୩୨୬ କିମି ବେଗର ପବନକୁ ବି ସହ୍ୟ କରିପାରିବ ଏହି ପ୍ଲାଷ୍ଟିକ ଘର, ଯାହାକୁ ତିଆରି କରିବା ପାଇଁ ଲାଗିଛି ୬ ଲକ୍ଷ ପ୍ଲାଷ୍ଟିକ ବୋତଲ

ଦୁନିଆ ବହୁତ ବଡ଼। ଏଇ ବିଶ୍ୱରେ ଏମିତି କେତେ ଘର ଥିବ, ଯାହା ନିଜର ସ୍ୱତନ୍ତ୍ରତା ଯୋଗୁ ପରିଚୟ ପାଉଥିବ। ଆଜି ବି ଆମେ ଆପଣଙ୍କୁ ଏମିତି ହିଁ ଏକ ଘର ବିଷୟରେ କହିବାକୁ ଯାଉଛୁ, ଯାହାର ଖାସିୟତ ଲୋକଙ୍କୁ ନିଜ ଆଡ଼କୁ ଆକର୍ଷିତ କରିଥାଏ। କାନାଡାରେ ରହିଛି ଏହି ଘର। ୬ ଲକ୍ଷ ପ୍ଲାଷ୍ଟିକ ବୋତଲକୁ ରିସାଇକଲିଂ କରାଯାଇ ଏହି ନିଆରା ଘର ତିଆରି କରାଯାଇଛି। ଏହାକୁ ଜୋଏଲ ଜର୍ମାନ ଓ ଡେଭିଡ ସୋଲନର ତିଆରି କରିଛନ୍ତି।

ff

ggh

ମେଟାଗନ ନଦୀ କୂଳରେ ନିର୍ମାଣ ହୋଇଥିବା ଏହି ଘରେ ୩ଟି ରୁମ ଅଛି। ଏହାଛଡା ଏକ ରୋଷେଇ ଘର, ବାଥରୁମ ଏବଂ ଛାତ ରହିଛି। ଘରର ବାହାର ପଟୁ ଦେଖିଲେ ଏହା ଅତି ସାଧାରଣ ଦେଖାଯାଇଥାଏ। କିନ୍ତୁ ଭିତର ବହୁତ ଆଲିଶାନ ରହିଛି। କାରଣ, ଏହି ଘରେ ସମସ୍ତ ଆଧୁନିକ ସୁବିଧା ଉପଲବ୍ଧ ଅଛି।

hg

jh

ଘରର ଅଗ୍ରଭାଗ ଏକ ବିଶେଷ ପ୍ରକାରର ଫୋମରେ ତିଆରି ହୋଇଛି, ଯାହାକୁ ପିଇଟି କୁହାଯାଇଥାଏ। ଏହି ଫୋମକୁ ବନାଇବା ପାଇଁ ପ୍ଲାଷ୍ଟିକ ଆବର୍ଜନାକୁ ରିସାଇକଲିଂ କରାଯାଇ ବ୍ୟବହାର କରାଯାଇଛି।

ffb

nhh

କମ୍ପାନୀ ଅନୁସାରେ, ଘରର ଚଉଡ଼ା ୧୫ ସେମି ୫.୯ ଇଞ୍ଚ। କଠିନ ପରିସ୍ଥିତିକୁ ଏହା ଦୃଢ଼ ଭାବେ ସାମ୍ନା କରିପାରିଥାଏ। ପ୍ରତି ଘଣ୍ଟାରେ ୩୨୬ କିମି ବେଗରେ ବହୁଥିବା ପବନକୁ ମଧ୍ୟ ସାମ୍ନା କରିବାକୁ ସକ୍ଷମ ଅଛି। ଏହି ଘରକୁ ତିଆରି କରିବା ପାଇଁ ମାତ୍ର ୧୪ ଘଣ୍ଟା ସମୟ ଲାଗିଥିବା ବେଳେ ୭୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.