ଦୀପାବଳି ପର୍ବ ଯେତିକି ନିକଟତର ହେଉଛି ବଜାରରେ ରଙ୍ଗ ବେରଙ୍ଗର ଦୀପ ଆସିବା ସେତିକି ବଢ଼ୁଛି। ଏବେ ଛତିଶଗଡ଼ର ଅଶୋକ ଚକ୍ରଧାରୀ ନାମକ ଜଣେ ଶିଳ୍ପୀ ଏକ ଏଭଳି ଦୀପ ତିଆରି କରିଛନ୍ତି, ଯାହା ନିଜ ଆଡ଼କୁ ସମସ୍ତଙ୍କ ଧ୍ୟାନ ଆକର୍ଷିତ କରୁଛି। ଏହି ଦୀପ ଦେଖିବାକୁ ଅନ୍ୟ ସବୁ ଦୀପ ଠାରୁ ଭିନ୍ନ। ଏଥିରେ ଥରେ ତେଲ ପୂରାଇଲେ ଏହା ୪୦ ଘଣ୍ଟା ଯାଏଁ ଜଳିବା କ୍ଷମତା ରଖୁଛି। ଏଣୁ ଦୀପକୁ କିଣିବାକୁ ଲୋକଙ୍କ ପ୍ରବଳ ଭିଡ଼ ଜମୁଛି। ଏଭଳି ନୂଆ ପ୍ରକାରର ଦୀପ ତିଆରି କରିଥିବାରୁ କାରିଗରଙ୍କୁ ନ୍ୟାସନାଲ ମେରିଟ୍ ଆଓ୍ଵାର୍ଡ ମଧ୍ୟ ମିଳିଥିବା ଜଣାଯାଇଛି।
ସୂଚନାଯୋଗ୍ୟ ଯେ ଅଶୋକ ଚକ୍ରଧାରୀ ଏହି କାମ ପିଲାବେଳୁ କରୁଛନ୍ତି। ନିକଟରେ ସେ ଏକ ଭିନ୍ନଧରଣର ମାଟି ଦୀପ ତିଆରି କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି। ସେ କହିଛନ୍ତି ଯେ ସେ ଏଭଳି ଦୀପ ୩୫ ବର୍ଷ ତଳେ ଦେଖିଥିଲେ। ଏହି ଦୀପ ତାଙ୍କୁ ଏତେ ଭଲ ଲାଗିଥିଲା ଯେ ସେବେଠୁ ସେ ଏଭଳି ଦୀପ ତିଆରି କରିବାକୁ ମନସ୍ଥ କରିଥିଲେ ଓ ଏବେ ସଫଳ ହୋଇଛନ୍ତି।
ଅଶୋକ ଚକ୍ରଧାରୀ ପ୍ରତିଦିନ ୫୦ରୁ ୬୦ଟି ଦୀପ ତିଆରି କରୁଛନ୍ତି। ସେ ଏହି ଦୀପକୁ ୨୦୦ରୁ ୨୫୦ ଟଙ୍କାରେ ବିକ୍ରି କରୁଥିବା ଜଣାଯାଇଛି।
ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…
ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…
ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…
ମୟୁରଭଞ୍ଜ : ତୁଟିଲା ବିବାଦ । ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…
କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…
ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…