ମାରିବାକୁ ଆସିଥିଲେ ହେଲେ ନିଜେ ମରିଗଲେ, ଘର ଭିତରୁ ମିଳିଲା ଦୁଇଟି ମୃତଦେହ

ବରଗଡ଼: ପୁଣି ଡବଲ ମର୍ଡର । ଘର ଭିତରୁ ମିଳିଲା ଦୁଇ ଦୁଇଟି ମୃତଦେହ । ବରଗଡ଼ ଜିଲ୍ଲା ଭେଡେନ୍ ବ୍ଲକ ବାଘପାଲି ଗାଁରେ ଚାଞ୍ଚଲ୍ୟ । ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ହୋଇଥିବା ସୂଚନା । ହଁ ଆଜ୍ଞା ମାରିବାକୁ ଆସି ନିଜେ ମୃତ । ବାଘପାଲି ଗାଁରେ ଡବଲ ମର୍ଡର ଘଟଣା ଏବେ ଚାରିଆଡେ ଖେଳାଇଦେଇଛି ଚାଞ୍ଚଲ୍ୟ । ଘର ଭିତରେ ୨ ଜଣଙ୍କ ମୃତଦେହ ଦେଖି ସମସ୍ତେ ଚକିତ । ମୃତକ ହେଲେ ବାଘପାଲି ଗାଁର ତରଣୀ ବାଗ୍ ଏବଂ ମଧୁସୂଦନ ଭୋଇ ଓରଫ୍ ମଘା ।
ଯାହା ସୂଚନା ମିଳିଛି, କୌଣସି କାରଣକୁ ନେଇ ତରଣୀ, ମଧୁସୁଦନ ଭୋଇ ଓରଫ୍ ମଘା ଘରକୁ ଯୋଜନା ମୁତାବକ ଆକ୍ରମଣ କରିବାକୁ ଆସିଥିଲା । ହେଲେ ଭୟଙ୍କ ଭିତରେ ରକ୍ତାକ୍ତ ସଂଘର୍ଷ ପରେ ତାରିଣୀ ଓ ମଘା ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି l ଘଟଣାସ୍ଥଳରେ ଭେଡେନ୍ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି ।
ସଳଚନା ଥାଉକି, ମୃତ ତରଣୀ ବାଗ୍ ନାମରେ ବିଭିନ୍ନ ଥାନାରେ ରହିଛି ଅନେକ ମାମଲା । ତେବେ ଏହି ଘଟଣା ପରେ ଏବେ ଗାଁର ଜନସାଧାରଣ ଭୟଭୀତ ଥିବାବେଳେ ପ୍ରକୃତ ଘଟଣା କଣ ହୋଇଥାଇ ପାରେ ତାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କିଏ କାହାକୁ ପ୍ରଥମେ ଆକ୍ରମଣ କରିଛି? ଏହି ଦୁଇ ବ୍ୟକ୍ତିଙ୍କ ମଧ୍ୟରେ ଲଢେ଼ଇ ହୋଇଛି ନା ଘଟଣାରେ ଅନ୍ୟ ଆଉ କିଏ ଅଛନ୍ତି ? ନିଜ ନିଜ ଭିତରେ କ’ଣ ଥିଲା ଯେ ହତ୍ୟା ପର୍ଯ୍ୟନ୍ତ କଥା ଯାଇଛି? ସରଜମିନ ତଦନ୍ତ ବେଳେ ଭେଡେନ୍ ପୋଲିସ୍ କେଉଁ କେଉଁ ଦିଗ ଉପରେ ତଦନ୍ତ କରୁଛି ? ତା ଉପରେ ସମସ୍ତଙ୍କ ନଜର ରହିଛି । ଏପଟେ ଭେଡେନ୍ ଥାନା ଆଇଆଇସି ସୁଶାନ୍ତ ଦାଶଙ୍କ ନେତୃତ୍ୱରେ ତଦନ୍ତ ଆରମ୍ଭ ହୋଇଥିବା ବେଳେ, ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁରଙ୍କୁ ନେଇ ତନାଘନା ଜାରି ରହିଛି ।
ଫାଭିଓ: ତେବେ ଆଜିକାଲି ବଢିଚାଲିଛି ହତ୍ୟା ଘଟଣା । ନିଜ ପର କିଛି ବି ଭାବୁନାହିଁ ମଣିଷ । ପ୍ରତିଦିନ ଘଟାଇଚାଲିଛି ଅପରାଧ ଉପରେ ଅପରାଧ । ଯାହା ଥମିବାର ନା ଧରୁନାହିଁ । ସ୍ଵାର୍ଥପର ଦୁନିଆରେ ପୋକ ମାଛି ଭଳି ମଣିଷ ମଣିଷର ଜୀବନ ନେଉଛି । କାହିଁକି ମଣିଷ ଘଟାଉଛି ଏଭଳି କାଣ୍ଡ ? କୁଆଡ଼େ ହଜିଯାଉଛି ମାନବିକତା ? ରାଗରେ ହରାଇ ବସୁଛନ୍ତି ହିତାହିତ ଜ୍ଞାନ । ଯାହାର ପୁଣି ଏକ ବଡ ଉଦାହରଣ ଆଜିର ଏହି ଘଟଣା । ତେବେ ଏହି ହତ୍ୟା ଘଟଣା ପଛରେ କଣ ରହିଛି ସତ୍ୟତା ତାକୁ ହିଁ ଅପେକ୍ଷା କରିଛନ୍ତି ଗାଁ ଲୋକେ ।
ଆହୁରି ପଢନ୍ତୁ: ଏକତରଫା ପ୍ରେମର ଭୟଙ୍କର ପରିଣତି, ପ୍ରେମିକାର ଘରେ ପଶି ନେଇଗଲା ତା’ର ଜୀବନ