ନାଗୁଣୀକୁ ଆକର୍ଷିତ କରିବା ପାଇଁ ପରସ୍ପର ମଧ୍ୟରେ ଘମାଘୋଟ ଲଢେଇ କଲେ ଦୁଇ ନାଗ, ଦେଖନ୍ତୁ ଭିଡିଓ

ଫେସବୁକ, ଟ୍ଵିଟର, ଇନଷ୍ଟା ୟୁଜର୍ସ ଓ୍ଵାଇଲ୍ଡ ଲାଇନ ଭିଡିଓକୁ କେବଳ ପସନ୍ଦ କରନ୍ତି ନୁହେଁ, ବରଂ ଏହାକୁ ସେୟାର ମଧ୍ୟକରନ୍ତି। ଅବଶ୍ୟ ଆପଣ ପ୍ରେମ ପାଇଁ କିଏ କେଉଁଠି ଗଣ୍ଡଗୋଳ କରୁଥିବା ଆପଣ ଜାଣିଥିବେ କିମ୍ବା ଶୁଣିଥିବେ ନିଶ୍ଚିତ। କିନ୍ତୁ ଏଠାରେ ଯେଉଁ ଗଣ୍ଡଗୋଳ ଦେଖିବାକୁ ମିଳିଛି ତାହା ଟିକେ ନିଆରା । ଆପଣ ସିଂହ, ମାଙ୍କଡ, ବାଘ ପରସ୍ପର ମଧ୍ୟରେ ଲଢୁଥିବା ନିଶ୍ଚିତ ଭାବେ ଦେଖିଥିବେ। କିନ୍ତୁ କେବେ ସାପ ପରସ୍ପର ମଧ୍ୟରେ ଲଢିବା ଦେଖିଛନ୍ତି କି ? କିନ୍ତୁ ଏମାନେ ଯେଉଁ କାରଣ ପାଇଁ ଲଢୁଛନ୍ତି, ତାହା ଜାଣିଲେ ମଧ୍ୟ ଆପଣ ଆଶ୍ଚର୍ଯ୍ୟ ହେବେ। ସାପଦୁଇଟି ନିଜ ପ୍ରେମକୁ ପାଇବା ପାଇଁ ଲଢିବାରେ ବ୍ୟସ୍ତ ରହିଛନ୍ତି। ଆପଣ ଏହି ଭିଡିଓ ଦେଖିଲେ ଜାଣିପାରିବେ। ଗୋଟିଏ ନାଗୁ ଣୀର ପ୍ରେମକୁ ହାସଲ କରିବା ପାଇଁ ଦେଖିବାକୁ ମିଳିଥିଲା କୋବ୍ରା ଲଢେଇ । ନାଗୁଣୀକୁ ଇମ୍ପ୍ରେସ କରିବା ପାଇଁ ଦୁଇ ନାଗ ଭିତରେ ଚାଲିଥିଲା ଜୋରଦାର ଲଢେଇ।

ଭିଡିଓରେ ଦେଖିବାକୁ ମିଳିଛି, ଏକ କିଙ୍ଗ କୋବ୍ରା ଜଙ୍ଗଲରେ ନାଗୁଣୀକୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ଫଁ ଫଁ ଶବ୍ଦ କରିଚାଲିଥିଲା। ନାଗୁଣୀକୁ ଇମ୍ପ୍ରେସ କରିବା ପାଇଁ ଦୀର୍ଘ ସମୟ ଦରି ନାଗ ଚିତ୍କାର କରି ଚାଲିଥିଲା । କିନ୍ତୁ ହଠାତ ସେଠାରେ ଆସି ପହଞ୍ଚିଥିଲା ଆଉ ଏକ କିଙ୍ଗ କୋବ୍ରା । ନାଗୁଣୀକୁ ଇମ୍ପ୍ରେସ କରିବା ପାଇଁ ଚେଷ୍ଟା କରିବା ଭିତରେ ଉଭୟଙ୍କ ମଧ୍ୟରେ ସୃଷ୍ଟି ହୋଇଥିଳା ଭୟଙ୍କର ଲଢେଇ । ଏହି ଯୁଦ୍ଧ ପ୍ରାୟ ୫ ଘଣ୍ଟା ପର୍ଯ୍ୟନ୍ତ ଚାଲୁ ରହିଥିଲା । କିନ୍ତୁ କେହି ହାର ମାନିବାକୁ ପ୍ରସ୍ତୁତ ନଥିଲେ । ଦୁଇ ନାଗ ନିଜ ଭିତରେ ଯୁଦ୍ଧ ଲଢେଇ କରୁ କରୁ ବେଶ କିଛି ଦୂର ଅତିକ୍ରମ କରିଯାଇଥିଲେ ।

ଶେଷରେ ଦୁଇ ମେଲ କିଙ୍ଗ କୋବ୍ରା ଭିତରୁ ଜଣେ ହାର ମାନି ଫେରିଯାଇଥିଲା। ଏବେ ନାଗୁଣୀ ସହିତ ଯୁଦ୍ଧରେ ବିଜୟ ହାସଲ କରିଥିବା କିଙ୍ଗ କୋବ୍ରା ସମ୍ପର୍କ ରଖି ପାରିବ । ଏହି ଭିଡିଓ ୟୁଟ୍ୟୁବରେ ସ୍ମିଥ ସନିୟନ ଚ୍ୟାନେଲରେ ଅପଲୋଡ କରାଯାଇଛି । ଯାହାକୁ ଏବେ ପର୍ଯ୍ୟନ୍ତ ୨ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଦେଖି ସାରିଲେଣି ଏବଂ ଖୁବ ପସନ୍ଦ ମଧ୍ୟ କରୁଛନ୍ତି ।

ଜଙ୍ଗଲରେ ଅଧିକମାତ୍ରାରେ କିଙ୍ଗ କୋବ୍ରା ଦେଖିବାକୁ ମିଳନ୍ତି। ବିଭିନ୍ନ ଦେଶର ଲୋକ ଏହା ଉପରେ ଡକ୍ୟୁମେଣ୍ଟାରୀ ବନାଇବା ପାଇଁ ଇଚ୍ଛୁକ ଥାଆନ୍ତି । କିନ୍ତୁ ଏହି ସମୟରେ ଏକ ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ଜଙ୍ଗଲ ଭିତରେ କିଛି ଏମିତି ଦୃଶ୍ୟକୁ ରେକର୍ଡ କରାଯାଇଛି ଯାହା ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି ।

video credit: Smithsonian Channel

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.