ନିଆରା ପରମ୍ପରା: ଆରାଧ୍ୟ ଦେବୀ ମା ବାସୁଳାଇଙ୍କ ସହିତ କୁମ୍ଭାର ରାଜା ବଳୀଙ୍କ ବାହାଘର

ନିଆରା ବାହାଘର, ଏପରି ବାହାଘର ବିଷୟରେ ହୁଏତ ଆପଣ ପୂର୍ବରୁ ଶୁଣିନଥିବେ। ଏପରି ଏକ ବାହାଘର ଦେଖିବାକୁ ମିଳିଛି କେନ୍ଦ୍ରପଡା ଜିଲା ରାଜକନିକା ନିକଟସ୍ଥ ବଜରପୁର ଗାଁରେ । କାହି କେଉଁ କାଳରୁ ଏପରି ଏକ ପରମ୍ପରା ଚଳି ଆସୁଛି ।

marriage

ମ୍ୟୁଜିକ୍‌ ସିଷ୍ଟମର ତାଳେ ତାଳେ ବରଯାତ୍ରୀଙ୍କ ପାଦ ଉଠୁଛି ପଡୁଛି । ବର ଆସୁଛି। ବାଜାରୋଷଣୀରେ କମ୍ପୁଛି ଗାଁ ଦାଣ୍ଡ । ରାସ୍ତାର ଦୁଇ କଡରେ ଭିଡ ଜମାଇଛନ୍ତି ଦେଖଣାହାରୀ । ତେବେ ଏ କୌଣସି ସାଧାରଣ ବାହାଘରର ଦୃଶ୍ୟ ନୁହେଁ। କେନ୍ଦ୍ରପଡା ଜିଲ୍ଲା ରାଜକନିକା ବଜରପୁର ଗାଁର ଆରାଧ୍ୟ ଦେବୀ ମା ବାସୁଳାଇଙ୍କ ବାହାଘର ଅନୁଷ୍ଠିତ ହେଉଛି ସେହି ଗାଁର କୁମ୍ଭାର ରାଜା ବଳୀଙ୍କ ସହିତ । ଦେବୀ ମାନବ ବିବାହର ଏହା ଏକ ନିଆରା ନିଦର୍ଶନ ।

maa maa

କିମ୍ବଦନ୍ତୀର ଏହି ପୁରୁଣା କାହାଣୀ ଅନୁଯାୟୀ ପ୍ରତିବର୍ଷ ଅଗ୍ନି ଉତ୍ସବ ପୂର୍ଣ୍ଣିମାରେ ବଜରପୁର ଗାଁରେ ଅନୁଷ୍ଠିତ ହୋଇଥାଏ ମା ବାସୁଳାଇଙ୍କ ବାହାଘର । କୁମ୍ଭାର ରାଜା ବଳୀର ବଂଶଧରମାନେ ବଳୀ ଓ ବିଶୁଳୀର ପ୍ରତିମୃତି ଧରି ବାଜା ରୋଷଣୀ ସହ ବଜରପୁରରେ ପହଞ୍ଚିଥାନ୍ତି । ପହଞ୍ଚିବାପରେ କନ୍ୟା ପକ୍ଷରୁ ସ୍ୱାଗତ କରାଯାଇଥାଏ । ପରେ ପୂଜକ ବାସୁଳାଇଙ୍କ ପିତା ହୋଇ ଏହି ବିବାହରେ କନ୍ୟାଦାନ କରିଥାନ୍ତି । ବିବାହ ବ୍ରତ ଓ ସାଧାରଣ ଅନୁଷ୍ଠାନର କାର୍ଯ୍ୟ ଆରମ୍ଭ ପୂର୍ବରୁ ବାସୁଳାଇଙ୍କ ପାଖରେ ଲାଗି କରାଯାଇଥାଏ ।

ଆଳିରୁ ନିରଞ୍ଜନ ବେହେରା (କେ ନ୍ୟୁଜ)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.