ଭୂତ ସହ ସର୍ମ୍ପକ ରଖିଥିଲେ ମହିଳା କିନ୍ତୁ ବର୍ତ୍ତମାନ ଚାହୁଁଛନ୍ତି ବ୍ରେକଅପ, ଜାଣନ୍ତୁ କଣ ରହିଛି କାରଣ

ଆତ୍ମା ବା ଭୂତର ଉପସ୍ଥିତିକୁ ନେଇ ସବୁବେଳେ ଆମ ଆଖପାଖରେ ବିବାଦ ଲାଗି ରହିଥାଏ। ବୈଜ୍ଞାନିକଙ୍କ ମତରେ ଭୂତ ପ୍ରେତ କିଛି ବି ନଥାଏ, ଏହା କେବଳ ମଣିଷର ମନର ଭ୍ରମ କିନ୍ତୁ କିଛି ଲୋକ ଏବେ ବି ଭୂତ ପ୍ରେତ ଉପରେ ବିଶ୍ୱାସ ରଖିଛନ୍ତି। ଭୂତ ପ୍ରେତ ନା ଶୁଣିଲେ ଆମ ମନରେ ଡର ଭାବ ଆସିଥାଏ। କିନ୍ତୁ କେବେ କେଉଁ ଭୂତକୁ ଜଣେ ମଣିଷ ସହିତ ପ୍ରେମ ସର୍ମ୍ପକ ରଖିଥିବାର ଶୁଣିଛନ୍ତି କି? ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ।

ଇଂଲଣ୍ଡର ଏହିଭଳି ଏକ ଅଦ୍ଭୁତ ଘଟଣା ସାମନାକୁ ଆସିଛି। ଇଂଲଣ୍ଡର ଜଣେ ମହିଳା ଆମଥିଷ୍ଟ ରିଲମ ଏକ ଭୂତ ସହ ରିଲେସନସିପରେ ରହିଥିବାର ଦାବି କରିଛନ୍ତି। ସେ କେବଳ ଭୂତ ସହ ସର୍ମ୍ପକ ରଖିନଥିଲେ ବରଂ ତା ସହ ଛୁଟି କାଟିବା ପାଇଁ ବିଦେଶକୁ ମଧ୍ୟ ଯାଇଥିଲେ। କିଛି ବର୍ଷ ପୂର୍ବେ ସେ ସେହି ଭୂତର ପିଲାର ମା ହେବାକୁ ଯାଉଥିଲେ ବୋଲି ମଧ୍ୟ କହିଛନ୍ତି। କିନ୍ତୁ ବର୍ତ୍ତମାନ ଆମଥିଷ୍ଟ ଏହି ସର୍ମ୍ପକକୁ ଶେଷ କରିବାକୁ ଚାହୁଁଛନ୍ତି।

ghost2

୨୦୧୮ ମସିହାରେ ଏକ ଟିଭି ସୋରେ ମହିଳା ଜଣଙ୍କ ଉଭୟଙ୍କ ପ୍ରେମ ସର୍ମ୍ପକ ବିଷୟରେ ଖୁଲାସା କରିଥିଲେ। କିନ୍ତୁ ବର୍ତ୍ତମାନ ଭୂତ ସହ ବିବାହ ନକରି ସର୍ମ୍ପକ ଶେଷ କରିବାକୁ ସେ ଚାହୁଁଛନ୍ତି। ଉଭୟେ ଥାଇଲ୍ୟାଣ୍ଡରୁ ଛୁଟି କାଟି ଫେରିବା ପରେ ଭୂତର ବ୍ୟବହାରରେ ପରିବର୍ତ୍ତନ ଦେଖାଯାଇଥିଲା ବୋଲି ଆମଥିଷ୍ଟ କହିଛନ୍ତି। ଭୂତ ସହିତ ସର୍ମ୍ପକରେ ଆସିବା ପରେ ସେ ଭୂତଟି ନିଜ ସହିତ ଅନ୍ୟ ଭୂତ ମାନଙ୍କୁ ମଧ୍ୟ ଘର ଭିତରକୁ ନେଇ ଆସିଥିଲା ବୋଲି ଆମଥିଷ୍ଟ କହିଛନ୍ତି। କିଛି ଦିନ ମହିଳାଙ୍କ ଘରେ ରହି ପାର୍ଟି ମଧ୍ୟ କରୁଥିଲେ। ସେ ଆତ୍ମା ମାନେ ଘର ଭିତରେ ଅଦ୍ଭୁତ ଶବ୍ଦ କରୁଥିଲେ ଓ ମହିଳା ଜଣଙ୍କ ରାଗିଯାଇ ତାଙ୍କ ସର୍ମ୍ପକକୁ ଶେଷ କରିବାକୁ ଚାହୁଁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.