ବ୍ରିଟେନର ସବୁଠାରୁ Sexist ଥାନା, ଅଧିକାଂଶ ପୋଲିସ କର୍ମୀଙ୍କ ଉପରେ ରହିଛି ଯୌନ ଉତ୍ପୀଡ଼ନର ଅଭିଯୋଗ!

ବ୍ରିଟେନରେ ଏମିତି ଏକ ପୋଲିସ ଷ୍ଟେସନ ଅଛି, ଯାହାକୁ ସେକ୍ସିଏଷ୍ଟ ପୋଲିସ ଷ୍ଟେସନ ବୋଲି କୁହାଯାଏ। ଏହି ଥାନାରେ ମୁତୟନ ଅଧିକାଂଶ ପୋଲିସ ସେକ୍ସ ସହ ଜଡ଼ିତ ମାମଲାରେ ଅଭିଯୁକ୍ତ ଅଛନ୍ତି। କାହାକୁ ଚାକିରିରୁ ବାହାର କରି ଦିଆଯାଇଛି ତ କାହାକୁ ଫାଇନାଲ ଚେତାବନୀ ମିଳି ସାରିଲାଣି।

ଏ ନେଇ ଜଣେ ଉଚ୍ଚ ଅଧିକାରୀ କହିଛନ୍ତି, ପୋଲିସ କର୍ମଚାରୀମାନେ ଡ୍ୟୁଟି ସମୟରେ ସେକ୍ସ କରୁଛନ୍ତି, ପର୍ଣ୍ଣ ପିକ୍ଚର ଦେଖୁଛନ୍ତି ନଚେତ ଏସ୍କର୍ଟ ସର୍ଭିସରେ ଲିପ୍ତ ରହୁଛନ୍ତି। ଥାନାର ସମସ୍ତ ପୋଲିସ କର୍ମୀଙ୍କ ହ୍ଵାଟ୍ସଆପ ଏବଂ ଫେସବୁକ ଗ୍ରୁପର ଯାଞ୍ଚ ଚାଲିଛି। ଏହି ଗ୍ରୁପରେ ସେକ୍ସ ଜୋକ୍ସ ପଠାଯାଉଥିଲା।

ଅଧିକାରୀ ଜଣକ କହିଛନ୍ତି, ପୋଲିସ କର୍ମୀଙ୍କୁ ପ୍ରଫେସନଲିଜ୍ମ ମେଣ୍ଟେନ କରିବା ଉଚିତ। ସେମାନେ ଏମିତି କିଛି କାମ ନ କରନ୍ତୁ, ଯେଉଁଥିପାଇଁ ସେମାନଙ୍କୁ କଠିନ ଦଣ୍ଡ ଭୋଗିବାକୁ ପଡ଼ିପାରେ।

ତେବେ ଘଟଣା ଏବେ ଚର୍ଚ୍ଚାକୁ ଏଥିପାଇଁ ଆସିଛି, କାହିଁକିନା, ଜଣେ ପୋଲିସ କର୍ମୀ ନିଜ ମହିଳା ସହକର୍ମୀଙ୍କୁ ନେଇ ଷ୍ଟ୍ରିପ କ୍ଲବ ଚାଲି ଯାଇଥିଲେ। ତାଙ୍କ ଉପରେ ଅଭିଯୋଗ ରହିଥିଲା କି, ସେ ମହିଳା ପୋଲିସଙ୍କ ସ୍କର୍ଟ ଉଠାଇ ଦେଇଥିଲେ। ତାଙ୍କୁ କିସ କରିବାକୁ ଲାଗିଥିଲେ। ଯଦିଓ ପରେ ଏହି ମାମଲାରେ ଉକ୍ତ ପୋଲିସ କର୍ମୀଙ୍କୁ ଅଭିଯୋଗରୁ ମୁକ୍ତ କରି ଦିଆଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.