ଆଜି ସଂଯୁକ୍ତ ରାଷ୍ଟ୍ର ଦିବସ, କରୋନା ମହାମାରୀ ଠାରୁ ଆରମ୍ଭ କରି ଆତଙ୍କବାଦୀ ସହ କଡା ମୁକାବିଲା ହେଉଛି ମୂଳ ଉଦ୍ଦେଶ୍ୟ

ଦ୍ଵିତୀୟ ବିଶ୍ବ ଯୁଦ୍ଧ ପରେ ବିଶ୍ୱକୁ ତୃତୀୟ ବିଶ୍ବଯୁଦ୍ଧ କବଳରୁ ରକ୍ଷା କରିବା ପାଇଁ ତଥା ବିଶ୍ୱରେ ଶାନ୍ତି ବଜାୟ ରଖିବା ପାଇଁ ୧୯୪୫ ମସିହା ଆଜିର ଦିନରେ “ସଂଯୁକ୍ତ ରାଷ୍ଟ୍ର” ନାମକ ଏକ ସଂଘ ଗଠନ କରାଯାଇଥିଲା । ସଂଯୁକ୍ତ ରାଷ୍ଟ୍ର ଘୋଷଣାପତ୍ରକୁ ପ୍ରସ୍ତୁତ କରାଯିବା ସହ ୧୯୪୫ ଅକ୍ଟୋବର ୨୪ ତାରିଖରେ ହିଁ ଏହାକୁ ଲାଗୁ କରାଯାଇଥିଲା । ଏହି କାରଣରୁ ହିଁ ପ୍ରତିବର୍ଷ ଆଜିର ଦିନକୁ “ସଂଯୁକ୍ତ ରାଷ୍ଟ୍ର ଦିବସ” ରୂପେ ପାଳନ କରାଯାଇଥାଏ । ଚଳିତ ବର୍ଷ ଏହି ବିଶେଷ ଦିନ ୭୫ ବର୍ଷ ପୂରଣ କରିଛି । ଏହି ଉପଲବ୍ଧିକୁ ପାଳନ କରିବା ପାଇଁ ସେପ୍ଟେମ୍ବର ୨୧ ତାରିଖରେ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହା ସହ ଅକ୍ଟୋବର ୨୪ ଦିନକୁ ଏକ ଏତିହାସିକ ଦିନ ଭାବରେ ମଧ୍ୟ ଧରାଯାଇଥାଏ । ବିଶ୍ୱର କେତେକ ବିକାଶଶୀଳ ରାଷ୍ଟ୍ରଙ୍କ ସମର୍ଥନ ପରେ ଆଧିକାରୀକ ସ୍ତରରେ ଏହାକୁ ସ୍ୱୀକୃତି ମିଳିଥିଲା ।

un nation

କହିରଖିବା ରଖିବା ଉଚିତ ହେବକି , ଦ୍ଵିତୀୟ ବିଶ୍ବ ଯୁଦ୍ଧ ଶେଷ ହେବାର ଠିକ ପରେ ହିଁ ସଂୟୁକ୍ତ ରାଷ୍ଟ୍ରର ସ୍ଥାପନା ହୋଇଥିଲା । ଏହା ଏକ ଅନ୍ତଃରାଷ୍ଟ୍ରୀୟ ସଂଗଠନ ହୋଇଥିବା ବେଳେ ଏହାର ପ୍ରାଥମିକ କାମ ହେଉଛି ବିଶ୍ବ ଶାନ୍ତି ସହ ସୁରକ୍ଷା ବଜାୟ ରଖିବା । ଗତ ସାତ ଦଶନ୍ଧିରୁ ଉର୍ଦ୍ଧ୍ବ ସମୟ ଧରି ତୃତୀୟ ମହାଯୁଦ୍ଧରୁ ଏହା ରକ୍ଷା କରିବା ସହ ବିଶ୍ୱସନୀୟତା ବଜାୟ ରଖିଛନ୍ତି । ଏବେକା ସମୟରେ ମାରାତ୍ମକ କରୋନା ଭାଇରସ ବିଶ୍ୱରେ କାୟା ବିସ୍ତାର କରିଥିବା ବେଳେ ଚଳିତ ବର୍ଷ ସଂଯୁକ୍ତ ରାଷ୍ଟ୍ର ଦିବସର ଥିମ “The future we want, the UN we need: reforming our collective commitment to multi terrorism”  ରଖାଯାଇଛି ।

ସେପଟେ ସଂଯୁକ୍ତ ରାଷ୍ଟ୍ରର ମହାସଚିବ ଏଣ୍ଟନିୟୋ ଗୁତାରିଷ୍ଟ ଏହି ବିଶେଷ ଦିବସରେ ନିଜ ସନ୍ଦେଶରେ କହିଛନ୍ତିକି, କୋଭିଉ -19 ରୁ ଆରମ୍ଭ କରି ଜଳବାୟୁ ସ୍ଥିତି ପର୍ଯ୍ୟନ୍ତ ବିଶ୍ୱ ସାମ୍ନାରେ ବଡ ଚ୍ୟାଲେଞ୍ଜ ପରି ଛିଡା ହୋଇଛି । ଯାହାକୁ କେବଳ ମାତ୍ର ଏକତା ଓ ସହଯୋଗିତା ଦ୍ୱାରା ହିଁ ସାମ୍ନା କରାଯାଇପାରିବ ।

Leave A Reply

Your email address will not be published.