ବିବାହ ଭୋଜିରେ ପରଷା ଯାଇଥିଲା ସାଲାଡ, ଚିପ୍ସ ଓ ଫ୍ରୁଟ ଷ୍ଟିକ, ଶୁଣି ଅଜବ ଲାଗୁଛି ନା’

ବିବାହର ନିମନ୍ତ୍ରଣ ପାଇବା ପରେ ଆପଣଙ୍କ ମନକୁ ବିଭିନ୍ନ ପ୍ରକାର ସୁସ୍ୱାଦୁ ବ୍ୟଞ୍ଜନର ଏକ ଦୃଶ୍ୟ ଆପେ ଆପେ ଆସିଯାଉଥିବ । ମନ ଭିତରେ ନିଶ୍ଚିତ ରୂପେ କେମିତି ପାର୍ଟିକୁ ଯିବେ, କଣ ଡ୍ରେସ ପିନ୍ଧିବେ, କେମିତି ମେକଅପ ନେବେ ସେ ନେଇ ଅନେକ କଳ୍ପନା କରିସାରିଥିବେ । ଏମିତି ଦେଖିଲେ ତ ଏହା ଖୁବ ସାଧାରଣ । ଅତିଥି ମାନେ ଯାଆନ୍ତି, ସ୍ୱାଦିଷ୍ଟ ବ୍ୟଞ୍ଜନ ପରଶା ଯାଏ ଏମିତି କେତେ କଣ ଦୃଶ୍ୟ ବିବାହ ଭୋଜିରେ ଦେଖାଯାଏ । ବିଭିନ୍ନ ସାଜସଜ୍ଜା ନେଇ ଯାଇଥିବା ଅତିଥି ମାନେ ସୁସ୍ୱାଦୁ ବ୍ୟଞ୍ଜନ ଆଦି ଖାଇ ଆସିବା ନେଇ କଳ୍ପନା କରି ଯାଇଥିବେ । କିନ୍ତୁ ଥରେ ଭାବନ୍ତୁତ ଆପଣ ବେଶଭୂଷା ହୋଇ ଯାଇଥିବେ । ଆଉ ଭୋଜିରେ ଆପଣଙ୍କ ପାଇଁ ସାଲାଡ଼, ଚିପ୍ସ ଆଦି ପରଷା ଯାଇଥିବ । ସେସମୟରେ ଆପଣଙ୍କ ମନର ଅବସ୍ଥା କଣ ହେବ । କଣ ଭାବି ଆସିଥିବେ ଆଉ ସାମ୍ନାରେ ଆଉ କଣ ପାଇବେ ।

ହଁ ଆପଣଙ୍କ ଧାରଣା ବିଲକୁଲ ଠିକ । ଆମେ ଯେଉଁ ବିବାହ ବିଷୟରେ କହିବାକୁ ଯାଉଛୁ ତାହା ବି ଖୁବ ଅଜବ । ଏଠି ଉଭୟ ବରକନ୍ୟା ସଜେଇ ହୋଇଥିଲେ ସିନା କିନ୍ତୁ ଅତିଥି ମାନଙ୍କ ପାଇଁ ଭଲ ଖାଦ୍ୟବ୍ୟବସ୍ଥା ହୋଇନଥିଲା । ଭଲ ତ ଛାଡ଼ନ୍ତୁ ଆଦୌ ଖାଇବା ବ୍ୟବସ୍ଥା ହୋଇନଥିଲା । ଆଉ ଯେତିକି ଖାଦ୍ୟ ଜିନିଷ ରଖାଯାଇଥିଲା । ସେଗୁଡିକ ସବୁ ସନ୍ଧ୍ୟା ଟିଫିନ କାଟାଗୋରିର କହିଲେ ଚଳେ । ଏସବୁ ଦେଖି ରାଗରେ ଅତିଥିମାନେ କହିଥିଲେ ଆମେ ବିବାହ ଭୋଜିରେ ଆସିଛୁ ନା ପିଲାଙ୍କ ପିକନିକ ପାର୍ଟିକୁ ।

ଏକ ରିପୋର୍ଟ ଅନୁଯାୟୀ, ଏହି ପୁରା ଘଟଣାକୁ କନ୍ୟାଙ୍କ ଜଣେ ସାଙ୍ଗ ଫେସବୁକ ପେଜରେ ସେୟାର କରିଛନ୍ତି । ଯେତକ ଖାଦ୍ୟ ପରଷା ଯାଇଥିଲା ସେଗୁଡିକର ଫଟୋ ସେୟାର କରି କ୍ୟାପ୍ସନରେ ଲେଖିଛନ୍ତିକି, ଏଗୁଡିକ ବିବାହରେ ପରଶା ଯାଇଥିବା ଖାଦ୍ୟ । ଫଟୋଟିରେ ଆପଣ ଦେଖିପାରିବେ ଏଠି ଚିପ୍ସର ଗୋଟେ ପ୍ୟାକେଟ, ଫ୍ରୁଟସ ଷ୍ଟିକ, ଅଧା କ୍ରସେଣ୍ଟ ସମେତ କିଛି ସାଲାଡ ଥିଲା । ଲୋକ ମାନେ ବି ଏହା ଉପରେ ଅନେକ କମେଣ୍ଟ ଦେଇଛନ୍ତି । ଜଣେ ଏମିତି ବି ଲେଖିଛନ୍ତି ମୁଁ ଆଜି ମୋ ପିଲାକୁ ଠିକ ଏହି ଲଞ୍ଚ ବାଢ଼ିକି ଦେଇଥିଲି । ଯେବେକି ଆଉ ଜଣେ ଲେଖିଛନ୍ତି ବିବାହରେ ଏମିତି ଖାଦ୍ୟର ଆମେ କେବେ କଳ୍ପନା ବି କରିନଥିଲୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.