ଏପରି ଏକ ଆଇଲ୍ୟାଣ୍ଡ, ଯେଉଁଠିକୁ କେବଳ ଯାଇପାରିବେ ବୈଜ୍ଞାନିକ

ଦୁନିଆରେ ଏପରି କେତେକ ଆଇଲ୍ୟାଣ୍ଡ ରହିଛି, ଯାହା କିଛି ନା କିଛି କାରଣ ଯୋଗୁଁ ପ୍ରସିଦ୍ଧ ହୋଇଥାଏ। ଏମିତିରେ କେତେକ ଆଇଲ୍ୟାଣ୍ଡ ରହିଛି ଯେଉଁଠିକୁ ବୁଲିବା ପାଇଁ ଲୋକମାନେ ଯାଇଥାନ୍ତି। କିନ୍ତୁ ଏପରି କେତେକ ଜାଗା ମଧ୍ୟ ରହିଛି, ଯେଉଁଠିକୁ ଯିବାକୁ କାହାକୁ ମଧ୍ୟ ଅନୁମତି ପ୍ରଦାନ କରାଯାଇନାହିଁ। ଏପରି ଏକ ଆଇଲ୍ୟାଣ୍ଡ ଆଇସଲ୍ୟାଣ୍ଡ ରହିଛି, ଯାହାର ନିର୍ମାଣ ୧୯୬୩ରେ ହୋଇଥିଲା।

67

ଆଇସଲ୍ୟାଣ୍ଡର ଦକ୍ଷିଣ ତଟରେ ୩୦ କିଲୋମିଟର ଦୂରରେ ଏକ ଛୋଟ ଆଇଲ୍ୟାଣ୍ଡ ରହିଛି। ଯାହାର ନାମ ସୁତେସୀ ଦ୍ୱୀପ ରହିଛି। ଏହା ଦୁନିଆର ସବୁଠାରୁ କମ୍‌ ବୟସ୍କ ଦ୍ୱୀପ। ଯାହାର ବୟସ ମାତ୍ର ୫୬ ବର୍ଷ। ଏହା ପାଣିରେ ଜ୍ୱଳାମୁଖୀ ବିସ୍ଫୋରଣରେ ବାହାରିଥିଲା। ଏହି ଜ୍ୱାଳାମୁଖୀରୁ ବାହାରିଥିବା ଲାଭା ଜମା ହୋଇ ଏକ ଛୋଟ ପାହାଡର ରୂପ ଧାରଣ କରିଥିଲା। ୧୯୬୩ରେ ଏହାକୁ ଆଇଲ୍ୟାଣ୍ଡର ମାନ୍ୟତା ଦିଆଯାଇଥିଲା। ନରେଓ୍ଵର ପୌରାଣିକ କଥାନୁସାରେ, ଏହି ଆଇଲ୍ୟାଣ୍ଡର ନାମ ଦେବତା ସୁତୁରଙ୍କ ନାମରେ ହୋଇଥିଲା।

0

ଆଇଲ୍ୟାଣ୍ଡର ନିର୍ମାଣ ହେବା ପରେ ଫ୍ରାନ୍ସର ପତ୍ରକାର ଟିମ୍‌ ଏଠାକୁ ଯାଇଥିଲା କିନ୍ତୁ କିଛି ସମୟ ପରେ ଫେରିଆସିଥିଲେ। ସେମାନଙ୍କ ଯିବା ପରେ ଆଇଲ୍ୟାଣ୍ଡରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଏହି ଆଇଲ୍ୟାଣ୍ଡ ଅନେକ ପ୍ରକାର ପକ୍ଷୀ ଏବଂ ଜୀବଜନ୍ତୁ ରହିଛନ୍ତି, କିନ୍ତୁ ମଣିଷଙ୍କୁ ଯିବାକୁ ଏଠାରେ ମନା କରାଯାଇଛି। କେବଳ କେତେକ ବୈଜ୍ଞାନିକ ହିଁ ଏଠାକୁ ଯାଇପାରିବେ। ସେମାନେ ମଧ୍ୟ ଏଠାକୁ ଯିବା ପୂର୍ବରୁ ସଂପୂର୍ଣ୍ଣ ଭାବେ ଯାଞ୍ଚ କରି ଯାଆନ୍ତି। ଏହାଛଡା ଏହି ସ୍ଥାନକୁ କୌଣସି ଗଛର ମଞ୍ଜି ମଧ୍ୟ ଆପଣ ନେଇ ଯାଇପାରିବେ ନାହିଁ।

ଏହାସହ ପଢ଼ନ୍ତୁ ; ମୃତ୍ୟୁର ପୋଲ ‘କଲିଂ ଡ୍ରାଗନ କ୍ଲିଫ୍‌’, ଯେଉଁଠିକୁ ଯିବା ତ ଦୂରର କଥା ଫଟୋ ଦେଖି ଆପଣ ଭୟ କରିବେ

65

କିଛି ବର୍ଷ ମଧ୍ୟରେ ଏଠାରେ ଟମାଟର ଗଛ ଉଠିବାକୁ ଲାଗିଥିଲା, ଯାହାକୁ ଦେଖି ବୈଜ୍ଞାନିକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ। କିଛି ଦିନ ପରେ ଏହି ଗଛକୁ ମଧ୍ୟ ବୈଜ୍ଞାନିକମାନେ ଉପାଡି ଦେଇଥିଲେ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ଆଇଲ୍ୟାଣ୍ଡ ୟୁନିସ୍କୋରେ ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ ପାଇଛି।
ଏହି ଆଇଲ୍ୟାଣ୍ଡର ଉପଯୋଗ କେବଳ ବୈଜ୍ଞାନିକମାନେ ଅନୁସନ୍ଧାନ କରିବା ପାଇଁ ବ୍ୟବହାର କରାଯାଉଛି। ବୈଜ୍ଞାନିମାନେ ଏଠାକୁ ଯାଇ ଏପର୍ଯ୍ୟନ୍ତ ପରୀକ୍ଷା ଚଳାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.