ଅବିଶ୍ୱସନୀୟ ! ଭେଟନ୍ତୁ ଏହି ଗର୍ବିତ ପିତାଙ୍କୁ ଯାହାଙ୍କ ୪ ସନ୍ତାନ ଆଇଏଏସ୍‌ ଓ ଆଇପିଏସ୍‌ ଅଫିସର

ଆପଣ କେବେ ବିଶ୍ୱାସ କରି ପାରିବେ କି ଗୋଟିଏ ପରିବାରରୁ ୪ ଜଣ ଆଇଏଏସ୍‌ ଓ ଆଇପିଏସ୍‌ ଅଫିସର ହେବା କଥା । ବୋଧହୁଏ ଆପଣ ଏହାକୁ ଏକ କାଳ୍ପନିକ କାହିଣୀ ବୋଲି କହି ପାରନ୍ତି । ବାସ୍ତବରେ କିନ୍ତୁ ଏହା ସତ୍ୟ । ଗୋଟିଏ ପରିବାରରୁ ପାଇଛନ୍ତି ୪ ଜଣ ଆଇଏଏସ୍‌ ଓ ଆଇପିଏସ୍‌ । ଆସନ୍ତୁ ଭେଟିବା ଉତ୍ତର ପ୍ରଦେଶ ପ୍ରତାପଗଡ଼ର ସେହି ଗର୍ବିତ ପିତାଙ୍କୁ ଯିଏ ତାଙ୍କର ୪ଟି ସନ୍ତାନଙ୍କୁ ଆଇଏଏସ୍‌ ଓ ଆଇପିଏସ୍‌ କରି ଗଢ଼ି ତୋଳିବାରେ ସଫଳତା ପାଇଛନ୍ତି ।

four-IAS-Officer-from-family

ଆପଣ ଏମତି ବହୁ କାହାଣୀର ସାମ୍ନା କରିଥିବେ ଯେଉଁଠି ପିଲାଙ୍କୁ ଜଣେ ଅଫିସର କରିବା ପାଇଁ ପିତା ମାତାଙ୍କୁ କେତେ କଠିନତାର ସାମ୍‌ନା କରିବାକୁ ପଡ଼ିଥାଏ । ହେଲେ ଏହି ସୈାଭାଗ୍ୟଶାଳୀ ପିତା ଜଣକ ତାଙ୍କର ୪ଟି ସନ୍ତାନଙ୍କୁ ଆଇଏଏସ୍‌ ଓ ଆଇପିଏସ୍‌ କରିବାର ସୈାଭାଗ୍ୟ ଅର୍ଜ୍ଜନ କରିଛନ୍ତି । ଆସନ୍ତୁ ଜାଣିବା ତାଙ୍କ ସଫଳତାର ସୋପାନ ସମ୍ପର୍କରେ ।

 

sibling-officers-family-webp-1

ଯାହାକୁ ଚଢ଼ି ସେମାନେ ଆଇଏଏସ୍‌ ଓ ଆଇପିଏସ୍‌ ହେବାର ସଫଳତା ପାଇଛନ୍ତି । ଉତ୍ତର ପ୍ରଦେଶ ପ୍ରତାପଗଡ଼ର ଅନିଲ ମିଶ୍ର । ୨ ପୁଅ ଓ ୨ ଝିଅ ଓ ପତ୍ନୀଙ୍କୁ ମିଶାଇ ତାଙ୍କ ପରିବାର । ଶ୍ରୀ ମିଶ୍ର ପେଶାରେ ଜଣେ ବ୍ୟାଙ୍କ୍‌ ଅଫିସର ହୋଇଥିବା ବେଳେ ମା’ ଗୃହିଣୀ । ହେଲେ ତାଙ୍କର କର୍ମବହୁଳ ବ୍ୟସ୍ତ ଜୀବନ ମଧ୍ୟରେ ଥାଇ ମଧ୍ୟ ସେ ତାଙ୍କର ୪ଟି ସନ୍ତାନଙ୍କୁ ଭାରତର ପ୍ରଶାସନିକ ସେବା(ଆଇଏଏସ୍‌) ଭଳି ସର୍ବୋଚ୍ଚ ପଦବୀରେ ନିଯୁକ୍ତ କରାଇ ପାରିଛନ୍ତି ।

 

officers-jpg_1200x900

ପରିବାର ଭିତରୁ ଯୋଗେଶ ମିଶ୍ର ପ୍ରଥମେ ୨୦୧୩ରେ ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ପାସ୍‌ କରିଥିଲେ । ଅନ୍ୟ ୩ ଭାଇ ଭଉଣୀ ତାଙ୍କ ଠାରୁ ପ୍ରେରିତ ହୋଇ ବଡ଼ ଭାଇଙ୍କ ପଦାଙ୍କ ଅନୁସରଣ କରିଥିଲେ । ଯୋଗେଶ ଏବେ ଶାହାଜାନପୁରରେ ତୋପ ଓ ଗୋଲା ନିର୍ମାଣ ଫାକ୍ଟ୍ରିରେ ଓ୍ଵାର୍କସ ମ୍ୟାନେଜର ଭାବେ କାର୍ଯ୍ୟରତ ଅଛନ୍ତି । ଭଉଣୀ କ୍ଷମା ମିଶ୍ର ୨୦୧୬ ମସିହାର ଜଣେ ଆଇପିଏସ୍‌ ଓ ଏବେ ସେ କର୍ଣ୍ଣାଟକ କୋଡାଗୁର ଏସ୍‌ପି ।

 

unnamed (1)

ଭଉଣୀ ମାଧବୀ ମିଶ୍ର ଝାଡ଼ଖଣ୍ଡ କ୍ୟାଡରର ଆଇଏଏସ୍‌ ଏବଂ ସେ ଦିଲ୍ଲୀରେ ନିଯୁକ୍ତ ଅଛନ୍ତି । ସବୁଠୁ ସାନ ହେଲେ ଲୋକେଶ ମିଶ୍ର । ନିକଟରେ ସେ ରାଞ୍ଚିର ଏସ୍‌ଡିଏମ୍‌ ଭାବେ ନିଯୁକ୍ତ ଅଛନ୍ତି । ଲୋକେଶଙ୍କ ପତ୍ନୀ ମେଘା ୨୦୧୬ ବ୍ୟାଚ୍‌ର ଆଇଏଏସ୍‌ । ପିଲାମାନଙ୍କ କଠିନ ପରିଶ୍ରମ ଓ ଉଚ୍ଚ ଆକାଂକ୍ଷା ତାଙ୍କୁ ଆଇଏଏସ୍‌ ଓ ଆଇପିଏସ୍‌ କରି ଗଢ଼ି ତୋଳିବାରେ ସାହାଯ୍ୟ କରିଛି । ପିଲାଙ୍କର ଏହି ସଫଳତା କେବଳ ଜଣେ ପିତାଙ୍କର ନୁହେଁ ନିଜ ଗାଁ ଓ ତାଙ୍କ ରାଜ୍ୟର ଗର୍ବ ଗୈାରବକୁ ଉଜ୍ଜୀବିତ କରିପାରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.