ଗୋଟିଏ ଶରୀରରେ ପୁରୁଷ ଓ ମହିଳା ଜନନେନ୍ଦ୍ରିୟ, ଅସାଧାରଣ କହିଲେ ଡାକ୍ତର

ପ୍ରତିଟି ସମୟ ଏବେ ଚିନ୍ତାଜନକ । କାରଣ ଦୁନିଆରେ ଘଟି ଚାଲିଛି ଅଜବ ଅଜବ ଘଟଣାମାନ । ଯାହାକୁ ଶୁଣିଲେ ମଣିଷ ଅବାକ ହୋଇଯାଉଛି । ଏହାରି ଭିତରେ ଏକ ଖବର ଆସିଛି ଯାହାକୁ ଶୁଣିଲେ ଆପଣଙ୍କ ହୋସ ଉଡିଯିବ । ଏଭଳି ଏକ ଘଟଣା ଏବେ ସାମନାକୁ ଆସିଛି । ଜଣେ ୬୭ ବର୍ଷୀୟ ପୁରୁଷଙ୍କ ଶରୀରରେ ମହିଳାଙ୍କ ପ୍ରାଇଭେଟ ପାର୍ଟ । ସେ ପୁଣି ଶରୀର ଭିତରେ । ଯାହାକୁ ଦେଖି ଡାକ୍ତରଙ୍କ ଅକଲ ଗୁଡୁମ୍‌ ହୋଇ ଯାଇଛି । ତେବେ ଏହା କୌଣସି ମନଗଢ଼ା କାହାଣୀ ନୁହେଁ ।

ଏହି ପୁରୁଷଙ୍କ ଠାରେ ମହିଳାଙ୍କ ପ୍ରାଇଭେଟ ପାର୍ଟ ଓ ୟୁଟ୍ରେରସ ବା ଜନନେନ୍ଦ୍ରିୟ ବି ରହିଥିଲା । ପ୍ରକୃତରେ ଏହି ପୁରୁଷ ଜଣକ ନିଜ ସମସ୍ୟା ନଜାଣି ହାର୍ନିଆ ଅପରେସନ କରାଇବାକୁ ଯାଇଥିଲେ ହସ୍ପିଟାଲ । ଆଉ ଡାକ୍ତର ତାଙ୍କର ଯାଞ୍ଚ କଲେ ଯେତେବେଳେ ତେବେ ଏହି ଅଜବ ଘଟଣା ସମ୍ପର୍କରେ ଜଣାପଡିଲା । ରିପୋର୍ଟ ହିସାବରେ ବ୍ୟକ୍ତିଜଣକ ୟୁରୋପ ଅନ୍ତର୍ଗତ କୋସୋବୋର ବାସିନ୍ଦା ଅଟନ୍ତି । ପ୍ରଥମେ ତାଙ୍କୁ ନିଜ ପ୍ରାଇଭେଟ ପାର୍ଟରେ କିଛି ଗୋଟେ ଯନ୍ତ୍ରଣା ହେବାର ଅନୁଭବ ହୋଇଥିଲା । ଏମିତିକି ତାଙ୍କୁ କାଶିବା ଆଉ ଛିଡା ହେବା ସମୟରେ କଷ୍ଟ ଅନୁଭବ ହେଉଥିଲା । ଯଦିଓ ଅନ୍ୟ ସମୟରେ ଏତେ ଜଣାପଡୁନଥିଲା । ତେଣୁ ସେ ଡାକ୍ତଙ୍କ ପାଖକୁ ଗଲେ ଓ ଡାକ୍ତର ତାଙ୍କୁ କହିଥିଲେ କି ଏହା ହାର୍ନିଆ ସମସ୍ୟା । ତାଙ୍କର ଚିକିତ୍ସା କରିବା ଆରମ୍ଭ କରିଦେଲେ । ହେଲେ ସେ ଭଲ ହେବେ କଣ ତାଙ୍କ ସମସ୍ୟା ବଢିବାରେ ଲାଗିଲା । ଏହାପରେ ବ୍ୟକ୍ତିଜଣକ ଅନ୍ୟଏକ ହସ୍ପିଟାଲକୁ ଚିକିତ୍ସା ପାଇଁ ଗଲେ । ଯେତେବେଳେ ସେଠାରେ ଡାକ୍ତରମାନେ ଯାଞ୍ଚ ପରେ ରିପୋର୍ଟ ଦେଖିଲେ ତେବେ ଜଣାପଡିଲା କି ଏହି ବ୍ୟକ୍ତିଙ୍କ ମଧ୍ୟରେ ମହିଳା ପ୍ରାଇଭେଟ ପାର୍ଟ ବିକଶିତ ହୋଇଛି । ଏହା ଛଡା ଚିନ୍ତା କରିବାର କଥା ହେଉଛି ତାହା ମଧ୍ୟରେ ଗର୍ଭାଶୟ, ଫେଲୋପିଅନ ଓ ଅଣ୍ଡାଶୟ ମଧ୍ୟ ରହିଛି ।

ଅନୁସନ୍ଧାନରୁ ଜଣାପଡିଥିଲା କି ଏହି ୬୭ ବର୍ଷୀୟ ବ୍ୟକ୍ତିଙ୍କ ମଧ୍ୟରେ ମହିଳା ପ୍ରାଇଭେଟ ପାର୍ଟ ସହ ଅଣ୍ଡକୋଷ ନିଖୋଜ ଅଛି । ଏଭଳି ସମସ୍ୟାକୁ ଡାକ୍ତରୀ ଭାଷାରେ ପିଏମଡିଏସ କୁହାଯାଏ ଅର୍ଥାତ ପରସିସଷ୍ଟେଣ୍ଟ ମଲେରିଆନ ଡକ୍ଟ ସିଣ୍ଡ୍ରୋମ । ମହିଳାମାନଙ୍କ ପାଇଁ ପୁରୁଷଙ୍କ ମଧ୍ୟରେ ବ୍ୟକ୍ତିଗତ ଅଂଶ ବିକାଶ ହେବା ଏକ ଅସାଧାରଣ ଘଟଣା । ସବୁଠୁ ବଡକଥା ଚିକିତ୍ସା ଇତିହାସରେ ଏପର୍ଯ୍ୟନ୍ତ କେବଳ ୨୦୦ ଜଣ ପୁରୁଷଙ୍କ ଠାରେ ଏହି ମାମଲା ଦେଖିବାକୁ ମିଳିଛି । ପ୍ରିଷ୍ଟିନା ବିଶ୍ୱବିଦ୍ୟାଳୟ ୟୁରୋଲୋଜି କେସ ରିପୋର୍ଟ ଜର୍ନାଲରେ ଏହି ରିପୋର୍ଟ ପ୍ରକାଶ କରିଛି । ଯୁକ୍ତରାଷ୍ଟ୍ରର ନ୍ୟାସନାଲ ଲାଇବ୍ରେରୀ ଅଫ ମେଡିସିନ ବା ଏନଆଇଏଚ ଅନୁଯାୟୀ ଏହାର ମୁଖ୍ୟ ପରିଚୟ ହେଉଛି ଅନଡିସେଣ୍ଡଡେଡ ଟେଷ୍ଟିସ ବା ସଫ୍ଟ ଇଗୁଇନାଲ ହାର୍ନିଆସ । ସାଧାରଣତ ପୁରୁଷମାନଙ୍କୁ ଏହା ବିଷୟରେ ଜଣା ପଡିନଥାଏ । କିନ୍ତୁ ବିସ୍ତତ ଭାବରେ ପରୀକ୍ଷା କଲେ ଏହା ଜଣାପଡିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.