ସ୍ପେଶାଲ

ବର୍ଷକୁ ୧୦ ଦିନ ମିଳିବ ‘Unhappy leave’, ଜାଣନ୍ତୁ କେଉଁ କମ୍ପାନୀ ଆରମ୍ଭ କରିଛି ଏହି ଛୁଟି

ଚାକିରି କରୁଥିବା ପ୍ରତ୍ୟେକ ଲୋକ ନିଜ ଜୀବନରେ ଅନେକ ସମସ୍ୟାକୁ ନେଇ କାମ କରୁଛନ୍ତି । ଲାଇଫରେ ଯେକୌଣସି ସମସ୍ୟା ଥାଉ ନା କାହିଁକି ଯଦି ଆପଣ ଚାକିରି କରୁଛନ୍ତି ତେବେ ସବୁ ସମସ୍ୟାକୁ ଭୁଲି ଯାଇ ଆପଣ କାମ ପ୍ରତି ଧ୍ୟାନ ଦେଇଥାନ୍ତି । ଆପଣଙ୍କ ମନ ଲାଗୁ କି ନ ଲାଗୁ ଆପଣ ଅଫିସରେ କାମ କରିବାକୁ ବାଧ୍ୟ । କିଛି ଲୋକ ଘର ସମସ୍ୟା ବିଷୟରେ ଭାବି ଭାବି ଅଫିସ ଆସନ୍ତି ତ କିଛି ଲୋକ ନିଜ ପ୍ରେମିକାଙ୍କ ସହ ବ୍ରେକ ଅପ୍‌ ପରେ ମନ ଦୁଃଖ ଥିଲେ ବି ଅଫିସ ଆସନ୍ତି । ଆପଣଙ୍କ ଜୀବନରେ ଯାହା ବି ହେଉନା କାହିଁକି କର୍ମଚାରୀ ଭାବେ ଆପଣଙ୍କୁ ଅଫିସ କାମକୁ ସୁରୁଖୁରରେ କରିବାକୁ ପଡ଼ିଥାଏ । କାମ ଉପରେ ଯେମିତି ଆପଣଙ୍କ ସମସ୍ୟାର ପ୍ରଭାବ ନ ପଡ଼ିବ ସେଥିପାଇଁ ଆପଣ ଯତ୍ନବାନ ମଧ୍ୟ ହୋଇଥାନ୍ତି । କିନ୍ତୁ ଏହି ସବୁ ସମସ୍ୟାକୁ ଦୂର କରିବା ପାଇଁ ଚୀନର ଏକ କମ୍ପାନୀ କିଛି ଭିନ୍ନ କରିଛି ।

ଚୀନର ଜଣେ ରିଟେଲ ଟାଇକୁନ ନିଜ କର୍ମଚାରୀଙ୍କ ଲାଇଫ୍‌ ବ୍ୟାଲାନ୍ସ ପାଇଁ ‘Unhappy leave’ ଭଳି ଏକ ଭିନ୍ନ ଛୁଟିକୁ ଆରମ୍ଭ କରିଛନ୍ତି । ରିପୋର୍ଟ ଅନୁଯାୟୀ କର୍ମଚାରୀମାନଙ୍କ ଲାଇଫକୁ ଠିକ୍‌ କରିବା ପାଇଁ କମ୍ପାନୀ ଏହି ନିଷ୍ପତ୍ତି ନେଇଛି।

ସେଣ୍ଟ୍ରାଲ ଚୀନର ହେନାନ ପ୍ରଦେଶର ପାଙ୍ଗ ଡୋନ୍ ଲାଇ ନାମକ ଏକ ଚାଇନୀଜ୍‌ ରିଟେଲ୍‌ କମ୍ପାନୀର ଫାଉଣ୍ଡର ତଥା ଚେୟାରମ୍ୟାନ୍ ୟୁ ଡୋଙ୍ଗଲାଇ ନିଜ କର୍ମଚାରୀଙ୍କ ପାଇଁ ଆଣିଛନ୍ତି ଖୁସି ଖବର । ଏଠାରେ କାମ କରୁଥିବା କର୍ମଚାରୀଙ୍କୁ ଏକ ବିଶେଷ ପ୍ରକାରର ଛୁଟି ଦିଆଯିବ ବୋଲି କମ୍ପାନୀ ତରଫରୁ ଘୋଷଣା କରାଯାଇଛି । ଯେଉଁ କର୍ମଚାରୀମାନେ ଦୁଃଖରେ ରହୁଥିବେ ସେମାନଙ୍କୁ ବର୍ଷରେ ୧୦ ଦିନ ପର୍ଯ୍ୟନ୍ତ ଆଡିସନାଲ ଛୁଟି ମିଳିବ । ମାର୍ଚ୍ଚ ୨୦୨୪ ରେ ଚୀନ୍‌ ସୁପରମାର୍କେଟ ସପ୍ତାହର ଏକ କାର୍ଯ୍ୟକ୍ରମରେ କମ୍ପାନୀ ତରଫରୁ ଏହି ଛୁଟିକୁ ନେଇ ଘୋଷଣା କରାଯାଇଛି ।

‘Unhappy leave’କୁ ନେଇ ଚେୟାରମ୍ୟାନ୍ ୟୁ ଡୋଙ୍ଗଲାଇ କହିଛନ୍ତି, ‘ମୁଁ ଚାହୁଁଛି ପ୍ରତ୍ୟେକ କର୍ମଚାରୀ ସ୍ୱାଧୀନରେ ରୁହନ୍ତୁ । ସମସ୍ତଙ୍କ ଜୀବନରେ ଏପରି ଏକ ସମୟ ଆସେ ଯେତେବେଳେ ସେମାନେ ଦୁଃଖରେ ରୁହନ୍ତି ଏବଂ ଯଦି କର୍ମଚାରୀମାନେ ଖୁସି ନରହିବେ ତେବେ ସେମାନଙ୍କୁ କାମ କରିବାକୁ ଇଚ୍ଛା ହେବ ନାହିଁ । ତେଣୁ କମ୍ପାନୀର ଫାଉଣ୍ଡର କର୍ମଚାରୀମାନଙ୍କ ପାଇଁ ଏହି ‘Unhappy leave’ ଆଣିଛନ୍ତି । ଯାହା ଦ୍ୱାରା ସେମାନଙ୍କୁ କାମ ପରେ ଆରାମ ମିଳିବ । ସେ ଆହୁରି କହିଛନ୍ତି, ଏହି ଛୁଟି ମ୍ୟାନେଜମେଣ୍ଟ ଦ୍ୱାରା ମନା କରାଯାଇପାରିବ ନାହିଁ । ଏହା କରିବା ନିୟମର ଉଲ୍ଲଂଘନ ହେବ । ସୂଚନା ଥାଉ କି କମ୍ପାନୀର ମାଲିକ ନେଇଥିବା ଏହି ନିଷ୍ପତିକୁ ସୋସିଆଲ ମିଡିଆରେ ବହୁତ ସପୋର୍ଟ ମିଳୁଛି । ଏଠାକାର କର୍ମଚାରୀମାନେ ବେଶ ଖୁସି ଅଛନ୍ତି ।

ରିପୋର୍ଟ ଅନୁଯାୟୀ, ଯେକୌଣସି କର୍ମଚାରୀ ହୁଅନ୍ତୁ ସେମାନଙ୍କୁ ଛୁଟିର ଆବଶ୍ୟକତା ରହିଛି । ଛୁଟି ନେବା ଦ୍ୱାରା ସେମାନେ କାମ ଉପରେ ଭଲ ଭାବେ ଫୋକୋସ କରି ପାରନ୍ତି । ତେବେ ଅତ୍ୟଧିକ କାର୍ଯ୍ୟ ଆପଣଙ୍କୁ ଅଧିକ ଚାପ ଦେଇପାରେ । ଏହା ଆପଣଙ୍କ କାର୍ଯ୍ୟଦକ୍ଷତାକୁ ମଧ୍ୟ ହ୍ରାସ କରିପାରେ । ଯଦି ଆପଣ ସମସ୍ୟା ମଧ୍ୟରେ ଥାଇ କାମ କରୁଛନ୍ତି ତେବେ ଆପଣ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ।

Subhalaxmi Das

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago