Categories: ସ୍ପେଶାଲ

ଜାଣନ୍ତୁ ଖ୍ରୀଷ୍ଟମାସ ସହ ଜଡିତ ଏହି ରୋଚକ କଥା, ଯାହାକୁ ପୂର୍ବରୁ କେବେବି ଶୁଣିନଥିବେ ଆପଣ

ଖ୍ରୀଷ୍ଟମାସ ପର୍ବକୁ ମାତ୍ର ଗୋଟିଏ ଦିନ ବାକି ରହିଲା। ସବୁ ବର୍ଷ ୨୫ ଡିସେମ୍ବର ଦିନକୁ ବଡଦିନ ବୋଲି କୁହାଯାଏ। ଖ୍ରୀଷ୍ଟିୟାନ ଧର୍ମ ବିଶ୍ୱର ପ୍ରମୁଖ ଧର୍ମ ମଧ୍ୟରୁ ଗୋଟିଏ, ଯାହାକୁ ତାବଇନ ଇସାଇ ବୋଲି କୁହାଯାଏ। ଖ୍ରୀଷ୍ଟିୟାନରେ ବହୁତ ସମୁଦାୟ ରହିଛି, ଯେଉଁଥିରେ ଅଛି କ୍ୟାଥୋଲିକ୍‌, ପ୍ରୋଟେଷ୍ଟଣ୍ଟ, ଆର୍ଥଡକ୍ସ, ମାରୋନି ଆଦି। ଖ୍ରୀଷ୍ଟିୟାନ ଧର୍ମର ପ୍ରବର୍ତ୍ତକ ଯୀଶୁଖ୍ରୀଷ୍ଟଙ୍କର ଜନ୍ମ ରୋନମ ସାମ୍ରାଜ୍ୟରେ ଗ୍ୟାଲିଲୀ ପ୍ରାନ୍ତର ନଜରଥରେ ହୋଇଥିଲା।

ଏହି ଦିନରେ ସାଣ୍ଟା କ୍ଲଜଙ୍କର ଏକ ଅଲଗା ହିଁ ମହତ୍ତ୍ୱ ରହିଛି ଏବଂ ପିଲାମାନେ ଗିଫ୍ଟ, ଚକୋଲେଟ୍‌ ଏବଂ ଖେଳଣା ନେବା ପାଇଁ ସାଣ୍ଟା କ୍ଲଚକୁ ବହୁତ ପସନ୍ଦ କରିଥାନ୍ତି। ଖ୍ରୀଷ୍ଟମାସର ପର୍ବରେ କେକର ଖାସ୍‌ ମହତ୍ତ୍ୱ ରହିଛି ଏବଂ ଏହି ଦିନରେ ଲୋକମାନେ ଜଣେ ଜଣଙ୍କୁ କେକ ଖୁଆଇ ପର୍ବକୁ ପାଳନ କରିବାକୁ ଭଲ ପାଇଥାନ୍ତି। ଆଜି ଆମେ ଆପଣଙ୍କୁ ଖ୍ରୀଷ୍ଟମାସ ପର୍ବ ସହିତ ଜଡିତ କିଛି ଏମିତି ରୋଚକ କଥା ବିଷୟରେ ଜଣାଇବୁ ଯାହାକୁ ଆପଣ ବୋଧହୁଏ ଆଗରୁ କେବେବି ଜାଣିନଥିବେ କି ଶୁଣିନଥିବେ।

-ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଦୁନିଆରେ ଖ୍ରୀଷ୍ଟମାସ ସେଲିବ୍ରେସନ ୨୫ ଡିସେମ୍ବରକୁ କରାଯାଏ କିନ୍ତୁ ଜର୍ମାନୀରେ ୨୪ ଡିସେମ୍ବରରେ ଏହି ପର୍ବକୁ ସେଲିବ୍ରେଟ କରାଯାଏ।

-କୁହାଯାଏ ଯେ ଯୀଶୁଖ୍ରୀଷ୍ଟଙ୍କର ଜନ୍ମର କୌଣସି ବାସ୍ତବିକ ତାରିଖର ପ୍ରମାଣ କିମ୍ବା ତଥ୍ୟ ମିଳିନାହିଁ କିନ୍ତୁ ୨୫ ଡିସେମ୍ବରରେ ଲୋକମାନେ ବହୁତ ଖୁସିରେ ଏହି ପର୍ବକୁ ପାଳନ କରନ୍ତି ଏବଂ ଏହି ଦିନରେ ଘରେ ପୂଜା ପ୍ରାର୍ଥନା ମଧ୍ୟ କରାଯାଏ।

-ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ସାଣ୍ଟା କ୍ଲଜର କାହାଣୀ ଯୀଶୁଖ୍ରୀଷ୍ଟଙ୍କର ଜନ୍ମ ସହିତ କୌଣସି ସମ୍ବନ୍ଧ ନାହିଁ। କିନ୍ତୁ ତାଙ୍କୁ ସମସ୍ତେ ଖ୍ରୀଷ୍ଟମାସର ପିତା ବୋଲି କୁହାଯାଏ।

-ଚତୁର୍ଥ ଖ୍ରୀଷ୍ଟାବ୍ଦରେ ତୁର୍କିସ୍ତାନର ମୀରା ନାମକ ସହରରେ ବିଶପ ସନ୍ତ ନିକୋଲସ୍‌ ନାମରେ ସାଣ୍ଟା କ୍ଲଜର ପ୍ରଚଳନ ଆରମ୍ଭ ହୋଇଥିଲା। ଏହିଦିନରେ ସେ ଗରିବ ପିଲାମାନଙ୍କୁ ଗିଫ୍ଟ ଏବଂ ମିଠା ଦେଇଥାନ୍ତି। ସେବେଠାରୁ ଏହି ଦିନରେ ସାଣ୍ଟା କ୍ଲଜଙ୍କୁ ତିଆରି କରାଯାଏ।

-ବ୍ରିଟେନରେ ଖ୍ରୀଷ୍ଟମାସର ପୂର୍ବଦିନକୁ ବକ୍ସିଂ ଡେ ପାଳନ କରାଯାଏ ଏବଂ ଏହାକୁ ଫିଷ୍ଟ ଅଫ୍‌ ସେଣ୍ଟ ଷ୍ଟିଫେନ୍ସ ମଧ୍ୟ କୁହାଯାଏ।

-ଖ୍ରୀଷ୍ଟମାସ ଟ୍ରୀକୁ ଖୁବ୍‌ ପବିତ୍ର ବୋଲି ଧରାଯାଏ ଏବଂ ୟୁଏସରେ ସବୁ ବର୍ଷ ୨୪ ଡିସେମ୍ବର ଦିନ ୧୮୫୦ରୁ ଅଧିକ ମାତ୍ରାରେ ଏହି ଟ୍ରି ବିକ୍ରି କରାଯାଏ।

-ଆମେରିକାରେ ପ୍ରତ୍ୟେକ ବର୍ଷ ୨୦ ହଜାରରୁ ଅଧିକ ସାଣ୍ଟା କ୍ଲଜ୍‌ ତିଆରି କରାଯାଏ, ଯିଏ ପିଲାମାନଙ୍କୁ ଗିଫ୍ଟସ୍‌ ଦିଅନ୍ତି।

-ଖ୍ରୀଷ୍ଟିୟାନ ମାନଙ୍କର ଗୁରୁ ପ୍ରଭୁ ଯୀଶୁଖ୍ରୀଷ୍ଟ ଅଟନ୍ତି।

-ଖ୍ରୀଷ୍ଟିୟାନ ମାନଙ୍କର ପ୍ରମୁଖ ଗ୍ରନ୍ଥର ନାମ ବାଇବେଲ।

-ଯୀଶୁଖ୍ରୀଷ୍ଟଙ୍କର ଜନ୍ମ ଜେରୁସଲମ ପାଖରେ ବ୍ୟାଥଲେହମରେ ହୋଇଥିଲା।

-ଯୀଶୁ ଖ୍ରୀଷ୍ଟଙ୍କର ମା’ଙ୍କ ନାମ ମେରୀ ଏବଂ ପିତାଙ୍କ ନାମ ଯୋସେଫ।

-ଯୀଶୁଙ୍କର ପ୍ରଥମ ଦୁଇ ଶିଶୁ ଥିଲେ ପିଟର ଏବଂ ଆଣ୍ଡ୍ରୟୁ।

Pritiparna

Recent Posts

ଜୁନ ୨୨ରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣମୀ, ଲାଗୁ ହେବ ଟ୍ରାଫିକ କଟକଣା

ପୁରୀ : ଜୁନ ୨୨ରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣମୀ । ୧୦୮ ଗଡୁ ସୁବାସିତ ଜଳରେ ଦିବ୍ୟସ୍ନାନ କରିବେ ମହାପ୍ରୠୁ…

33 mins ago

ବାଲେଶ୍ବର ସହରରେ ୧୯ ତାରିଖ ମଧ୍ୟରାତ୍ରି ଯାଏ କର୍ଫ୍ୟୁ, ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ

ବାଲେଶ୍ବର : ବାଲେଶ୍ବର ସହରରେ କର୍ଫ୍ୟୁ ପରେ ୪୮ ଘଣ୍ଟା ପାଇଁ ସୋସିଆଲ ମିଡିଆ ବନ୍ଦ । ଗୋଷ୍ଠୀ ସଂଘର୍ଷ…

49 mins ago

ବରଗଡ଼ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଓଡ଼ିଶାର ଚାଷୀଙ୍କୁ ପିଏମ୍ କିଷାନ ସମ୍ମାନ ନିଧି କିସ୍ତି ପ୍ରଦାନ କଲେ

ବରଗଡ଼ : ସେପଟେ ଓଡ଼ିଶାର ଚାଷୀଙ୍କୁ ପିଏମ୍ କିଷାନ ସମ୍ମାନ ନିଧି କିସ୍ତି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ…

1 hour ago

ଅଟୋ ଓଲଟି ଡ୍ରାଇଭର ସମେତ ୫ ଆହାତ, ମେଡିକାଲରେ ଭର୍ତ୍ତି

ଆସ୍କା : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଜାନିବିଲି ଗ୍ରାମ ନିକଟରେ ଯାତ୍ରୀବାହି ଅଟୋ ଓଲଟି ଡ୍ରାଇଭର ସମେତ ୫…

2 hours ago

ଦିଲ୍ଲୀରୁ ୪ ଲକ୍ଷ ଟଙ୍କା ଓ ୭୦ ଲକ୍ଷର ହୀରା ସୁନା ଗହଣା ଚୋରି କରିଥିଲେ ସୋରରୁ ତିନି ଜଣଙ୍କୁ ବାନ୍ଧିଲା ପୋଲିସ

ସୋର(କେନ୍ୟୁଜ୍‌): ଦିଲ୍ଲୀରେ ଚଳାଇଥିଲେ ଲୁଟ୍‌ର ଆତଙ୍କ । କୋଟି କୋଟି ଟଙ୍କା ଲୁଟି ଦିଲ୍ଲୀରୁ ଛୁ ମାରିଥିଲେ । ସେ…

2 hours ago

ଭିଜିଲାନ୍ସ ହାତରେ ଆରଆଇ, ଲାଞ୍ଚ ନେବା ଅଭିଯୋଗରେ ଗିରଫ

ସମ୍ବଲପୁର: ପୂର୍ବରୁ ଧରାପଡିଥିଲେ, ପୁଣି ଧରା ହେଲେ । ଲାଞ୍ଚ ନେବା ଅଭିଯୋଗରେ ନାକଟିଦେଉଳ ବ୍ଲକ ଡଇଁଚା ପଞ୍ଚାୟତର ଆରଆଇ…

3 hours ago