ଏଠି ଧୋତି-କୁର୍ତ୍ତା ପିନ୍ଧି କ୍ରିକେଟ ଖେଳିଥାଆନ୍ତି ବେଦ ପାଠକ, ସଂସ୍କୃତ ଭାଷାରେ ହୋଇଥାଏ କମେଣ୍ଟ୍ରି

ଭାରତରେ ଅଛନ୍ତି କ୍ରିକେଟର ଅନେକ ପ୍ରଶଂସକ। ସହରର ଗଳିକନ୍ଦିଠାରୁ ଆରମ୍ଭ କରି ବିଭିନ୍ନ ଖେଳପଡ଼ିଆ, ସବୁଠି ଜମେ କ୍ରିକେଟ ଆସର। ପିଲାଠୁ ବୁଢ଼ା, ସମସ୍ତେ କ୍ରିକେଟ୍‌ ମାନିଆ ହୋଇଯାଇଛନ୍ତି। ଏବେ ଉତ୍ତର ପ୍ରଦେଶର ବାରାଣସୀରୁ ଏକ ନିଆରା ଦୃଶ୍ୟ ସାମ୍ନାକୁ ଆସିଛି। ଏଠାରେ ବେଦ ପାଠକମାନେ ନିଜ ସଂସ୍ଥାନର ପ୍ରତିଷ୍ଠା ଦିବସ ଅବସରରେ ନିଆରା କ୍ରିକେଟ୍‌ ଖେଳ ଖେଳିଥାଆନ୍ତି।

v2

ପାରମ୍ପରିକ କପଡ଼ାରେ ଛାତ୍ର ଖେଳିଥାଆନ୍ତି କ୍ରିକେଟ

କାଶୀରେ ସଂସ୍କୃତ କହୁଥିବା ବେଦ ପାଠକମାନଙ୍କ ପାଇଁ କ୍ରିକେଟର ବାର୍ଷିକ ଆୟୋଜନ କୌଣସି ସ୍ୱତନ୍ତ୍ର ପର୍ବଠାରୁ କମ୍‌ ନୁହେଁ। ଏଠାରେ ଛାତ୍ରମାନେ ନିଜର ପାରମ୍ପରିକ ବେଶଭୂଷା ଧୋତି-କୁର୍ତ୍ତା ଏବଂ ମଥାରେ ଟିକା ଲଗାଇ କ୍ରିକେଟ୍‌ ଖେଳିଥାଆନ୍ତି। କାଶୀର ଏକ ସ୍ୱତନ୍ତ୍ର ପଡ଼ିଆରେ ଏଭଳି କ୍ରିକେଟ ଖେଳାଯିବା ବେଳେ ସଂସ୍କୃତ ଭାଷାରେ କମେଣ୍ଟ୍ରି ଶୁଣିବାକୁ ମିଳିଥାଏ।

v6

ସଂସ୍କୃତରେ ହୋଇଥାଏ କମେଣ୍ଟ୍ରି

ଏଠାରେ କ୍ରିକେଟ କମେଣ୍ଟି୍ର ପାଇଁ ସଂସ୍କୃତ ଭାଷା ଉପଯୋଗ କରାଯାଇଥାଏ। ସଂସ୍କୃତରେ ଉତ୍ସାହପୂର୍ବକ କମେଣ୍ଟ୍ରି ଶୁଣି ଦର୍ଶକ ଚଉକା, ଛକା ବେଳେ ଖୁବ୍‌ ତାଳି ମାରିଥାଆନ୍ତି। ବାରାଣସୀର କ୍ଲାସିକାଲ୍‌ କଲେଜ ପକ୍ଷରୁ ପ୍ରତିବର୍ଷ ଏହି କ୍ରିକେଟ ଖେଳର ଆୟୋଜନ କରାଯାଇଥାଏ। ଏହା ସଂସ୍କୃତି ବିଶ୍ୱବିଦ୍ୟାଳୟ ପରିସରସ୍ଥ ସିଗରା ଷ୍ଟାଡିୟମ୍‌ରେ ଖେଳାଯାଏ। ଆଖପାଖରୁ ଲୋକେ ଏଠାକୁ ଖେଳ ଦେଖିବାକୁ ଧାଇଁଆସନ୍ତି।

Leave A Reply

Your email address will not be published.