ସ୍ପେଶାଲ

ବିଜେପି ସରକାରଙ୍କ ଶପଥ ଗ୍ରହଣ ଉତ୍ସବରେ ଏମିତି ଆସିଥିଲେ କିଛି ନିଆରା ବ୍ୟକ୍ତି

ଭୁବନେଶ୍ୱର: ଚାରିଆଡ଼େ ପରିବର୍ତ୍ତନର ସ୍ୱର । ଓଡ଼ିଶା ରାଜନୀତିରେ ହୋଇଛି ବଡ଼ ପରିବର୍ତ୍ତନ । ଦୀର୍ଘ ୨୪ ବର୍ଷ ଧରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବଳିୟାନ୍ ନେତୃତ୍ୱରେ ଓଡ଼ିଶା ପାଇଥିଲା ନୂଆ ପରିଚୟ । ୧୯୯୯ର ମହାବାତ୍ୟା ଏବଂ ୨୦୨୪ ର ପରିବର୍ତ୍ତନ ମଧ୍ୟରେ ଅତିକ୍ରମ କରିଥିବା ଏହି ଦୂରତାରେ ଓଡ଼ିଶା ବିକାଶ କରିଥିଲା ନାଁ । ଦିନେ ଓଡ଼ିଶାକୁ କେହି ଚିହ୍ନି ନଥିବା ବେଳେ ଆଜି ବିଶ୍ୱ ମାନଚିତ୍ରରେ ସ୍ଥାନ ପାଇଛି । ସେ ହକି ବିଶ୍ୱ କପ୍ ହେଉ କି ବିଭିନ୍ନ ଅନ୍ତର୍ଜାତୀୟ କ୍ରୀଡ଼ା କାର୍ଯ୍ୟକ୍ରମ ଅବା ଜନ କଲ୍ୟାଣକାରୀ ଯୋଜନା ସବୁଥିରେ ଆଗରେ ଥିଲେ ନବୀନ ।

ଉଦାହରଣ ସ୍ୱରୂପ ସ୍ୱାସ୍ଥ୍ୟ ସେବା, ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ଭତ୍ତା, ୧ ଟଙ୍କିଆ ଚାଉଳ, କାଳିଆ ଯୋଜନା ଏବଂ ବିଏସ୍କେଓ୍ଵାଇ କାର୍ଡ଼ । ପୁଣି ସ୍କୁଲ୍ରେ ପିଲାମାନଙ୍କୁ ବହି ଠୁ ଆରମ୍ଭ କରି ପ୍ୟାଣ୍ଟ ସାର୍ଟ, ସ୍କୁଲ ଓ କଲେଜର ରୂପାନ୍ତରଣ ପର୍ଯ୍ୟନ୍ତ ସବୁକିଛି କାର୍ଯ୍ୟ ଲୋକଙ୍କ ହିତ ପାଇଁ କରାଯାଇଛି । ଯେଉଁଥିରେ ସାଢ଼େ ଚାରି କୋଟି ଓଡ଼ିଆ ଉପକୃତ ହେଉଥିଲେ । ସରକାର ଏସବୁ ଦିଗକୁ ଦୃଷ୍ଟିରେ ରଖି ସାଧାରଣ ଜନତାଙ୍କ ମୌଳିକ ସମସ୍ୟା ଦୂର କରିବା ସହିତ ବିକାଶ ଦିଗରେ ଯୋଜନାକୁ ନେଇ ଓଡ଼ିଶାକୁ ଏକ ନୂଆ ପରିଚୟ ଦେଇଛନ୍ତି । ଜରୁରୀକାଳୀନ ପରିସ୍ଥିତି ଏବଂ ବିପର୍ଯ୍ୟୟ ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାର ଭୂମିକା ସାରା ବିଶ୍ୱରେ ଚର୍ଚ୍ଚିତ । କିନ୍ତୁ ଏବେ ଆସିଛି ପରିବର୍ତ୍ତନର ସ୍ୱର । ୨୦୨୪ରେ ଲୋକ ବାଛିଛନ୍ତି ନୂଆ ସରକାର ।

ବିଜେପି ଦଳ ନିର୍ବାଚନ ଜିତିବା ପରେ ଗତକାଲି ଭୁବନେଶ୍ୱର ଜନତା ମଇଦାନରେ ହୋଇଥିଲା ନୂଆ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ଉତ୍ସବ । ନୂଆ ମନ୍ତ୍ରୀ ଓ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଦେଖିବା ପାଇଁ ଭୁବନେଶ୍ୱର ଜନତା ମଇଦାନରେ ହଜାର ହଜାର ଲୋକଙ୍କର ଆଗମନ । କେନ୍ଦ୍ର ମନ୍ତ୍ରୀଙ୍କଠୁ ଆରମ୍ଭ କରିବରିଷ୍ଠ ବିଜେପି ନେତା ଏବଂ ବିଧାୟକ, ସାଂସଦଙ୍କ ସହ କର୍ମୀଙ୍କ ଗହଳି ଲାଗିଥିଲା । ଭିଡ଼ ଏତେ ଥିଲା ଯେ ଲାଗୁଥିଲା ଯେମିତି ଥାଳି ମାରି ଦେଲେ ଚାଲିଯିବ । କିନ୍ତୁ ତା ଭିତରେ କିଛି ନିଆରା ଲୋକଙ୍କୁ ଭେଟିଥିଲେ ଆମ ପ୍ରତିନିଧି ରାଜା। ସେହି ଲୋକଙ୍କ ମଧ୍ୟରୁ କିଛି ଏପରି ଲୋକ ଥିଲେ ଯିଏ ବୁଝିଥିଲେ ଏ ପରିବର୍ତ୍ତନର ସ୍ୱର। ତାଙ୍କର ଭାବଭଙ୍ଗୀ ଥିଲା କିଛି ଅଲଗା । ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଦେଖିବା ପାଇଁ ଏବଂ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବା ଲାଗି କିଏ ୫୦ କିଲୋମିଟର ଦୂରରୁ ସାଇକେଲ ରେ ଆସିଥିଲେ ତ ଆଉ କିଏ ୬୦ କିଲୋମିଟରରୁ ଚାଲି ଚାଲି ଆସିଥିଲେ । ସେହି ସମୟରେ ତାଙ୍କର ଯେଉଁ ଆବେଗ ଥିଲା ତାହା ଆମକୁ ଭାବବିହ୍ଵଳ କରିଥିଲା । ତେଣୁ ସେହି ମୁହୂର୍ତ୍ତକୁ ଆମେ ଅଣଦେଖା କରିବାକୁ ଚାହିଁ ନଥିଲୁ । ଆମ କ୍ୟାମରାରେ ସେହି ଦୃଶ୍ୟକୁ କଏଦ୍ କରିଥିଲୁ ।

ଲୋକମାନେ ଉତ୍କଣ୍ଠାର ସହିତ ଚାହିଁ ବସିଥିଲେ ପ୍ରଧାନମନ୍ତ୍ରୀ କେତେବେଳେ ଆସିବେ, ନୂଆ ମୁଖ୍ୟମନ୍ତ୍ରୀ କେତେବେଳେ ଆସି ଶପଥ ନେବେ । ବିଭିନ୍ନ ଅଞ୍ଚଳରୁ ଅନେକ ଲୋକ ଏହି ପରିବର୍ତ୍ତନ ଓ ନୂଆ ଶାସକମାନଙ୍କୁ ଦେଖିବାକୁ ଛୁଟି ଆସିଥିଲେ । ବେଳେ ସେମାନଙ୍କ ମଧ୍ୟରୁ କିଛି ବ୍ୟକ୍ତି ଭିନ୍ନ ଚରିତ୍ର ବିଭିନ୍ନ ରୂପ ବେଶରେ ଆସିଥିଲେ । କାହା ହାତରେ ଧନୁ ତ ଆଉ କାହା ହାତରେ ଆଶା ବାଡ଼ି l କିଏ ଚିତ୍ରଟିଏ ୨୪ଘଣ୍ଟାରେ ଆଙ୍କି ମୁଣ୍ଡେଇ ଆସିଥିଲେ ଦଳବଳ ହୋଇ ତ ଆଉ କିଏ ପୁଣି ଦୃଷ୍ଟି ବାଧିତ ହୋଇ ମଧ୍ୟ ନୂଆ ଶାସନର କିଛି କଥା ଶୁଣିବାକୁ ଆଶା ବାଡ଼ି ସାହାରା କରି ବାଟ ଖୋଜି ପହଞ୍ଚି ଥିଲେ l ସବୁ ଠାରୁ ବଡ଼ କଥା ହେଲା ସେହି ଦୃଷ୍ଟି ବାଧିତଙ୍କୁ ଜଣେ ମହିଳା ବାଟ କଢାଇ ନେଉଥିବା ସବୁଠାରୁ ହୃଦୟ ସ୍ପର୍ଶୀ ଥିଲା l ଆହୁରି ହୃଦୟକୁ ଛୁଇଁ ଯାଉଥିଲା ଯେଉଁ ଦୃଷ୍ଟି ବାଧିତ ବ୍ୟକ୍ତି ଜଣଙ୍କ ଆଶା ବାଡି଼କୁ ସାହାରା କରି ଏତେ ଦୂରରୁ ଧାଇଁ ଆସିଥିଲେ l କିନ୍ତୁ କଡା ସୁରକ୍ଷା ବଳୟ ଭେଦ କରି ଆଗକୁ ଯିବା ତାଙ୍କ ପାଇଁ ସମ୍ଭବ ନଥିଲା l ନିରାଶ ହୋଇଥିଲେ ବ୍ୟକ୍ତି ଜଣକ l ତାଙ୍କର ମନ ମଉଳି ଯାଇଥିଲା ।

Sasmita

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

4 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

5 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago