ଦେଶର କୋଟି କୋଟି ଜନତା ସେଭିଙ୍ଗ ବ୍ୟାଙ୍କ ଆକାଉଣ୍ଟର ବ୍ୟବହାର କରନ୍ତି। କିନ୍ତୁ କଣ ଆପଣଙ୍କୁ ଜଣାଅଛି ସେଭିଙ୍ଗସ୍ ବ୍ୟାଙ୍କ ଆକାଉଣ୍ଟ କେତେ ଟାଇପର ଅଛି। ଆଉ କେବେ ଭାବିଛନ୍ତି କେଉଁ ସେଭିଙ୍ଗସ ଆକାଉଣ୍ଟ ଆପଣଙ୍କ ପାଇଁ ବେଷ୍ଟ ହେବ। ଆମେ ଆଜି ଆପଣଙ୍କ ପାଖକୁ ସେଭିଙ୍ଗସ ବ୍ୟାଙ୍କ ଆକାଉଣ୍ଟକୁ ନେଇ କିଛି ଖବର ନେଇ ଆସିଛୁ, ଯାହାକୁ ଆପଣ ଜାଣିବା ନିହାତି ଆବଶ୍ୟକ। କାହିଁକିନା ଆପଣଙ୍କ କାମରେ ଏହା ବହୁତ ଆସିପାରେ।
ଆବଶ୍ୟକ ଅନୁସାରେ ସେଭିଙ୍ଗ୍ ଆକାଉଣ୍ଟସ ବି ଅଲଗା ଅଲଗା ରହିଥାଏ। ଚାକିରି କରିଥିବା ଲୋକଙ୍କ ପାଇଁ, ବୟସ୍କ ଲୋକଙ୍କ ପାଇଁ, ପିଲାଙ୍କ ପାଇଁ ଅଲଗା ଅଲଗା ପ୍ରକାରର ସେଭିଙ୍ଗ ଆକାଉଣ୍ଟ ରହିଛି। ମୋଟ ୬ ପ୍ରକାରର ସେଭିଙ୍ଗ ଆକାଉଣ୍ଟ ବିଷୟରେ ଆଜି ଆମେ ଜାଣିବା।
ରେଗୁଲାର ସେଭିଙ୍ଗସ ଆକାଉଣ୍ଟ
ଏହି ଆକାଉଣ୍ଟ କିଛି ଖାସ୍ ନିୟମ ଏବଂ ସର୍ତ୍ତକୁ ନେଇ ଖୋଲାଯାଏ। ଏହି ପ୍ରକାର ଆକାଉଣ୍ଟରେ କୌଣସି ଏକ ନିର୍ଦ୍ଧିଷ୍ଟ ରାଶି ରେଗୁଲାର ଡିପୋଜିଟ୍ ହୋଇନଥାଏ। ଏହାର ବ୍ୟବହାର ଏକ ସେଫ ହାଉସ ଭଳି ହୋଇଥାଏ, ଯେଉଁଠି ଆପଣ ନିଜ ଟଙ୍କା ରଖିପାରିବେ। ଏଥିରେ ମିନିମମ୍ ବାଲାନ୍ସର ସର୍ତ୍ତ ବି ନିର୍ଦ୍ଧିଷ୍ଟ ରହିଥାଏ।
ସାଲାରୀ ସେଭିଙ୍ଗସ ଆକାଉଣ୍ଟ
ଏପରି ଆକାଉଣ୍ଟ କମ୍ପାନୀ ପକ୍ଷରୁ ବ୍ୟାଙ୍କ ଦ୍ୱାରା ସେମାନଙ୍କ କର୍ମଚାରୀ ପାଇର୍ ଖୋଲାଯାଇଥାଏ। ଏହି ଖାତାର ବ୍ୟବହାର କର୍ମଚାରୀଙ୍କୁ ସାଲାରୀ ଦେବା ପାଇଁ କରାଯାଏ। ଏଥିରେ ବ୍ୟାଙ୍କ ସୁଧ ଅଫର କରିଥାଏ। ଏହି ଆକାଉଣ୍ଟ ପାଇଁ କୌଣସି ମିନିମମ୍ ବାଲାନ୍ସର ସର୍ତ ରହିନଥାଏ। ଯଦି ତିନି ମାସ ପର୍ଯ୍ୟନ୍ତ ସାଲାରୀ ଆସେନାହିଁ ତାହେଲେ ଏହା ରେଗୁଲାର ସେଭିଙ୍ଗଆକାଉଣ୍ଟରେ ବଦଳିଯାଇଥାଏ।
ଜିରୋ ବାଲାନ୍ସ ସେଭିଙ୍ଗସ ଆକାଉଣ୍ଟ
ଏହି ପ୍ରକାରର ଆକାଉଣ୍ଟରେ ସେଭିଙ୍ଗ ଏବଂ କରେଣ୍ଟ ଆକାଉଣ୍ଟ ଉଭୟର ଖାସିୟତ୍ ରହିଥାଏ। ଏଥିରେ ଓ୍ଵିଥଡ୍ରାଲ କରିବାର ଏକ ସୀମା ରହିଥାଏ। ଅର୍ଥାତ୍ ଲିମିଟରୁ ଅଧିକା ଟଙ୍କା ଆପଣ ଉଠାଇପାରିବେନାହିଁ। କିନ୍ତୁ ଆପଣଙ୍କ ଉପରେ ପେନାଲ୍ଟୀ ମଧ୍ୟ ଲାଗିନଥାଏ ବାଲାନ୍ସ କମ୍ ହେଲେ ବି।
ମାଇନର୍ସ ସେଭିଙ୍ଗ ଆକାଉଣ୍ଟ
ଏହି ଆକାଉଣ୍ଟ ଖାସ୍ କରି ପିଲାଙ୍କ ପାଇଁ ରହିଥାଏ। ଏଥିରେ ମିନିମମ୍ ବାଲାନ୍ସର କୌଣସି ସୀମା ନଥାଏ। ଏହି ସେଭିଙ୍ଗ ଆକାଉଣ୍ଟ ପିଲାଙ୍କ ପାଇଁ ତାଙ୍କର ବ୍ୟାକିଙ୍ଗ ଆବଶ୍ୟକତାକୁ ପୂରା କରିବା ପାଇର୍ ହୋଇଥାଏ। ଏହି ଭଳି ବ୍ୟାଙ୍କ ଆକାଉଣ୍ଟକୁ ଆଇନଗତ କାର୍ଯ୍ୟ ପାଇଁ ଖୋଲାଯାଏ ଏବଂ ଅପରେଟ କରାଯାଏ। ଯେତେବେଳେ ପିଲା ୧୦ ବର୍ଷର ହୋଇଯିବ ସେତେବେଳେ ସେ ନିଜର ଖାତାକୁ ନିଜେ ଅପରେଟ କରିପାରିବ। ଆଉ ଯେତେବେଳେ ପିଲା ୧୮ ବର୍ଷର ହୋଇଯିବ ସେତେବେଳେ ଏହା ରେଗୁଲାର ସେଭିଙ୍ଗ ଆକାଉଣ୍ଟରେ ପରିଣତ ହୋଇଯିବ।
ସିନିୟର ସିଟିଜେନ୍ସ ସେଭିଙ୍ଗସ ଆକାଉଣ୍ଟ
ଏହି ଖାତା ସେଭିଙ୍ଗସ ଆକାଉଣ୍ଟ ଭଳି ହିଁ କାମ କରିଥାଏ। କିନ୍ତୁ ଏଥିରେ ରେଗୁଲାର ମୁକାବିଲାରେ ସିନିୟମ ସିଟିଜେନ୍ସଙ୍କୁ ଅଧିକ ସୁଧ ଦର ଅଫର କରନ୍ତି। ଏଥିପାଇଁ ସିନିୟର ସିଟିଜେନ୍ସ ଏହି ଆକାଉଣ୍ଟକୁ ଖୋଲିବା ଉଚିତ କାରଣ ଏଥିରେ ସୁଧ ଅଧିକ ମିଳିଥାଏ। ଏହି ବ୍ୟାଙ୍କ ଆକାଉଣ୍ଟ ସିନିୟର ସିଟିଜେନ୍ସଙ୍କ ସେଭିଙ୍ଗ ସ୍କିମରେ ମଧ୍ୟ ଲିଙ୍କ ରହିଥାଏ, ଯେଉଁଥିରେ ପେନସନ୍ ଫଣ୍ଡ କିମ୍ବା ରିଟାୟରମେଣ୍ଟ ଆକାଉଣ୍ଟସରେ ଫଣ୍ଡ ଉଠାଯାଇଥାଏ ଏବଂ ଆବଶ୍ୟକ ପୂରଣ କରାଯାଇଥାଏ।
ମହିଳା ସେଭିଙ୍ଗ ଆକାଉଣ୍ଟସ
ଏହି ଖାତା ଖାସ୍ କରି ମହିଳାଙ୍କୁ ଧ୍ୟାନରେ ରଖି ତିଆରି କରାଯାଇଛି। ଏଥିରେ ଅନେକ ପ୍ରକାରର ଫିଚର୍ସ ରହିଥାଏ। ମହିଳାଙ୍କୁ ଲୋନ୍ ଉପରେ କମ୍ ସୁଧ, ଡିମାଟ୍ ଆକାଉଣ୍ଟ ଖୋଲିବା ଦ୍ୱାରା ଫ୍ରି ଚାର୍ଜ ଏବଂ ଅନେକ ପ୍ରକାରର କିଣାକିଣି ଉପରେ ଡିସକାଉଣ୍ଟ୍ ଅଫର କରାଯାଇଥାଏ।