର। କିନ୍ତୁ ଆମେ ଏଠାରେ ଆପଣଙ୍କୁ ଏପରି ଏକ ଭିଡିଓ ବିଷୟରେ କହୁଛୁ, ଯାହା ଦେଖିବା ପରେ ଆପଣ ମଧ୍ୟ ନିଜ ଆଖିକୁ ବିଶ୍ୱାସ କରିପାରିବେ ନାହିଁ। ଆପଣ ଏବେ ମଣିଷ ସାପ ଭିଡିଓ ମଧ୍ୟ ଦେଖିଥିବେ। ଏହି ଭିଡିଓ କେଉଁ ସ୍ଥାନର, ଏମାନେ କ’ଣ କଥା ହେଉଛନ୍ତି, ତାହା ଜଣାପଡୁନଥିବା ବେଳେ ଭିଡିଓକୁ ଦେଖି ସବୁକିଛି ବୁଝା ପଡିଯାଉଛି। ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ୧୦ ଫୁଟରୁ ଉର୍ଦ୍ଧ୍ୱ ଲମ୍ବ ଅହିରାଜ ସହିତ ଦୁଇ ଯୁବକ ଖେଳୁଥିବାର ନଜର ଆସିଛନ୍ତି।
କଥା କ’ଣ କି, ସୋସିଆଲ ମିଡିଆରେ ଏହି ଭିଡିଓ ଏବେ ଭାଇରାଲ ହେଉଛି। ଯେଉଁଥିରେ ଦୁଇ ଜଣ ଯୁବକ ଏକ ଅହିରାଜ ସହିତ ଖେଳୁଥିବାର ନଜର ଆସିଛନ୍ତି। ଏବଂ ତାଙ୍କର ଆଉ ଜଣେ ସାଥି ଭିଡିଓ ସୁଟିଂ କରୁଛନ୍ତି। କିନ୍ତୁ ଭିଡିଓରେ ଏହି ଦୁଇ ଯୁବକଙ୍କ ସାହସକୁ ଦେଖି ଆଶ୍ଚର୍ଯ୍ୟ ଲାଗୁଛି। ଏହି ତିନି ଯୁବକ ଏକ ଆଡଭେଞ୍ଚର ଟ୍ରିପରେ ଜଙ୍ଗଲ ମଧ୍ୟରେ ଯାଉଥିବା ବେଳେ ଏକ ୧୦ ଫୁଟର ଉର୍ଦ୍ଧ୍ୱ ଲମ୍ବ ଅହିରାଜର ହାବୁଡରେ ପଡିଥିଲେ। କିନ୍ତୁ ସେମାନେ ଡରି ନଯାଇ ଅହିରାଜ ସହିତ ଖେଳିବା ସହ ଧରିବା ପାଇଁ ଚେଷ୍ଟା କରୁଥିଲେ। କିନ୍ତୁ ଏହି ସମୟରେ ଅହିରାଜ କିପରି ଦୁହିଁଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରୁଛି, ତାହା ଆପଣ ଭିଡିଓ ଦେଖି ଜାଣିପାରିବେ। ଶେଷରେ ଏମାନେ ଅହିରାଜକୁ ଧରି ମଧ୍ୟ ପାରିଛନ୍ତି। ଏମାନଙ୍କ ମଧ୍ୟରୁ ଜଣେ ଯୁବକ ମଧ୍ୟ ଅହିରାଜକୁ ଧରି ଚୁମ୍ବନ ଦେଉଛନ୍ତି। ଏହି ଭିଡିଓ ଦେଖି ଆପଣ ଅନୁମାନ କରିପାରୁଥିବେ।
ଏହି ମଣିଷ ସାପ ଖେଳ ଭିତରେ ମଣିଷ ଭୁଲି ଯାଇଛି ଯେ, ଏହି ସାପ କିଛି ମୁହୂର୍ତ୍ତ ମଧ୍ୟ ଆପଣଙ୍କ ଜୀବନ ମଧ୍ୟ ନେଇପାରେ। ତେଣୁସବୁବେଳେ କେଉଁ ସ୍ଥାନକୁ ଯିବା ବେଳେ ଧ୍ୟାନ ରଖିବା ସହିତ ଏପରି ଜନ୍ତୁଙ୍କ ଠାରୁ ନିଜକୁ ଦୂରେଇ ରଖନ୍ତୁ।