ସ୍ପେଶାଲ

ଅଦ୍ଭୁତ ରେଷ୍ଟୁରାଣ୍ଟ: ଯେଉଁଠି କବର ଭିତରେ ଲଞ୍ଚ ଓ ଡିନର୍‌ର ମଜା ନିଅନ୍ତି ଲୋକେ

କଥାଟି ଶୁଣି ଆପଣଙ୍କୁ ହୁଏତ ଆଶ୍ଚର୍ଯ୍ୟ ଲାଗୁଥାଇପାରେ। ଆପଣମାନେ ଅନେକ ରେଷ୍ଟୁରାଣ୍ଟକୁ ଖାଦ୍ୟ ଖାଇବାକୁ ସାଙ୍ଗ ହେଉ ଅବା ପରିବାର ଲୋକଙ୍କ ସହିତ ଯାଇଥିବେ। କିନ୍ତୁ କେବେ ବି କବରସ୍ଥାନରେ ରେଷ୍ଟୁରାଣ୍ଟ ବିଷୟରେ ହୁଏତ ଆପଣ ଶୁଣି ନଥିବେ। ମଶାଣି ବା କବରସ୍ଥାନ ନାଁ ଶୁଣିବା ମାତ୍ରେ ଲୋକଙ୍କ ମନରେ ଏକ ପ୍ରକାର ଭୟ ଆସିଥାଏ। ଏହା ପାଖକୁ ଯିବାକୁ କିମ୍ବା ଏହି ରାସ୍ତା ଦେଇ ଯିବାକୁ ଅନେକ ଲୋକ ଡରନ୍ତି। କିନ୍ତୁ କ’ଣ ଆପଣ ଏପରି ଲୋକ ଦେଖିଛନ୍ତି, ଯେଉଁମାନେ କବର ମଧ୍ୟରେ ବସି ଖାଦ୍ୟ ଖାଉଥିବା ଆପଣ କେବେ ଜାଣିନଥିବେ। ଏପରି ଏକ ଜାଗା ଅହମଦାବାଦରେ ରହିଛି। ଏଠାରେ ଲାଲ ଦରବାଜା ପାଖରେ ଥିବା ଲକି ରେଷ୍ଟୁରାଣ୍ଟରେ ଲୋକ କବର ପାଖରେ ବସି ଖାଦ୍ୟ ଖାଇଥାନ୍ତି। ଏହା ଏକ ଅଦ୍ଭୁତ ରେଷ୍ଟୁରାଣ୍ଟ। ଏହି ରେଷ୍ଟୁରାଣ୍ଟ ଭିତରେ ୧୨ଟି କବର ରହିଛି। ଆଉ ଲୋକମାନେ ଏହି କବର ପାଖରେ ବସି ଖାଦ୍ୟର ମଜା ନେଇଛନ୍ତି।

ଆପଣ ଭାବୁଥିବେ, କବରସ୍ଥାନରେ କିଏ ବସି ଖାଦ୍ୟ ଖାଇଲାଣି। ଏମିତି କେମିତି ଏହି କବରସ୍ଥାନରେ ବସି ଖାଇବା ସମ୍ଭବ । କିନ୍ତୁ ଏହି ରେଷ୍ଟୁରାଣ୍ଟକୁ ଦେଖିଲେ ଆପଣଙ୍କ ମନର ସବୁ ଦ୍ୱନ୍ଦ୍ୱ ଆପେ ଆପେ ଦୂର ହୋଇଯିବ। ଏହି ନ୍ୟୁ ଲକି ନାମକ ରେଷ୍ଟୁରାଣ୍ଟ ବହୁ ପୁରୁଣା କବରସ୍ଥାନ ଉପରେ ରହିଛି। ଏହି ରେଷ୍ଟୁରାଣ୍ଟର ମାଲିକ କୃଷ୍ଣନ କୁଟ୍ଟୀ। ସେ ଏହି କବରସ୍ଥାନରେ ଯେତେବେଳେ ରେଷ୍ଟୁରାଣ୍ଟ ଖୋଲିବା ପାଇଁ ଚିନ୍ତା କରିଥିଲେ, ସେତେବେଳେ ଭାବିଥିଲେ କି, ଏହି କବର ସ୍ଥାନର କବର ସବୁ ହଟାଇବା ପରିବର୍ତ୍ତେ ଏହା ଚାରିପଡେ ବାଡ ବୁଲାଇ ରଖିବେ।

ପୁଣି ଆପଣ ଭାବୁଥିବେ ଏଠାରେ ଥିବା କବର ସବୁ କାହାର। କିନ୍ତୁ ପ୍ରକୃତରେ ଏକଥା ସେହି ରେଷ୍ଟୁରାଣ୍ଟର ମାଲିକଙ୍କୁ ମଧ୍ୟ ଅଜଣା। କିଛି ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ ଏହି କବର ସବୁ ସୁଫି ସନ୍ଥ ଶିଷ୍ୟଙ୍କର ରହିଛି। ରେଷ୍ଟୁରାଣ୍ଟ ପାଖରେ ସୁଫି ସନ୍ଥଙ୍କ ଦରଗା ରହିଛି। ତେଣୁ ଏହିସବୁ କବର ତାଙ୍କର ହୋଇଥାଇପାରେ। ରେଷ୍ଟୁରାଣ୍ଟ ଭିତରେ ପାଖାପାଖି ଡଜନରୁ ଅଧିକ କବର ରହିଛି। ଯାହାକୁ ଚାରିପାଖରେ ଲୁହା ବାଡ ବୁଲାଯାଇଛି।

ଏହି ଅଦ୍ଭୁତ ରେଷ୍ଟୁରାଣ୍ଟଙ୍କୁ ଲୋକେ ସକାଳ ଚା’ରୁ ଆରମ୍ଭ କରି ରାତିର ଭୋଜନ ଯାଏଁ ଖାଇବାକୁ ଆସନ୍ତି। ସବୁବେଳେ ଏହି ସ୍ଥାନରେ ଗହଳି ଲାଗିଥାଏ। ଏପର୍ଯ୍ୟନ୍ତ ଏହି ରେଷ୍ଟୁରାଣ୍ଟରେ କୌଣସି ପ୍ରକାର ଶଇତାନୀ କିମ୍ବା ଭୂତପ୍ରେତ କିଛି କାରନାମା ଏପର୍ଯ୍ୟନ୍ତ ଦେଖିବାକୁ ମିଳିନାହିଁ।

Swagatika

Recent Posts

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

12 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

21 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

24 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

58 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

60 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

2 hours ago