ଏ ଯୁଗର ଶ୍ରବଣ କୁମାର: ମା’ଙ୍କୁ କାନ୍ଧରେ ବସାଇ ପାହାଡ ଚଢିଲେ ଦୁଇ ପୁଅ, ସମାଜ ପାଇଁ ସାଜିଲେ ବଡ ଉଦାହରଣ

ଆଜିର ଯୁଗରେ ଅନେକ ଘଟଣା ଘଟୁଛି। କିଛି ଦୁଃଖ ଦେଉଛି ତ ପୁଣି ଆଉ କିଛି ସାଜୁଛି ଆମ ସମାଜ ପାଇଁ ବଡ ଉଦାହରଣ। ଯାହା ବଦଳାଇଦେଉଛି ଅନେକଙ୍କ ମାନସିକତା। ଠିକ ଏମିତି ଏକ ଘଟଣା ଦେଖିବାକୁ ମିଳିଛି, ଯାହା ଶୁଣିଲେ ଆପଣଙ୍କୁ ମନେ ପଡ଼ିଯିବ ଶ୍ରବଣ କୁମାରଙ୍କ କଥା। ଆଜିର ଯୁଗରେ ନିଜ ବାପା ମା’ଙ୍କ ସ୍ୱପ୍ନକୁ ଅନେକ କମ୍ ଜଣ ସାକାର କରି ପାରନ୍ତି।

ଯେମିତି ଏକ ବଡ଼ ଉଦାହରଣ ଦେଖିବାକୁ ମିଳିଛି କେରଳରେ। ଦୁଇ ପୁଅ ନିଜ ମା’ଙ୍କୁ କାନ୍ଧରେ ବସାଇ ନିଜ ମା’ଙ୍କ ସ୍ୱପ୍ନ ପୂରଣ କରିଛନ୍ତି। ସେ ପୁଣି ମାତ୍ର ଗୋଟିଏ ଦୁର୍ଲଭ ଫୁଲ ପାଇଁ। ମୂଲ୍ୟବାନ ଫୁଲ ଦେଖିବା ଉଚ୍ଚ ପାହାଡ଼ ଉପରକୁ ନିଜ ମା’ଙ୍କୁ ନେଇ ପ୍ରାୟ ୧୦୦ କିଲୋମିଟର ଚଢ଼ିଯାଥିଲେ ଦୁଇ ପୁଅ। ପଶ୍ଚିମ ଘାଟରେ ଏକ ପାହାଡ଼ରେ ଫୁଟୁଥିବା ଫୁଲ ନୀଳକୁରିଞ୍ଜି ଦେଖିବା ତାଙ୍କର ସ୍ୱପ୍ନ ଥିଲା। କାରଣ ଏହି ଫୁଲ ୧୨ ବର୍ଷରେ ଥରେ ଫୁଟେ। ଏହାକୁ ଦେଖିଲେ ଖୁବ୍ ଶୁଭ ବୋଲି ବିଶ୍ୱାସ କରାଯାଏ।

କୋଟାୟମ ଜିଲ୍ଲାର ମୁତ୍ତୁଚିରାରେ ରହୁଥିବା ଜଣେ ବୟସ୍କ ମହିଳା ତାଙ୍କ ଇଡୁକ୍କିର ପଡ଼ୋଶୀ ଜିଲ୍ଲାରେ ଫୁଟୁଥିବା ସେହି ଦୁର୍ଲଭ ଫୁଲକୁ ଦେଖିବା ପାଇଁ ଇଚ୍ଛା କରିଥିଲେ। ମହିଳା ଜଣଙ୍କ ନାମ ଏଲିକୁଟ୍ଟି ପଲ୍‌ । ବୃଦ୍ଧା ମହିଳା ଜଣଙ୍କ ବାର୍ଦ୍ଧକ୍ୟ ଜନିତ ରୋଗରେ ପିଡ଼ୀତ ଥିବାରୁ ସେ ପାହାଡ଼ ଚଢ଼ି ଯିବା ତାଙ୍କ ପାଇଁ ସମ୍ଭବ ନଥିଲା।

୨ କିଲୋମିଟର ପାହାଡ଼ ଚଢ଼ିବା ପାଇଁ ନିଜ ମାଆଙ୍କୁ ସାହାଯ୍ୟ କରିଥିଲେ ଦୁଇ ପୁଅ। ନିଜ ମାଆଙ୍କୁ ପୁଅ ରୋଜନ ଏବଂ ସତ୍ୟମ୍‌ ଗାଡ଼ିରେ ବସାଇ ତାଙ୍କୁ ମୁନ୍ନାର ପାଖ କାଲ୍ଲୀପାରା ପାହାଡ଼ ପାଖରେ ପହଞ୍ଚି ଗଲେ। ସେଠି ଯାଇ ଦେଖନ୍ତି ତ ପାହାଡ଼ ଉପରକୁ ଯିବାକୁ ଠିକ୍ ରାସ୍ତା ନଥିଲା। ସେ ନିଜ ମା’ଙ୍କ ସ୍ୱପ୍ନକୁ ପୁରା କରିବାକୁ ଚାହୁଁଥିଲେ। ତେଣୁ ସେ ଡେରି ନକରି ନିଜ ମା’ଙ୍କୁ କାନ୍ଧରେ ବସାଇ ପାହାଡ଼ ଉପରକୁ ଚଢ଼ିଲେ ଏବଂ ପାହାଡ଼ର ଶୀର୍ଷରେ ପହଞ୍ଚିଲେ। ବାଇଗଣୀ ରଙ୍ଗର ଫୁଲ କ୍ଷେତ ଦେଖିବାକୁ ପାଇଲେ, ଯାହାକୁ ତାଙ୍କ ମା’ ଦେଖିବାକୁ ଚାହୁଁଥିଲେ।

ଏହି ନୀଳକୁରିଞ୍ଜି ଫୁଲ କେବଳ ପଶ୍ଚିମ ଘାଟର ପର୍ବତ ମାଳାରେ ଦେଖିବାକୁ ମିଳେ। ପୁଣି ଏହା ୧୨ ବର୍ଷରେ ଥରେ ମାତ୍ର ଫୁଟେ, ଯାହାକି ସମସ୍ତେ ଦେଖି ପାରନ୍ତିନି। ନୀଳକୁରିଞ୍ଜି ଫୁଟୁଥିବା ଜାଗାମାନଙ୍କ ମଧ୍ୟରୁ ସବୁଠାରୁ ପ୍ରସିଦ୍ଧ ହେଉଛି ଇଡୁକ୍କି ଜିଲ୍ଲାର ମୁନ୍ନାର ହିଲ୍‌ ଷ୍ଟେସନ୍‌।

ତେବେ ଆଗକୁ ଫୁଟିବାକୁ ଥିବା ନୀଳ କୁରୁଞ୍ଜି ୨୦୩୦ ରେ ଫୁଟିବ। ତେଣୁ ଯଦି ଆପଣ ଏହି ଦୁର୍ଲଭ ଫୁଲକୁ ଦେଖିବାଖୁ ଚାହୁଁଛନ୍ତି, ତେବେ ୨୦୩୦ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ।୨୦୧୮ରେ ନୀଳ କୁରିଞ୍ଜି ଫୁଲ ତାମିଲନାଡ଼ୁର କୋଡାଇକନାଲ, କର୍ଣ୍ଣାଟକର କୋଡାଗୁ ଏବଂ କେରଳର ପୁପରାରେ ଫୁଟିଥିଲା। ଏହି ବର୍ଷ କର୍ଣ୍ଣାଟକର ଚିକମଗଲୁର ଏବଂ କେରଳର କାଲ୍ଲୀପାରାରେ ନୀଲକୁରୁଞ୍ଜି ଫୁଟିଛି।

ତେବେ ଯେତେବେଳେ ସେ ତାଙ୍କ ମା’ଙ୍କୁ ପାହାଡ଼ ଉପରେ ନେଇ ଫୁଲ ଦେଖାଇଥିଲେ, ସେଠାରେ ଥିବା ଲୋକ ଦୁଇ ପୁଅକୁ ଖୁବ୍ ପ୍ରଶଂସା କରିଥିଲେ କାରଣ ଏ ଯୁଗରେ ଏପରି ପୁଅ ପାଇବା ଅସମ୍ଭବ। ଶ୍ରବଣ କୁମାରଙ୍କ ପରି ନିଜ ମାଆଙ୍କୁ ନିଜ ଘର ଠାରୁ ୧୦୦ କିଲୋମିଟର ଗାଡ଼ିରେ ଆଣିବା ପରେ ପାଖା ପାଖି ପ୍ରାୟ ୨ କିଲୋମିଟର ପାହାଡ଼ ଉପରକୁ ନିଜ କାନ୍ଧରେ ବୋହି ନେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.