ଯୁଦ୍ଧ ମଧ୍ୟରେ ପ୍ରେମର ଆଭାସ: ଚେକ୍‌ ପୋଷ୍ଟରେ ଗାର୍ଲଫ୍ରେଣ୍ଡ୍‌କୁ ପ୍ରପୋଜ୍‌ କଲେ ୟୁକ୍ରେନ୍‌ ଯବାନ, ଦେଖନ୍ତୁ ମନ ଛୁଆଁ ଭିଡିଓ

ରୁଷ ଓ ୟୁକ୍ରେନ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଏକ ମନ ଛୁଇଁବା ଭଳି ଭିଡିଓ ଏବେ ସାମ୍ନାକୁ ଆସିଛି। ଏହି ଭିଡିଓକୁ ଦେଖିଲେ ଆପଣ ମନ ବି ଖୁସି ହୋଇଯିବ। ଭିଡିଓଟି ୟୁକ୍ରେନ୍‌ର ଜଣେ ସୈନିକଙ୍କର, ଯିଏ ଚେକ୍‌ ପଏଣ୍ଟରେ ନିଜ ଗାର୍ଲଫ୍ରେଣ୍ଡକୁ ପ୍ରପୋଜ୍‌ କରୁଥିବାର ଦେଖିବାକୁ ମିଳିଛି। ଏହି ରୋମାଣ୍ଟିକ୍‌ ମୁହୂର୍ତ୍ତକୁ ତାଙ୍କର କିଛି ସାଥୀ କ୍ୟାମେରାରେ କଏଦ କରିଛନ୍ତି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓଟି ୟୁକ୍ରେନ୍‌ର ରାଜଧାନୀ କିଭ୍‌ର ବୋଲି କୁହାଯାଉଛି।

ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଇଛି ଯେ ୟୁକ୍ରେନ୍‌ ସେନା ଏକ ଚେକ୍‌ ପଏଣ୍ଟରେ ଗାଡ଼ିଗୁଡ଼ିକୁ ଚେକିଂ କରୁଛି। ସେହି ସମୟରେ ସେଠାରେ ଏକ କାର ଅଟକୁଛି ଓ ଯୁବତୀ ବାହାରକୁ ଆସୁଛନ୍ତି। ସେ କାର ଆଡ଼କୁ ମୁହଁ କରି ଠିଆ ହୋଇଥିବା ବେଳେ ଯବାନ ଜଣକ ଅଚାନକ ରାସ୍ତା ଉପରେ ଆଣ୍ଠେଇକି ତାଙ୍କୁ ପ୍ରପୋଜ୍‌ କରୁଛନ୍ତି। ଯବାନଙ୍କର ଏହି ଅନ୍ଦାଜ ପୂରା ମାହୋଲ୍‌କୁ ବଦଳାଇ ଦେଇଛି। ସବୁ ସୈନିକ ମିଶି ତାଳି ବଜାଉଛନ୍ତି। ପରେ ଯୁବତୀ ଉକ୍ତ ଯବାନଙ୍କୁ କୋଳେଇ ନେଉଥିବା ଦେଖାଯାଇଛି।


ଏହି ଭିଡିଓକୁ ଟ୍ଵିଟରରେ kendisgibson ନାମକ ଅଫିସିଆଲ ଆକାଉଣ୍ଟରୁ ସେୟାର କରାଯାଇଛି। ଇତି ମଧ୍ୟରେ ଏହି ଭିଡିଓକୁ ୧.୨ ମିଲିୟନ୍‌ରୁ ଅଧିକ ଲୋକ ଦେଖିସାରିଲେଣି। ୧.୫୦ ମିନିଟ୍‌ର ଏହି ଭିଡିଓକୁ ସୋସିଆଲ ମିଡିଆ ୟୁଜର ଖୁବ୍‌ ପସନ୍ଦ କରୁଛନ୍ତି। ରୁଷ ଓ ୟୁକ୍ରେନ୍‌ ମଧ୍ୟରେ ଜାରି ଯୁଦ୍ଧ ମଧ୍ୟରେ ଏହି ପ୍ରେମଭରା ଭିଡିଓ ସମସ୍ତଙ୍କ ମନ ଖୁସି କରି ଦେଇଛି।

Also Read: ମହଙ୍ଗା ପଡ଼ିଲା ମୟୂରର ଅଣ୍ଡା ଚୋରି କରିବା, ଖୁମ୍ପି ଖୁମ୍ପି ଏମିତି ଅବସ୍ଥା କଲା ସାଥୀ ପକ୍ଷୀ; ଦେଖନ୍ତୁ ଭିଡିଓ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.