୯ ଦିନ ହେବ ୨୫୦ ଫୁଟ ବୋରୱେଲ ଭିତରେ ୨ ବର୍ଷର ଶିଶୁ , ସାରା ବିଶ୍ୱ କରୁଛି ପ୍ରାର୍ଥନା

ସ୍ପେନର ଏକ ପାହାଡି ଅଞ୍ଚଳରେ ଗତ ଏକ ସପ୍ତାହ ଧରି ୨୫୦ ଫୁଟ୍ ବୋରୱେଲ ଗର୍ତ୍ତରେ ଫଶି ରହିଛି ୨ ବର୍ଷ ଶିଶୁର ଜୀବନ । ଶିଶୁଟିକୁ ଉଦ୍ଧାର କରିବା ପାଇଁ ପାୱରଫୁଲ ମେସିନ ସାହାଯ୍ୟରେ ସୁଡଙ୍ଗ ଖୋଳାଯାଉଥିବା ବେଳେ ପୂରା ବିଶ୍ୱର ଲୋକ ଏହି କୁନି ଶିଶୁଟିଏ ଜୀବନ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନ କରିଛନ୍ତି ।
ସୂଚନା ଅନୁଯାୟୀ, ସ୍ପେନର ମଲଗା ଅଞ୍ଚଳରେ ଗତ ରବିବାର ଜୁଲେନ ରୋସେଲୋ ନାମକ ଏକ ଶିଶୁ ନିଖୋଜ ହୋଇଯାଇଥିଲା । ତେବେ କିଛି ସମୟ ପରେ ଜଣାପଡିଥିଲା ଯେ, ଶିଶୁଟି ୨୫୦ ଫୁଟର ଖାତ ଭିତରକୁ ଗଳି ପଡିଛି । ଉକ୍ତ ଗାତ ପାଖରୁ ଛୋଟ ଛୁଆର କେଶ ମିଳିଥିଲା । ପରେ ଏହାର ଡିଏନଏ ଟେଷ୍ଟ ପରେ ଏହା ୨ବର୍ଷର ଶିଶୁ ଜୁଲେନର କେଶ ବୋଲି ଜଣାପଡିଥିଲା ।
ଏହି ଘଟଣା ପରେ ଶିଶୁଟିକୁ ଉଦ୍ଧାର କରିବାକୁ ରେସ୍କ୍ୟୁ ଅପରେସନ ଆରମ୍ଭ ହୋଇଥିଲା । ପ୍ରଥମ ସୁଡଙ୍ଗ ଖୋଳାଯାଇଥିଲା ଯାହାର ପ୍ରୟାସ ବିଫଳ ହୋଇଥିଲା । ଏହାପରେ ଶକ୍ତିଶାଳୀ ମେସିନ ସାହାଯ୍ୟରେ ଆରମ୍ଭ ହେଲା ରେସ୍କ୍ୟୁ ଅପରେସନ । ସୁଡଙ୍ଗ ଖୋଳାଯିବା ସହ ଯଥାସମ୍ଭବ କୁନି ଶିଶୁ ପାଖରେ ପହଞ୍ଚିବାକୁ ଜୋରଦାର ଉଦ୍ୟମ କରାଯାଉଛି ।
ସୁଡଙ୍ଗ ଖୋଳାଯିବା ପରେ ପ୍ରଥମେ କିଛି ରେସ୍କ୍ୟୁ ଟିମକୁ ଗର୍ତ୍ତ ମଧ୍ୟକୁ ପଠାଯିବ । ସେଠାରେ ପହଞ୍ଚିବା ପରେ କୁନି ଶିଶୁ ପାଖରେ ପହଞ୍ଚିବାକୁ ହାତରେ ୧୩ ଫୁଟ ଲମ୍ବର ସୁଡଙ୍ଗ ଖୋଳିବେ ଏହି ରେସ୍କ୍ୟୁ ଟିମ୍ । ଏହାପରେ ଉକ୍ତ କୁନି ଶିଶୁଟିକୁ ଉଦ୍ଧାର କରାଯିବ ବୋଲି ରେସ୍କ୍ୟୁ ଟିମର ଅଧିକାରୀ କହିଛନ୍ତି । ତେବେ ଶିଶୁଟିର ଜୀବନ ବଞ୍ଚାଇବାକୁ ଏବେ ପୂରା ଦୁନିଆର ଲୋକେ ଏବେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି ।