ରୋଗୀଙ୍କ ପାଇଁ ବ୍ୟବହାର ହେଉଥିବା ବିଭିନ୍ନ ପ୍ରକାର ଆମ୍ବୁଲାନ୍ସର ଗୁରୁତ୍ୱ କ’ଣ ରହିଛି, ଜାଣନ୍ତୁ

ଭାରତରେ ଅଧିକ ଭାବେ ଏମରଞ୍ଜେନସି ଆମ୍ବୁଲାନ୍ସର ବ୍ୟବହାର କରାଯାଏ। ଏଥିପାଇଁ ୧୦୮ ନମ୍ବରକୁ କଲ୍‌ କରିବାକୁ ପଡିଥାଏ । ଏଥିରେ ଅକ୍ସିଜେନ ସପ୍ଲାଏ ସହ ଷ୍ଟାଫ ମଧ୍ୟ ରହିଥାନ୍ତି। କିନ୍ତୁ ଆପଣ ଭାବୁଥିବେ କୋଭିଡ ପେସେଣ୍ଟ ମଧ୍ୟ ସେହି ଆମ୍ବୁଲାନ୍ସରେ ଯାଉଥିବେ ; କିନ୍ତୁ ନା, କୋଭିଡ଼ ରୋଗୀଙ୍କ ପାଇଁ ଭେଣ୍ଟିଲେଟର ଆମ୍ବୁଲାନ୍ସ ଆସିଥାଏ। କିନ୍ତୁ ଏହା ସବୁ ହସ୍ପିଟାଲରେ ଆଭିଲେଭଲ ନଥାଏ। ମହଙ୍ଗା ହେବା କାରଣରୁ ଏହା କିଛି ନିର୍ଦ୍ଦିଷ୍ଟ ହସ୍ପିଟାଲରେ ରହିଥାଏ। ଏଭଳି ଆମ୍ବୁଲାନ୍ସରେ ICUର ବ୍ୟାକଅପ ରହିବା ସହ ଆଡଭାନ୍ସ ଲାଇଫ ସପୋର୍ଟ ପାଇଁ ସମସ୍ତ ସୁବିଧା ରହିଥାଏ।

ଖାସ କରି ଭାରତରେ ୬ ପ୍ରକାର ଆମ୍ବୁଲାନ୍ସ ରହିଛି। ଯାହାମଧ୍ୟରୁ ଆପଣ ମାତ୍ର ଗୋଟିଏ କିମ୍ବା ଦୁଇଟି ଆମ୍ବୁଲାନ୍ସ ସମ୍ପର୍କରେ ଶୁଣିଥିବେ। ରୋଗୀଙ୍କୁ ୨ରୁ ୩ ରୋଗ ହୋଇଥିଲେ ନର୍ମାଲ ଆମ୍ବୁଲାନ୍ସ ଡକାଯାଇଥାଏ। ସେପରି ଆଡଭାନ୍ସ ଆମ୍ବୁଲାନ୍ସ ରହିଛି ଯାହାକୁ ଆମେ ଏମରଞ୍ଜେନ୍ସି ଆମ୍ବୁଲାନ୍ସ କହିଥାଉ। ଏଥିରେ ସମସ୍ତ ଆଧୁନିକ ମେଡିକାଲ ଉପକରଣ ସେଟ୍‌ ହୋଇଥାଏ । ଏହାପରେ Dead Body ପାଇଁ ମଧ୍ୟ ଭିନ୍ନ ଆମ୍ବୁଲାନ୍ସ ରହିଛି, ଯାହାକ ୁମୋଚ୍ୟୁର୍ରି ଆମ୍ବୁଲାନ କୁହାଯାଏ। ତେବେ ଏହାପରେ ଏକ ନୁଆ ଆମ୍ବୁଲାନ୍ସ ରହିଛି ଯାହା କେବଳ ଗର୍ଭବତୀ ମହିଳାଙ୍କ ପାଇଁ ବ୍ୟବହାର କରାଯାଏ । ଏଥିରେ ନବଜାତ ଶିଶୁଙ୍କ ପାଇଁ ସବୁ ସୁବିଧା ଉପଲବ୍ଧି ରହିଥାଏ । ୫ମରେ ଯେଉଁ ଆମ୍ବୁଲାନ୍ସ କଥା ଆମେ ଆପଣଙ୍କୁ କହିବୁ ତାହା ରୋଗୀଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇଥାଏ। ଟ୍ରାନ୍ସପୋର୍ଟ କରିବା ସମୟରେ ଯେପରି ଅସୁବିଧା ନହେବ ସେଥିପାଇଁ ମଧ୍ୟ କଡ଼ା ଧ୍ୟାନ ରଖାଯାଏ।

ଶେଷରେ ରହିଛି ଏୟାର ଆମ୍ବୁଲାନ୍ସ । ଏଥିରେ ରୋଗୀଙ୍କୁ ଗୋଟିଏ ସହରରୁ ଅନ୍ୟ ସହରକୁ ବା ଦେଶକୁ ନିଆଯାଇଥାଏ। ତେବେ ସବୁ ଯାନ ଭିତରୁ ଆମ୍ବୁଲାନ୍ସର ସ୍ଥାନ ସ୍ୱତନ୍ତ୍ର ରହିଛି। ଯାହା ଅତିଆବଶ୍ୟକ ସମୟରେ ଦରକାର ପଡିଥାଏ। ରୋଗୀଙ୍କୁ ସୁରକ୍ଷିତ ଭାବେ ହସ୍ପିଟାଲ ନେବା ପାଇଁ ଏହାର ଗୁରୁତ୍ୱ ଢ଼େର ରହିଥାଏ। ଆମ୍ବୁଲାନ୍ସକୁ କେବେବି ସିଗନାଲ ବା ଜାମ ମଧ୍ୟରେ ରୋକା ଯାଇନଥାଏ । ଏହାକୁ ରାସ୍ତା ଦେବା ପାଇଁ ସର୍ବଦା ପରାମର୍ଶ ଦିଆଯାଏ । ତେଣୁ ଏହା ସମ୍ପର୍କରେ ଜାଣିବା ଆମର ନିହାତି ଆବଶ୍ୟକ।

Leave A Reply

Your email address will not be published.