ଉମରକୋଟରେ ପାଳତି ହୋଇଛି ସ୍ୱାମୀ ଅୟପ୍ପାଙ୍କ ପ୍ରସିଦ୍ଧ ଅଗ୍ନିପୂଜା, ଯୋଗ ଦେଇଥିଲେ ଅନେକ ଶ୍ରଦ୍ଧାଳୁ

ଦକ୍ଷିଣ ଭାରତର ବିଶ୍ୱପ୍ରସିଦ୍ଧ ମନ୍ଦିର ସାବରୀମାଳା। ଯେଉଁଠି ପୂଜା ପାଆନ୍ତି ସ୍ୱାମୀ ଅୟାପ୍ପା। ପୁରାଣ ଅନୁ ଯାୟୀ ଭଗବାନ ଅୟପ୍ପା ହେଉଛନ୍ତି ସ୍ୱୟଂ ବିଷ୍ଣୁ ଓ ଶିବଙ୍କ ପୁତ୍ର। ଏବେ ଆପଣ ଭାବିବେ ଏହା କିପରି ସମ୍ଭବ? କାରଣ ସନ୍ତାନ ଜନ୍ମ ପାଇଁ ନାରୀର ଆବଶ୍ୟକତା ରହିଛି । ତେବେ ଜାଣିରଖନ୍ତୁ ପୁରାଣ ମତ ଅନୁଯାୟୀ ଯେତେବେଳେ ଭଗବାନ ବିଷ୍ଣୁ ମୋହିନୀ ରୂପରେ ପ୍ରକଟ ହୋଇଥିଲେ ସେତେବେଳେ ଶିବ ବିମୋହିତ ହୋଇଯାଇଥିଲେ। ତେବେ ଶାସ୍ତ୍ରକୁ ଦେଖିଲେ ଏହା ଜଣାପଡେ ଯେ ଏହାପରେ ଅୟପ୍ପାଙ୍କ ଜନ୍ମ ହୋଇଥିଲା।

ଭଗବାନଙ୍କ ଅୟପ୍ପାଙ୍କ ପୂଜା ସବୁଠୁ ଅଧିକ ଦକ୍ଷିଣ ଭାରତରେ କରାଯାଏ। ତେବେ ଏହା ଦେଶର ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ଅଛି ଯାହାକି ପୂରା ଦକ୍ଷିଣ ଭାରତୀୟ ଶୈଳୀରେ ନିର୍ମିତ ହୋଇଛି। ହରିହରଙ୍କ ଭେଟରେ ପୁତ୍ର ଜନ୍ମ ହୋଇଥିବାରୁ ଭଗବାନ ଅୟପ୍ପାଙ୍କୁ ହରିହରନ କୁହାଯାଏ। ପ୍ରଭୁ ଙ୍କୁ ମଣିକନ୍ଦନ ମଧ୍ୟ କୁହାଯାଏ। ମଣିର ଅର୍ଥ ହେଉଛି ସୁନା ଓ କନ୍ଦନର ଅର୍ଥ ହେଊଛି ଗର୍ଦନ। ଏହାର ମାନେ ଗଳାରେ ମଣି ଧାରଣ କରିଥିବା ଭଗବାନ। ପୁରାଣ ଅନୁଯାୟର ଅୟପ୍ପାଙ୍କ ମାତା ପିତା ଶିବଶଙ୍କର ଓ ମୋହିନୀ ତାଙ୍କ ବେକରେୁ ଏକ ସୁନା ର ଘଣ୍ଟି ବାନ୍ଧିଥିଲେ।

ତେବେ ଆମ ରାଜ୍ୟ ଓଡ଼ିଶାରେ ମଧ୍ୟ ସ୍ୱାମୀ ଅୟପ୍ପାଙ୍କର ମନ୍ଦିର ରହିଛି। ଉମରକୋଟ ରେ ସ୍‌ାମୀ ଆୟାପ୍ପା ସେବା ସଂଘ ତରଫରୁ ଗୁଲିପାଟଣା ସ୍ଥିତ ବାବା ବୈଦ୍ୟନାଥ ମନ୍ଦିର ପ୍ରାଙ୍ଗଣରେ ଅଗ୍ନି ପୂଜା ଅନୁଷ୍ଠିତ ହୋଇ ଯାଇଛି। ଅଗ୍ନି ପୂଜାରେ ଭଗବାନ ଆୟାପ୍ପାଙ୍କ ଆଶ୍ରିବାଦ ନେବା ସହ ପୂଜାରେ ଭାଗ ନେବା ପାଇଁ ସେମିଲିଗୁଡା,କୋରାପୁଟ,ଜୟପୁର,ନବରଙ୍ଗପୁର, ପାପଡାହାଣ୍ଡି,ଡାବୁଗାଁ, ରାଇଘର,ଜଲାପୁଟ,ମାତିଲି ରୁ ଅନେକ ଭକ୍ତ ଆସିଥିଲେ। ଗତ ସୋମବାର ସନ୍ଧ୍ୟା ୫ ଟା ରେ ମାଁ ପେଣ୍ଡରାଣୀ ମନ୍ଦିର ରୁ ଏକ ଦୀପ ଯାତ୍ରା ବାହାରି ସହର ପରିକ୍ରମା କରି ଗୁଳିପାଟଣା ବାବା ବୈଦ୍ୟନାଥ ମନ୍ଦିରକୁ ଆସିଥିଲେ । ଏହି ଯାତ୍ରା ରେ ସମସ୍ତ ଅୟପ୍ପା ଦୀକ୍ଷା ଧାରୀ ସ୍‌ୱାମୀ ମାନେ ଯୋଗ ଦେବା ସହ ସାଧାରଣ ଭକ୍ତ ମଧ୍ୟ ଯୋଗ ଦେଇଥିଲେ।। ସନ୍ଧ୍ୟା ୬ ଘଣ୍ଟା ସମୟରେ ପୂଜା କରାଯାଇଥିଲା।ରାତ୍ର ୯ ଘଣ୍ଟା ସମୟରେ ଅଗ୍ନି ପୂଜା କରାଯାଇଥିଲା। ସମସ୍ତ ପୂଜା କାର୍ଯ୍ଯ ଜୟପୁର ରୁ ଆସିଥିବା ରାବଣା ଗୁରୁ ସ୍‌ୱାମୀ ସମ୍ପାଦନ କରିଥିବା ବେଳେ ସନ୍ତୋଷ ପଞ୍ଜବାନୀ ସହଯୋଗ କରିଥିଲେ।

ପୂଜା ସରିବା ପରେ ସମସ୍ତ ଆୟାପ୍ପା ଦୀକ୍ଷା ଧାରି ସ୍‌ୱାମୀ ମାନେ ଜ୍‌ଳନ୍ତ ନିଆଁ କୁ ପୂଜା କରି ସ୍ୱାମୀ ସରଣମ ଅୟପ୍ପା ଉଚ୍ଚାରଣ କରି ଦୀକ୍ଷାଧାରୀ ମାନେ ନିଆଁ ରେ ଚାଲିଥିଲେ। ଏହି କାର୍ଯ୍ଯକ୍ରମରେ ଆଖ ପାଖ ଅଞ୍ଚଳରୁ ପ୍ରାୟ ୨୦୦ ଦୀକ୍ଷା ଧାରୀ ଯୋଗ ଦେଇଥିଲେ। ଅଗ୍ନି ପୂଜାରେ ପ୍ରାୟ ୨୦୦୦ ଭକ୍ତଙ୍କ ସମାଗମ ହୋଇଥିଲା।ସମସ୍ତ ଭକ୍ତଙ୍କ ପାଇଁ ପ୍ରସାଦ ସେବନ ର ବ୍ଯବସ୍ଥା କରାଯାଇଥିଲା। ମାନ୍ୟତା ଅନୁଯାୟୀ ଅଗ୍ନି ପୂଜା କରିବା ଦ୍ୱାରା ଗ୍ରାମର ସାମୁହିକ ଉନ୍ନତି ହେବା ସହ ଭକ୍ତଙ୍କ ମଙ୍ଗଳ ହୋଇଥାଏ ।

Leave A Reply

Your email address will not be published.