ମାତ୍ର ୮୭ ଘଣ୍ଟାରେ ୨୦୮ ଦେଶ ଯାତ୍ରା କରିଛନ୍ତି ଏହି ମହିଳା, କଲେ ଗିନିଜ୍‌ ବୁକ୍‌ ଅଫ୍‌ ଓ୍ଵାର୍ଲ୍ଡ ରେକର୍ଡ

ଯେଉଁମାନେ ବୁଲାବୁଲି କରିବାକୁ ପସନ୍ଦ କରନ୍ତି ସେମାନେ ଗୋଟିଏ ସ୍ଥାନରେ ଆଦୌ ବସିପାରନ୍ତି ନାହିଁ। ସବୁବେଳେ ଦୁନିଆ ଦେଖିବାକୁ ସୁଯୋଗ ଖୋଜୁଥାଆନ୍ତି। ସେହିଭଳି ଜଣେ ମହିଳା ହେଉଛନ୍ତି ଡା.ଖାବ୍‌ଲା ଅଲ୍‌ ରୋମାଥୀ। ଖାବ୍‌ଲା ମାତ୍ର ୩ ଦିନରେ ୨୦୮ ଦେଶ ଯାତ୍ରା କରିଛନ୍ତି। କମ୍‌ ସମୟ ମଧ୍ୟରେ ସବୁଠୁ ଅଧିକ ଦେଶ ଯାତ୍ରା କରି ଖାବ୍‌ଲା ଗିନିଜ୍‌ ବୁକ୍‌ ଅଫ୍‌ ଓ୍ଵାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛନ୍ତି।

ସଂଯୁକ୍ତ ଆରବ ଅମିରାତ ବାସିନ୍ଦା ଖାବ୍‌ଲା ମାତ୍ର ୩ ଦିନରେ ୭ଟି ମହାଦ୍ୱୀପର ୨୦୮ଟି ଦେଶ ଯାତ୍ରା କରିଛନ୍ତି। ୩ ଦିନ ୧୪ ଘଣ୍ଟା ୪୬ ମିନିଟ୍‌ ୪୮ ସେକେଣ୍ଡରେ ସେ ଏହି ଯାତ୍ରା ଶେଷ କରିଛନ୍ତି। ସେ ୧୦ ଫେବ୍ରୁଆରୀ ୨୦୨୦ରେ ୟୁଏଇରୁ ଯାତ୍ରା ଆରମ୍ଭ କରିଥିବା ବେଳେ ୧୩ ଫେବ୍ରୁଆରୀ ୨୦୨୦ରେ ଅଷ୍ଟ୍ରେଲିଆର ସିଡ୍‌ନୀରେ ଯାତ୍ରା ଶେଷ କରିଥିଲେ।

ଯାତ୍ରା ଶେଷ କରିବା ପରେ ସେ ଗିନିଜ୍‌ ବୁକ୍‌ ଅଫ୍‌ ଓ୍ଵାର୍ଲ୍ଡ ରେକର୍ଡରେ ନିଜ ନାମ ସ୍ଥାନିତ କରିବାକୁ ଯୋଗ୍ୟ ବିବେଚିତ ହୋଇଥିଲେ। ଏହି ସମୟର ଫଟୋ ମଧ୍ୟ ସେୟାର କରିଛନ୍ତି ଖାବ୍‌ଲା।

ଖାବ୍‌ଲା କହିଛନ୍ତି ଯେ ଏହି ଯାତ୍ରା ତାଙ୍କ ପାଇଁ ବେଶ୍‌ କଷ୍ଟଦାୟକ ଓ ଚ୍ୟାଲେଞ୍ଜିଂ ଥିଲା। ଯାତ୍ରା ମଝିରୁ ଘରକୁ ଫେରିଯିବାକୁ ତାଙ୍କ ମନ ହେଉଥିଲା। କିନ୍ତୁ ପରିବାର ଓ ବନ୍ଧୁମାନେ ତାଙ୍କୁ ଉତ୍ସାହିତ କରିଥିଲେ। ଏଣୁ ସେ ସଫଳତାର ସହ ଯାତ୍ରା ଶେଷ କରିପାରିଛନ୍ତି ବୋଲି କହିଛନ୍ତି ଖାବ୍‌ଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.