ଚଉକି ପାଇଁ ପିଟାପିଟି, ପ୍ରଧାନ ଶିକ୍ଷକଙ୍କ ଚେୟାରରେ ବସିବାକୁ ତଳେ ଗଡ଼ିଆ ଗଡ଼ି ହୋଇ ମାଡ଼ଗୋଳ ଲାଗିଲେ ଶିକ୍ଷକ; ଦେଖନ୍ତୁ ଭିଡିଓ

ଚଉକି ପାଇଁ ପିଟାପିଟି। ପ୍ରଧାନ ଶିକ୍ଷକଙ୍କ ଚେୟାରରେ ବସିବା ନେଇ ବାଡ଼ିଆପିଟା ହୋଇଛନ୍ତି ଶିକ୍ଷକ। ଛାତ୍ରଛାତ୍ରୀଙ୍କୁ ସତ୍‌ପଥରେ ଯିବା ପାଇଁ ଉପଦେଶ ଦେଉଥିବା ଶିକ୍ଷକ ହିଁ ନିଜ ଭିତରେ ଗଣ୍ଡଗୋଳ କରିଛନ୍ତି। ତେବେ ଏହି ଗଣ୍ଡଗୋଳ ପୁଣି ଏମିତି ସେମିତିକ ନୁହେଁ। ପରିସ୍ଥିତି ଏମିତି ହୋଇଥିଲା ଯେ ଉଭୟେ ତଳେ ଗଡ଼ିଆ ଗଡ଼ି ମଧ୍ୟ ହୋଇଥିଲେ। ଉଭୟଙ୍କୁ ଅଲଗା କରିବା ପାଇଁ ଅନ୍ୟମାନେ ଆସିଥିଲେ ମଧ୍ୟ ସେମାନେ କିନ୍ତୁ କିଛି ବି ଶୁଣିବାକୁ ରାଜି ନଥିଲେ। ସୋସିଆଲ ମିଡିଆରେ ଏବେ ଏହି ଭିଡିଓଟି ଖୁବ୍‌ ଭାଇରାଲ ହେଉଛି। ଭିଡିଓଟି ବିହାରର ମୋତିହାରୀର ବୋଲି କ୍ୟାପସନ୍‌ରେ ଲେଖାଯାଇଛି।

ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚାରେ ରହିଛି। ରିପୋର୍ଟ ମୁତାବକ, ଏଠାକାର ଆଦାପୁର ଶିକ୍ଷା ବିଭାଗରେ ଏକ ଛୋଟ କଥାକୁ ନେଇ ଦୁଇ ଜଣ ଶିକ୍ଷକଙ୍କ ମଧ୍ୟରେ ପ୍ରବଳ ବଚସା ହୋଇଥିଲା। ଏହି ଯୁକ୍ତିତର୍କ ଏତେ ବଢ଼ିଯାଇଥିଲା ଯେ କଥା ମାରପିଟ୍‌ ଯାଏଁ ପହଞ୍ଚିଥିଲା। ପରେ ଉଭୟେ ତଳେ ଗଡ଼ିଆ ତଡ଼ିଆ ହୋଇ ପିଟାପିଟି ହୋଇଥିଲେ।

ଦେଖନ୍ତୁ ଭିଡିଓ:

ଭାଇରାଲ ଭିଡିଓରେ ଆପଣ ଦେଖିପାରୁଥିବେ ଯେ ଜଣେ ଶିକ୍ଷକ ଅନ୍ୟ ଜଣେ ଶିକ୍ଷକଙ୍କର ତଣ୍ଟି ଚିପୁଛନ୍ତି। ଏହି ସମୟରେ ସେ ତାଙ୍କୁ ତଳକୁ ଠେଲି ଦେଉଛନ୍ତି। ଉଭୟଙ୍କ ଝଗଡ଼ା ଦେଖି ଉପସ୍ଥିତ ଲୋକେ ତାଙ୍କୁ ଅଲଗା କରିବାକୁ ବହୁତ ଚେଷ୍ଟା କରିଥିଲେ। କିନ୍ତୁ ସେମାନେ କାହା କଥା ଶୁଣିବାକୁ ପ୍ରସ୍ତୁତ ନଥିଲେ। ଭିଡିଓରେ ଜଣେ ବ୍ୟକ୍ତି କହୁଥିବାର ଶୁଣାଯାଉଛି ଯେ ମୁଣ୍ଡ ଫାଟିଯିବ। ଏମାନଙ୍କୁ ବାହାରକୁ ବାହାର କରନ୍ତୁ। ସେହିପରି ଆଉ ଜଣେ କହୁଛନ୍ତି, ଏବେ ଛାଡ଼ିଦିଅନ୍ତୁ, ହୋଇଗଲା। ତେବେ କୁହାଯାଉଛି ଯେ ପୂରା ଘଟଣା ବ୍ଲକ୍‌ ଏଜୁକେସନ୍‌ ଅଫିସର (BEO) ଙ୍କ ସାମ୍ନାରେ ହୋଇଛି।

ଅନ୍ୟପଟେ ଏ ନେଇ ସ୍ଥାନୀୟ ଲୋକେ କହିଛନ୍ତି ଯେ ଚୈନପୁର ସୋନାର ଟୋଲାରେ ଏକ ନୂଆ ସ୍କୁଲ ତିଆରି ହେଉଛି। ଉକ୍ତ ସ୍କୁଲରେ ପ୍ରଧାନ ଶିକ୍ଷକ ପଦ ପାଇଁ ଗତ କିଛି ମାସ ଧରି ବିବାଦ ଚାଲିଥିଲା। ସେହି ସ୍କୁଲରେ ପ୍ରଧାନ ଶିକ୍ଷକ ପାଇଁ ଏହି ଦୁଇ ଜଣ ଶିକ୍ଷକ ମଧ୍ୟରେ ଦୀର୍ଘ ଦିନ ହେଲା ବିବାଦ ଚାଲିଥିଲା। ଉଭୟେ ପ୍ରଧାନ ଶିକ୍ଷକ ହେବାକୁ ଯୋଗ୍ୟ ବୋଲି ଦାବି କରୁଥିବାରୁ କାହାକୁ ପ୍ରଧାନ ଶିକ୍ଷକ କରାଯିବ ସେ ନେଇ କୌଣସି ନିଷ୍କର୍ଷ ବାହାରି ପାରୁନଥିଲା। ଏହି ମାମଲା ଉପରେ ବିଚାର କରିବା ପାଇଁ ଉଭୟ ଶିକ୍ଷକଙ୍କୁ ବିଇଓ ଅଫିସକୁ ଡକାଯାଇଥିଲା। କିନ୍ତୁ ସେମାନେ ଏଠାରେ କୌଣସି ନିଷ୍ପତ୍ତି ନେବେ କ’ଣ ବରଂ ନିଜ ନିଜ ଭିତରେ ହିଁ ମାଡ଼ ପିଟ୍‌ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.