ଏପରି ଏକ ଅଦ୍ଭୁତ ହୋଟେଲ, ଯେଉଁଠି ମୋକ୍ଷ ପ୍ରାପ୍ତି ପାଇଁ ଦୂର ଦୂରରୁ ମରିବାକୁ ଆସିଥାନ୍ତି ହଜାର ହଜାର ଲୋକ

କୁହାଯାଏ, ମନୁଷ୍ୟର ମୃତ୍ୟୁ ପରେ ନୂଆ ଜୀବନ ପାଇଥାଏ। ଏମିତି ଅନେକ ଲୋକ ରହିଛନ୍ତି, ଯାହାଙ୍କର ମୋକ୍ଷପ୍ରାପ୍ତି ଇଚ୍ଛା ରହିଥାଏ, ଯେଉଁଥିପାଇଁ ସେମାନେ ଅନେକ ପୂଜା କରିଥାନ୍ତି, ଗଙ୍ଗାରେ ବୁଡ ପକାଇଥାନ୍ତି। କିନ୍ତୁ କ’ଣ ଆପଣ ଜାଣନ୍ତି କି, ଯେଉଁଠି ଲୋକ ମୋକ୍ଷ ପ୍ରାପ୍ତି ପାଇଁ ଅନେକ ଦୂରରୁ ଆସିଥାନ୍ତି। ଏମିତି ଏକ ଜାଗା ବାରାଣସୀରେ ରହିଛି।
ବାରାଣସୀରେ ‘କାଶୀ ଲାଭ ମୁକ୍ତି ଭବନ’ ରହିଛି। ପ୍ରତିବର୍ଷ ଏଠାକୁ ଅନେକ ଲୋକ ଆସନ୍ତି। ଶୀତ ଦିନରେ ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା ବଢିଯାଏ। କାରଣ ଏହି ସମୟରେ ଅଧିକ ଲୋକ ମୃତ୍ୟୁବରଣ କରିଥାନ୍ତି। ସେହିପରି ଗରମ ଦିନ ଆସିଲେ ପର୍ଯ୍ୟଟକଙ୍କ ସଂଖ୍ୟା କମିଯାଏ। ଏଠାରେ ଥିବା ପୂଜାରେ ଭିନ୍ନ ଭିନ୍ନ ପ୍ରକାରର ପରମ୍ପରା ଏବଂ କର୍ମକାଣ୍ଡ କରି ମୃତକଙ୍କ ଆତ୍ମାକୁ ମୋକ୍ଷ ପ୍ରାପ୍ତି କରିବାରେ ସହାୟକ କରିଥାନ୍ତି। କିନ୍ତୁ ଏହା କେତେ ଦୂର ସତ, ତାହା ଆମେ ଜାଣିନାହୁଁ।
ସୂଚନାଯୋଗ୍ୟ, ଏଠାକୁ କେବଳ ମୃତ୍ୟୁର ନିକଟତର ହୋଇଥିବା ଲୋକ ଏବଂ ଯେଉଁ ରୋଗ ଭଲ ହୁଏ ନାହିଁ, ସେମାନେ ହିଁ ଆସିଥାନ୍ତି। ସୁସ୍ଥଲୋକ ଏଠାରେ ରହିବାକୁ ଅନୁମତି ମିଳେ ନାହିଁ। ମୃତ୍ୟୁର ନିକଟରେ ଥିବା ଲୋକ ମୁକ୍ତି ଭବନ ଆସନ୍ତି, ସେମାନେ କେବଳ ଏଠାରେ ଦୁଇ ସପ୍ତାହ ପର୍ଯ୍ୟନ୍ତ ହିଁ ରହି ପାରନ୍ତି।
ଯଦି ଦୁଇ ସପ୍ତାହ ମଧ୍ୟରେ ଏଠାରେ ଥିବା ବ୍ୟକ୍ତି ମୃତ୍ୟୁବରରଣ ନ କରନ୍ତି, ତେବେ ତାଙ୍କୁ ଏହି ସ୍ଥାନ ଛାଡିବାକୁ ପଡିଥାଏ। ଏହି ଭବନରେ ୧୨ଟି ରୁମ୍, ଏକ ଛୋଟ ମନ୍ଦିର ଏବଂ ପୂଜାରୀ ରହିଛନ୍ତି। ଏହାସହିତ ଏଠାକୁ ଆସୁଥିବା ପ୍ରତ୍ୟେକ ଅତିଥିଙ୍କ ପାଇଁ ସମସ୍ତ ସୁବିଧା ଉପଲବ୍ଧ ରହିଥାଏ।