ଅଗ୍ନି ନୁହେଁ ସମୁଦ୍ରକୁ ସାକ୍ଷୀ ମାନି ସଂପନ୍ନ ହେଲା ବିବାହ, ୬୦ ଫୁଟ ଗଭୀର ସମୁଦ୍ର ଭିତରେ ଦମ୍ପତି ନେଲେ ସାତ ଫେରା

ଆପଣ ବିବାହ ବେଳେ ଅନେକ ରୀତିନୀତି ବିଷୟରେ ନିଶ୍ଚିତ ଜାଣିଥିବେ। ବିବାହରେ ବରମାଳା ପିନ୍ଧାଇବା, ସିନ୍ଦୁର ପିନ୍ଧାଇବା ଏବଂ ସାତ ଫେରା ନେବା ବିଷୟରେ ଜାଣିଥିବେ। କିନ୍ତୁ କିଛି ଅଲଗା କରିବାକୁ ଯାଇ ଲୋକେ କିଛି ବି କରିବାକୁ ପଛାଉନାହାନ୍ତି। ଏମିତି ଏକ ମାମଲା ଏବେ ଚେନ୍ନାଇରେ ଦେଖିବାକୁ ମିଳିଛି। ଯେଉଁଠାରେ ପ୍ରେମୀ ଯୁଗଳ ଗଭୀର ପାଣିରେ ସାତଫେରା ନେଇଛନ୍ତି। ତାମିଲନାଡୁରେ ପାରମ୍ପରିକ ରୀତିନୀତି ଅନୁଯାୟୀ ହୋଇଥିବା ଏହି ବିବାହର ଫଟୋ ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି।

ଏହି ଅଦ୍ଭୁତ ବିବାହ ତାମିଲନାଡୁର ନୀଲକରାଂଇ ସମୁଦ୍ରକୂଳରେ ହୋଇଛି। ଯେଉଁଠି ଜଣେ ଆଇଟି ଇଂଜିନିୟର ଦମ୍ପତି ପାରମ୍ପରିକ ଡ୍ରେସ ପରିଧାନ କରି ଗଭୀରକୁ ଯାଇ ବିବାହ କରିଛନ୍ତି। କନ୍ଯା ଶାଢି ପିନ୍ଧିଥିବା ବେଳେ ବର ଲୁଙ୍ଗି ପିନ୍ଧିଥିବା ନଜର ଆସିଛନ୍ତି। ଦୁହେଁ ପରସ୍ପରକୁ ୬୦ ଫୁଟ ଗଭୀର ପାଣିରେ ବରମାଳା ପିନ୍ଧାଇବା ସହିତ ଅଗ୍ନି ନୁହେଁ ସମୁଦ୍ରକୁ ସାକ୍ଷୀ ଭାବି ବିବାହ କରିଛନ୍ତି।

wedding
photo credit: Curly Tales

ଚିତ୍ରାଦୁରାଇ ଜଣେ ଲାଇସେନ୍ସପ୍ରାପ୍ତ ସ୍କୁବା ଡାଇଭର। ଆଉ ଏଥିପାଇଁ ଶ୍ବେତା ବିବାହ କରିବା ପାଇଁ ସ୍ବତନ୍ତ୍ର ଭାବେ ଏକ ପ୍ରକାରର ଡାଇଭିଂ ଶିଖିଥିଲେ। ଏମିତି ବିବାହ କରିବା ପାଇଁ ଚିତ୍ରାଦୁରାଇକୁ ଟ୍ରେନର ଅରବିନ୍ଦ ଅତ୍ରା ଆଇଡିଆ ଦେଇଥିଲେ।

ସେମାନଙ୍କ କହିବାନୁଯାୟୀ, ସେମାନେ ଗଭୀର ସମୁଦ୍ର ଭିତରେ ୪୦ ମିନିଟ ପର୍ଯ୍ଯନ୍ତ ରହିଥିଲେ। ପୂର୍ବରୁ ଚିତ୍ରାଦୁରାଇ ପାଣି ଭିତରେ ହିଁ ଶ୍ବେତାଙ୍କୁ ଫୁଲତୋଡା ଦେଇ ପ୍ରପୋଜ କରିଥିଲେ।

Leave A Reply

Your email address will not be published.