ବଙ୍କିମ୍‌ ଚନ୍ଦ୍ର ଚାଟାର୍ଜୀ ବଙ୍ଗଳା ଓ ସଂସ୍କୃତରେ ଲେଖିଥିଲେ ‘ବନ୍ଦେ ମାତରମ୍‌’, ଟାଗୋର ବନାଇଥିଲେ ଧୂନ, ଜାଣନ୍ତୁ ରାଷ୍ଟ୍ରୀୟ ଗୀତ ସହ ଜଡିତ ଖାସ୍‌ କଥା

କୌଣସି ବି ଦେଶ ପାଇଁ ‘ରାଷ୍ଟ୍ର ଗାନ’ ଏବଂ ‘ରାଷ୍ଟ୍ରୀୟ ଗୀତ’ ବହୁତ ମାଇନେ ରଖିଥାଏ। ଯାହାଦ୍ୱାରା ସେହି ଦେଶର ପରିଚୟ ଏବଂ ଛବି ଜଣାପଡିଥାଏ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ସବୁ ଦେଶର ନିିଜ ନିଜର ରାଷ୍ଟ୍ରୀୟ ଗୀତ ରହିଥାଏ, କିନ୍ତୁ ସବୁ ଦେଶର ରାଷ୍ଟ୍ରୀୟ ଗୀତର ଭାବନା ରାଷ୍ଟ୍ରଭକ୍ତି ହିଁ ହୋଇଥାଏ।

ଭାରତର ରାଷ୍ଟ୍ରୀୟ ଗୀତର ନାମ ହେଉଛି ‘ବନ୍ଦେ ମାତରମ୍‌’। ଯାହାକୁ ବଙ୍କିମ୍‌ ଚନ୍ଦ୍ର ଚାଟାର୍ଜୀଙ୍କ ଦ୍ୱାରା ଲେଖାଯାଇଥିଲା। ଏହାକୁ ବଙ୍କିମ୍‌ ଚନ୍ଦ୍ର ଚଟ୍ଟୋପାଧ୍ୟାୟ ନାମରେ ମଧ୍ୟ ଜଣାଯାଇଥାଏ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଚଳିତ ବର୍ଷ ଭାରତର ସ୍ୱାଧିନତାକୁ ୭୫ ବର୍ଷ ପୂରୁଛି। ସ୍ୱାଧିନତାର ଏହି ସ୍ୱତନ୍ତ୍ର ମଉକାରେ ଆମେ ଆପଣଙ୍କୁ କହିବାକୁ ଚାହୁଁଛୁ ଯେ ଭାରତର ରାଷ୍ଟ୍ରୀୟ ଗୀତ ବିଷୟରେ କିଛି ଅଜଣା କଥା, ଯାହା ବିଷୟରେ ବୋଧହୁଏ ବହୁତ କମ୍‌ ଲୋକ ଜାଣିଛନ୍ତି।

ଭାରତର ରାଷ୍ଟ୍ରୀୟ ଗୀତ ‘ବନ୍ଦେ ମାତରମ’। ଏବଂ ଏହାର ରଚୟିତା ହେଉଛନ୍ତି ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟ। ସେ ୧୮୭୫ ମସିହାରେ ଏହି ଗୀତକୁ ଲେଖିଥିଲେ, ଯାହା ଉଭୟ ବଙ୍ଗଳା ଏବଂ ସଂସ୍କୃତରେ ଲେଖା ଥିଲା। ପରେ ବଙ୍କିମ୍‌ ନିଜର ପ୍ରସିଦ୍ଧ କୃତି ‘ଆନନ୍ଦମଠ’ରେ ମଧ୍ୟ ଏହାକୁ ଯୋଡି ଦେଇଥିଲେ। ସ୍ୱାଧିନତା ପାଇଁ ଲଢ଼େଇ ସମୟରେ ଏହି ଗୀତ ସେନାମାନଙ୍କ ପାଇଁ ପ୍ରେରଣାର ସ୍ରୋତ ରୂପରେ ସମର୍ପିତ କରାଗଲା।

ଏହି ଗୀତର ପ୍ରତିଟି ଧୂନରେ ଦେଶଭକ୍ତିର ଭାବନା ଝଲସୁଥାଏ ଏବଂ ଆଜି ବି ଏହି ଗୀତ ଦେଶର ସୁରକ୍ଷା ପାଇଁ ଲଢ଼ିବାର ପ୍ରେରଣା ଦେଇଥାଏ। ଏହି ଗୀତକୁ ପ୍ରଥମ ଥର ୧୮୯୬ରେ ରବିନ୍ଦ୍ରନାଥ ଟାଗୋରଙ୍କ ଦ୍ୱାରା କଂଗ୍ରେସ ପାର୍ଟିରେ ଗାନ କରାଯାଇଥିଲା। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ରାଷ୍ଟ୍ରୀୟ ଗୀତ ୨ଟି ଶବ୍ଦ ବନ୍ଦେ ଏବଂ ମାତରମ ଉଭୟରେ ହିଁ ବହୁତ ଶକ୍ତିଶାଳୀ ଶବ୍ଦ ରୂପେ ଧରାଯାଏ। ଯାହା ପ୍ରତ୍ୟେକ ଭାରତୀୟଙ୍କୁ ଦେଶର ହିତ ପାଇଁ ଲଢ଼ିବାର ପ୍ରେରଣା ଦେଇଥାଏ।

କେବେ ଗାନ କରାଯାଏ ରାଷ୍ଟ୍ରୀୟ ଗୀତ

ରାଷ୍ଟ୍ରୀୟ ଗୀତକୁ ଦେଶର କୌଣସି ବଡ ବିଜୟ କିମ୍ବା ବଡ ଉତ୍ସବରେ ଗାନ କରାଯାଏ। ଏହାବ୍ୟତୀତ ଯେତେବେଳେ ଦେଶରେ କୌଣସି ବଡ କାର୍ଯ୍ୟକ୍ରମ ଯେମିତିକି ୧୫ ଅଗଷ୍ଟ ଏବଂ ୨୬ ଜାନୁୟାରୀ। ଏହି ଦିନରେ ମଧ୍ୟ ରାଷ୍ଟ୍ରୀୟ ଗୀତ ଗାନ କରାଯାଏ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ‘ବନ୍ଦେ ମାତରମ’ର ଅର୍ଥ ମାତୃଭୂମି ସହ ଜଡିତ ରହିଛି। ଏହାବ୍ୟତୀତ ଦେଶର ଅନ୍ୟ ରାଷ୍ଟ୍ରୀୟ ପ୍ରତିକ ଭଳି ରାଷ୍ଟ୍ରୀୟ ଗୀତ ମଧ୍ୟ ସେଠାକାର ଲୋକଙ୍କର ପରମ୍ପରା, ମାନ୍ୟତା ଏବଂ ଇତିହାସକୁ ଦର୍ଶାଇଥାଏ। ଏଥିପାଇଁ ଏହି ଦେଶର ଲୋକଙ୍କ ଠାରେ ଦେଶଭକ୍ତିର ଭାବନାକୁ ଜଗାଇବାର ମଧ୍ୟ ଏହା ସାହାଯ୍ୟ କରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.