ଏଠାରେ ନିଆରା ଢଙ୍ଗରେ ପାଳନ କରାଯାଏ ଏହି ଉତ୍ସବ, ଯେଉଁଠି ନଥାଏ କୌଣସି ପ୍ରତିମା

ଦୁର୍ଗାପୂଜାରେ ଗାଁ ଠୁ ସହର ସବୁଠି ଉତ୍ସବମୁଖର ହୋଇଉଠେ I ଚାରିଆଡେ ସୁଉଚ୍ଚ ତୋରଣ,ମେଢ ସାଙ୍ଗକୁ ସୁସଜ୍ଜିତ ଆଲୋକମାଳା ଝଲସି ଉଠେ I ବିଭିନ୍ନ ମଣ୍ଡପରେ ମା ଦୁର୍ଗାଙ୍କ ସୁନ୍ଦର ସୁନ୍ଦର ମୂର୍ତ୍ତି ଦେଖିବାକୁ ମିଳେ I କିନ୍ତୁ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରେ ଦୂର୍ଗାପୂଜା ଟିକେ ନିଆରା ଢଙ୍ଗରେ ପାଳିତ ହୋଇଥାଏ I ମା’ ଙ୍କର ନା ମୂର୍ତ୍ତି ତିଆରି ହୋଇଥିଲା ନା ମେଢ I ମନ୍ଦିର କାନ୍ଥରେ ଅଙ୍କା ଯାଇଥିବା ଚିତ୍ରରେ ହିଁ ମା ଦୂର୍ଗା ପୂଜା ପାଇଥାନ୍ତି I I ବିଜୟାଦଶମୀ ପରଦିନ ଖନ୍ଦାମଡା ଉତ୍ସବ ପାଳିତ ହୋଇଥାଏ I ମନସ୍କାମନା ପୂର୍ଣ୍ଣ ପାଇଁ ନିଆଁରେ ଚାଲିଥାନ୍ତି ଶ୍ରଦ୍ଧାଳୁI

durga pujaକାହିଁ କେଉ କାଳରୁ ମୟୂରଭଞ୍ଜ ଜିଲ୍ଲାରେ ପାଳିତ ହୋଇଆସୁଅଛି ଖନ୍ଦାମଡା ଉତ୍ସବ I ରାଇରଙ୍ଗପୁରର ଝରାଡ଼ିହିରେ ୧୬ ଦିନ ପୂର୍ବରୁ ମା ଦୁର୍ଗାଙ୍କର ପୂଜା ଆରମ୍ଭ ହୋଇଥାଏ ଏବଂ ୧୭ ତମ ଦିବସରେ ଅର୍ଥାତ ବିଜୟାଦଶମୀ ପରଦିନ ଖନ୍ଦାମଡା ଉତ୍ସବ ପାଳନ ହୋଇଥାଏ I ପୋଖରୀ ଓ ନଦୀରୁ ଘଟ ନେଇ ଖନ୍ଦାମଡା ପଡିଆକୁ ଯାଇଥାନ୍ତି ମାନସିକଧାରୀ I ଘଟ ନେବା ଦୃଶ୍ୟ ବେଶ ଆକର୍ଷଣୀୟ ହୋଇଥାଏ I ମହିଳା ମାନସିକ ଧାରୀମାନେ ଘଟ ଧରି ନାଚୁଥିବା ବେଳେ ପୁରୁଷ ମାନସିକଧାରୀମାନେ ଖଣ୍ଡା ଧରି ନାଚି ନାଚି ଖନ୍ଦା ପଡିଆକୁ ଯାଇଥାନ୍ତି I

DURGA PUJAମାନସିକପୂରଣ ନିମନ୍ତେ କେତେକ ମାନସିକଧାରୀ ଛେଳି ବଳି ଦେଉଥାନ୍ତି I ଖନ୍ଦା ପଡିଆରେ ଗ୍ରାମ ଦେହୁରୀ ପୂଜା କରନ୍ତି I ଖନ୍ଦାପଡିଆରେ ଥିବା ନିଆଁରେ ଚାଲିଲେ ମା ଦୂର୍ଗା ମନସ୍କାମନା ପୂର୍ଣ୍ଣ କରିଥାନ୍ତି ବୋଲି ବିଶ୍ବାସ ରହିଛି I ତେଣୁ ମାନସିକ ଧାରୀ ମାନେ ବିଭିନ୍ନ ମାନସିକ ରଖି ଦେହୁରୀଙ୍କ ଆଦେଶ ମୁତାବକ ନିଆଁରେ ଚାଲିଥାନ୍ତି I ନିଃସନ୍ତାନକୁ ସନ୍ତାନ ପ୍ରାପ୍ତି ହେଉଥିବା ନେଇ ଦୃଢ ବିଶ୍ବାସ ରହିଥିବା ବେଳେ ରାଇରଙ୍ଗପୁରର ଏହି ଖନ୍ଦାମଡା ଉତ୍ସବକୁ ଦେଖିବା ପାଇଁ ବିଭିନ୍ନ ଜିଲ୍ଲା ତଥା ଝାଡଖଣ୍ଡରୁ ମଧ୍ୟ ଶ୍ରଦ୍ଧାଳୁମାନେ ଆସିଥାନ୍ତି I ରାଇରଙ୍ଗପୁରର ଝରାଡ଼ିହିଠାରେ ଏହି ଖନ୍ଦାମଡା ଉତ୍ସବ ପୂର୍ବପୁରୁଷ କାଳରୁ ହୋଇଆସୁଅଛି I ସେହିପରି ରାଇରଙ୍ଗପୁରର ତିଳପୋଷି ଠାରେ ଖନ୍ଦାମଡାରେ ମା ମାନସାଙ୍କୁ ପୂଜା କରାଯାଇଥାଏ I ମା ମନସାଙ୍କ ନିକଟରେ ମାନସିକ ରଖି ନିଆଁରେ ଚାଲିଲେ ତାହା ପୂରଣ ହୁଏ ବୋଲି ବିଶ୍ବାସ ରହିଛି I ଏହି ଖନ୍ଦାମଡା ଦେଖିବା ପାଇଁ ଦୂର-ଦୂରାନ୍ତରୁ ଶ୍ରଦ୍ଧାଳୁଙ୍କ ଭିଡ ଜମିଥାଏ I

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.