ସ୍ପେଶାଲ

ବର୍ଷା ହେବାର ୬-୭ଦିନ ପୂର୍ବରୁ ଭିବଷ୍ୟବାଣୀ ଦେଇଥାଏ ଉତ୍ତରପ୍ରଦେଶର ଜଗନ୍ନାଥ ମନ୍ଦିର, ଜାଣନ୍ତୁ ଏହାର ବିଶେଷତ୍ୱ

ଭାରତ ପୁରା ବିଶ୍ୱରେ ଏପରି ଏକ ଭୁଖଣ୍ଡ ଯେଉଁଠି ବହୁ ଆଶ୍ଚର୍ଯ୍ୟଜନକ କଥା ଦେଖିବାକୁ ମିଳେ ଆପଣ ଜାଣିଛନ୍ତି ଭାରତ ହେଉଛି ବିଶ୍ଵର ଐତିହାସିକ ଓ ସାଂସ୍କୃତିକ ଦେଶ। ଯେଉଁଠି ଭଗବାନଙ୍କୁ ଖୁବ୍ ବିଶ୍ଵାସ କରନ୍ତି ଲୋକେ। ଏମିତିକି ଭାରତରେ ଅନେକ ରହସ୍ୟମୟ ମନ୍ଦିର ମଧ୍ୟ ଲୁଚି ରହିଛି। ଏପରିକି ବୈଜ୍ଞାନିକମାନେ ମଧ୍ୟ ଏହି ମନ୍ଦିରଗୁଡ଼ିକର ରହସ୍ୟ ବିଷୟରେ ଆଜି ପର୍ଯ୍ୟନ୍ତ ଅନେକ ତଥ୍ୟ ଜାଣି ପାରିନାହାନ୍ତି।

ଭାରତ ଅନେକ ରହସ୍ୟମୟୀ ମନ୍ଦିରରେ ଭରି ରହିଛି। ରହସ୍ୟ ଏପରି ଭାବେ ଲୁଚି ରହିଛି ଯାହାର କାରଣ ଆଜି ପର୍ଯ୍ୟନ୍ତ କେହି ବୁଝି ପାରୁ ନାହାନ୍ତି। ଏହିଭଳି ମନ୍ଦିର ଅଜବ ମାନ୍ୟତା ସହିତ ଏହାର ସ୍ଥିତିକୁ ନେଇ ବେଶ ପ୍ରସିଦ୍ଧ ଅଛି।

ଉତ୍ତରପ୍ରଦେଶର କାନପୁରରେ ରହିଛି ବେହଟା ଗାଁ। ଯେଉଁଠାରେ ଭଗବାନ ଜଗନ୍ନାଥଙ୍କର ଏକ ସ୍ୱତନ୍ତ୍ର ମନ୍ଦିର ରହିଛି। ଏହା ଭିତର ଗାଁର ବିକାଶଖଣ୍ଡର ପାଖାପାଖି ୩ କିଲୋମିଟର ଦୂରରେ ରହିଛି। ଏହି ମନ୍ଦିର ବେଶ ଚର୍ଚ୍ଚିତ । ଏଠାକୁ ଅନେକ ଭକ୍ତ ଦୂରଦରାନ୍ତରୁ ଆସିଥାନ୍ତି ଭଗବାନଙ୍କ ଦର୍ଶନ ପାଇଁ। ଏହି ମନ୍ଦିର ସହ ଅନେକ ରହସ୍ୟ ମଧ୍ୟ ଯୋଡ଼ି ହୋଇ ରହିଛି।

ଭାରତ ରହସ୍ୟଭରା ଦେଶ। ଏଠାରେ ଭିନ୍ନ ଭିନ୍ନ ରାଜ୍ୟରେ ଅନେକ ମନ୍ଦିର ରହିଛି। ଯେଉଁଥିରେ ଅନେକ ରହସ୍ୟ ଲୁଚି ହୋଇ ରହିଛି। ଯାହା ସମ୍ପର୍କରେ ଆଜି ପର୍ଯ୍ୟନ୍ତ କିଛି ଜଣାପଡ଼ିନାହିଁ। ଏସବୁକୁ ଦେଖି ବିଦେଶୀ ପର୍ଯ୍ୟଟକ ମଧ୍ୟ ଅନେକ ଦ୍ୱନ୍ଦରେ ରହିଥାନ୍ତି। କାନପୁରରେ ଜଗନ୍ନାଥ ମନ୍ଦିରର ବିଶେଷତ୍ୱ ରହିଛି ଅନ୍ୟ ସବୁ ମନ୍ଦିରରୁ ଭିନ୍ନ। କୁହାଯାଏ ଯେ ଏହି ମନ୍ଦିରର ସବୁଠୁ ବଡ଼ ରହସ୍ୟ ହେଉଛି ଏହର ଭିବଷ୍ୟ ବାଣୀ।

ଉତ୍ତରପ୍ରଦେଶର କାନପୁରେ ରହିଥିବା ଏହି ମନ୍ଦିରରେ ଅନେକ କଥା ଶୁଣିବାକୁ ମିଳେ। କୁହାଯାଏ ଯେ ଏହି ମନ୍ଦିର ବର୍ଷା ଆଗମନର ପ୍ରାରମ୍ଭିକ ସୂଚନା ଦେଇଥାଏ। ଏହି ମନ୍ଦିରର ଆଖପାଖରେ ରହୁଥିବା ଲୋକ କୁହନ୍ତି ଯେ ଏଠରେ ବର୍ଷା ହେବାର ୬-୭ଦିନ ପୂର୍ବରୁ ଏହି ମନ୍ଦିରର ଛାତରୁ ପାଣି ବୁନ୍ଦା ଝରେ। ଲୋକେ କୁହନ୍ତି ଯେ ଏହି ପାଣି ବୁନ୍ଦାର ଆକାର ଯେପରି ଥାଏ ବର୍ଷା ବି ସେମିତି ହୁଏ।

ଏହି ମନ୍ଦିରର ରହସ୍ୟ ବର୍ଷାର ଭିବଷ୍ୟବାଣୀ କରି ଶେଷ ହୁଏ ନାହିଁ। କୁହାଯାଏ ଯେ ବର୍ଷା ଯେପରି ଶେଷ ହୋଇଯାଏ ସେପରି ମନ୍ଦିରର ଛାତ ଆପେ ଆପେ ଶୁଖିଯାଏ। ଏଠାକାର ଲୋକ କୁହନ୍ତି ଯେ ଏହି ମନ୍ଦିରର ସ୍ୱତନ୍ତ୍ରତା ସମ୍ପର୍କରେ ଆଜି ପର୍ଯ୍ୟନ୍ତ କୌଣସି ଲୋକ ମଧ୍ୟ ଜାଣିପାରିନାହାନ୍ତି। ଏହା ବହୁ ବର୍ଷ ପୁରୁଣା। ମନ୍ଦିରରେ ଜଗନ୍ନାଥଙ୍କ ମୂର୍ତ୍ତି ରହିଛି। ଏହି ମୂର୍ତ୍ତିରେ ଆପଣ ଶ୍ରୀହରି ବିଷ୍ଣୁଙ୍କର ୨୪ଟି ଅବତାରକୁ ଦେଖିପାରିବେ। ଏଥିରେ କଳିଯୁଗରେ ନେବାକୁ ଥିବା ଅବତାର କଳକି ଅବତାର ମଧ୍ୟ ରହିଛି। ଏହାର ଗୁମୁଟରେ ଏକ ପ୍ରକାରର ଚକ୍ର ଲଗାଯାଇଛି ଯେଉଁ କାରଣରୁ ଆଜି ପର୍ଯ୍ୟନ୍ତ ମନ୍ଦିରରେ କିମ୍ବା ଏହାର ଆଖପାଖରେ ବିଜୁଳି ପଡେ ନାହିଁ।

D Sonali

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

1 hour ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

3 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

4 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

5 hours ago