ଦୁନିଆର ସବୁଠୁ ଭୟଙ୍କର ମହିଳା ଜେଲ୍‌, ଏଠାରେ ଅନ୍ତେବାସୀଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପରେ ହିଁ ସୁବିଧା ଯୋଗାନ୍ତି ସୁରକ୍ଷା ଗାର୍ଡ

ଦୁର୍ଦ୍ଦାନ୍ତ ଅପରାଧୀଙ୍କ ପାଇଁ ସାରା ବିଶ୍ୱରେ ଅନେକ ଭୟଙ୍କର ଜେଲ୍‌ ରହିଛି। ଏସବୁ ଜେଲ୍‌ରେ ଚୋରି, ନାରୀ, ଗଣଦୁଷ୍କର୍ମ ଆଦି ଜଘନ୍ୟ ଅପରାଧ କରିଥିବା ଅପରାଧୀଙ୍କୁ ରଖାଯାଏ। କିନ୍ତୁ ବ୍ରିଟେନ୍‌ରେ ଏକ ଏମିତି କୁଖ୍ୟାତ ଜେଲ୍‌ ରହିଛି, ଯେଉଁଠାରେ କେବଳ ଦୁର୍ଦ୍ଦାନ୍ତ ମହିଳା ଅପରାଧୀଙ୍କୁ ରଖାଯାଏ। ତେବେ ଏହି ଜେଲ ସବୁବେଳେ କୌଣସି ନା କୌଣସି କାରଣ ଯୋଗୁ ଚର୍ଚ୍ଚାରେ ରହିଥାଏ। ନିକଟରେ ଏହି ଜେଲ୍‌କୁ ୧୬ ବର୍ଷର ଝିଅକୁ ହତ୍ୟା କରିଥିବା ଏକ ମା’କୁ ପଠାଯାଇଛି।

ଏହି ଜେଲ୍‌ରେ ୟୁରୋପର ଅନେକ ନୃଶଂସ ଅପରାଧୀଙ୍କୁ ରଖାଯାଇଛି। ଦେଶର ସବୁଠୁ ଦୁର୍ଦ୍ଦାନ୍ତ ସିରିୟଲ କିଲର, ହତ୍ୟାକାରୀ ମହିଳାଙ୍କୁ ଏଠାରେ ଆଜୀବନ କାରାବାସରେ ରଖାଯାଇଛି। ଏଣୁ ଏହି ମହିଳା ଜେଲକୁ ବ୍ରିଟେନ୍‌ର ସବୁଠୁ ହିଂସ୍ରକ ଜେଲ୍‌ ବୋଲି କୁହାଯାଏ। ପ୍ରାୟତଃ ଏଠାରେ ମହିଳାଙ୍କ ମଧ୍ୟରେ ଗ୍ୟାଙ୍ଗ୍‌ଓ୍ଵାର ବି ହୋଇଥାଏ। ଅନେକ ଥର ମହିଳାମାନେ ପରସ୍ପରର ଜୀବନ ନେବାକୁ ବି ପଛାଇ ନଥାନ୍ତି।

Jail

ଏହି ଜେଲର କ୍ଷମତା ୫୨୭। ଏଠାରେ ଏବେ ୫୦୦ରୁ ଊର୍ଦ୍ଧ୍ୱ ମହିଳା ଅନ୍ତେବାସୀ ରହୁଛନ୍ତି। ଏହି ବିଶାଳ ଜେଲରେ ରହୁଥିବା ମହିଳା କଏଦୀଙ୍କ କହିବାନୁସାରେ, ଜେଲର ଚାରି କାନ୍ଥ ମଧ୍ୟରେ ମହିଳା ଅନ୍ତେବାସୀଙ୍କ ମଧ୍ୟରେ ହିଂସା ଏକ ସାଧାରଣ କଥା। ଏଠାକାର କିଛି ମହିଳାଙ୍କ ମୁହଁକୁ ଗରମ ପାଣି ବି ଫିଙ୍ଗାଯାଉଥିବା ଅଭିଯୋଗ ହୋଇଛି। ମହିଳାଙ୍କୁ ଜେଲରେ ଅସହ୍ୟ ନିର୍ଯାତନା ଦିଆଯାଏ।

ଏହି ଜେଲର ଜଣେ ପୂର୍ବ କଏଦୀ ଏକ ଚାଞ୍ଚଲ୍ୟକର ଖୁଲାସା କରିଥିଲେ। ସେ କହିଥିଲେ ଯେ କିଛି କଏଦୀ ଉନ୍ନତ ଚିକିତ୍ସା ପାଇଁ ଗାର୍ଡଙ୍କ ସହ ଶାରୀରିକ ସମ୍ପର୍କ ରଖିଥାନ୍ତି। ଏଠାରେ ମହିଳା କଏଦୀଙ୍କୁ ପୁରୁଷ ଗାର୍ଡମାନେ ଯୌନ ନିର୍ଯାତନା ଦେବା ସହ ଜବରଦସ୍ତି ଶାରୀରିକ ସମ୍ପର୍କ ରଖିଥାନ୍ତି। ତା’ ପରେ ହିଁ ତାଙ୍କୁ ବିଭିନ୍ନ ସୁବିଧା ଯୋଗାଇ ଦିଆଯାଏ। ଯଦି କେହି ମହିଳା ଏହାକୁ ବିରୋଧ କରେ, ତେବେ ଅନ୍ୟ ଅନ୍ତେବାସୀ ତାଙ୍କୁ ମାରପିଟ୍‌ କରିଥାନ୍ତି।

Also Read: ନିଜ ଦୁଷ୍କର୍ମ ମାମଲାରେ ସାକ୍ଷୀ ଦେବାକୁ ଆସିଥିବା ଯୁବତୀଙ୍କୁ ଗଣଦୁଷ୍କର୍ମ, ଏଥରକ ଇଜ୍ଜତ ଲୁଟିଲା ଅଭିଯୁକ୍ତର ଭାଇ

Leave A Reply

Your email address will not be published.