ଭାରତରେ ଜନ୍ମ ଦୈନନ୍ଦିନ ବ୍ୟବହାର ଜିନିଷ , ଯାହା ଆପଣଙ୍କୁ ମଧ୍ୟ ନଥିବ ଜଣା

ପୌରାଣିକ ତଥ୍ୟ ଏବଂ ସଂସ୍କୃତିର ଅନେକ ଝଲକ ଭାରତରେ ଦେଖିବାକୁ ମିଳିଥାଏ। ଏପରିକି ଇଂରାଜୀର ଅନେକ ଶବ୍ଦର ଆରମ୍ଭ ମଧ୍ୟ ସଂସ୍କୃତରୁ ସୃଷ୍ଟି ହୋଇଥିବା ପ୍ରାମଣିତ ହୋଇସାରିଛି। ତେବେ ଆପଣ ଜାଣିଛନ୍ତି କି ଦେଶବିଦେଶରେ ଦୈନନ୍ଦିନ ଜୀବନରେ ବ୍ୟବହାର କରାଯାଉଥିବା ଏପରି ଅନେକ ଜିନିଷ ରହିଛି ଯାହାର ଜନ୍ମ ଭାରତରେ ହୋଇଥିଲା। ଆଜି ଆମେ ଆପଣଙ୍କୁ ତାହା ବିଷୟରେ ଜଣାଇବାକୁ ଯାଉଛୁ।

ଫ୍ଲସ୍ ଟଏଲେଟ୍ :

toilet

ବର୍ତ୍ତମାନ ଦେଶରେ ବହୁଳ ମାତ୍ରାରେ ସ୍ୱଚ୍ଛତା ଉପରେ ଧ୍ୟାନ ଦିଆଯାଉଥିବା ବେଳେ ଏହାର ଆରମ୍ଭ ଭାରତରେ ୫୦୦୦ବର୍ଷ ପୂର୍ବରୁ ଆରମ୍ଭ କରାଯାଇଥିଲା। ଏହି ସମୟରେ ଦେଶରେ ପ୍ରଥମେ ଫ୍ଲସ୍ ଟଏଲେଟର ବ୍ୟବହାର ଆରମ୍ଭ କରାଯାଇଥିଲା। ଇତିହାସରେ ବର୍ଣ୍ଣିତ ମହେଞ୍ଜୋଦାର ସହର ସଂପୂର୍ଣ୍ଣ ଭାବେ ବିକଶିତ ରହିଥିଲା। ଏହା ଏପରି ଏକ ସହର ଥିଲା ଯେଉଁଠାରେ ସବୁଠାରୁ ଭଲ ଡ଼୍ରେନେଜ୍ ବ୍ୟବସ୍ଥା ରହିଥିଲା। ସେହି ସମୟରେ ବହୁତ ଭଲ ଇଞ୍ଜିନିୟର ଥିବା ମଧ୍ୟ କୂହାଯାଇଥାଏ।

ସାମ୍ପୁ :

shampoo

କେଶକୁ ସଫା କରିବା ପାଇଁ ଦୈନନ୍ଦିନ ଜୀବନରେ ବ୍ୟବହାର କରାଯାଇଥାଏ। ତେବେ ଆପଣ ଜାଣିଛନ୍ତି, ୧୭ତମ ଶତାବ୍ଦୀରୁ ଭାରତରେ ସର୍ବପ୍ରଥମେ ସାମ୍ପୁର ବ୍ୟବହାର କରାଯାଇଥାଏ। କେଶରେ ତେଲ ଲଗାଇବାକୁ ଚମ୍ପି କୁହାଯାଉଥିଲା ଯାହା ସମୟକ୍ରମେ ବିଦେଶକୁ ଯିବା ଭିତରେ ହୋଇଯାଇଥିଲା ସାମ୍ପୁ।

ଶୂନ :

zero

ଶୂନର ଆବିଷ୍ମାର ଭାରତରେ ବୈଜ୍ଞାନିକ ଆର୍ୟ୍ୟଭଟ୍ଟଙ୍କ ଦ୍ବାରା ହୋଇଥିଲା। ଶୂନ ବିନା ଗଣିତର ଯେକୌଣସି ବାଇନରୀ ସିଷ୍ଟମ ଅଧୁରା।ଏହା ଛଡ଼ା ଶୂନ ବିନା କୌଣସି ହିସାବ ବା କହିବାକୁ ଗଲେ ଜୀବନ ଅସମ୍ଭବ। ଶୂନ ଯେକୌଣସି ସଂଖ୍ୟାର ମହତ୍ତ୍ବ ଦ୍ବିଗୁଣ କରିଥାଏ।

ସାପ-ଶିଢ଼ି ଖେଳ :

snake

ଲୁଡ଼ୋର ପଛ ପଟରେ ରହିଥିବା ସାପ- ସିଢ଼ି ଖେଳ ଅନେକଙ୍କ ମନପସନ୍ଦ। ଏହାକୁ ଖାଲି ଭାରତ ନୁହଁ ବରଂ ବିଦେଶରେ ମଧ୍ୟ ଲୋକ ଖାଲି ସମୟରେ ଖେଳିବାକୁ ପସନ୍ଦ କରିଥାନ୍ତି। ଏହି ମଜାଳିଆ ଖେଳ ଭାରତରୁ ବ୍ରିଟେନ ଯାଇଥିଲା ଏବଂ ପରେ ସାରା ବିଶ୍ବରେ ପ୍ରଚାର ହୋଇଥିଲା । ଏହି ଖେଳକୁ ୧୩ ଶତାବ୍ଦୀରେ ମୋକ୍ଷପଟ ନାମରେ ଜଣାଯାଉଥିଲା।

ପ୍ଲାଷ୍ଟିକ୍ ସର୍ଜରୀ :

surgery

ଦୁଇ ହଜାର ବର୍ଷ ପୁର୍ବେ ସବୁଠାରୁ ପ୍ରଥମେ ପ୍ଲଷ୍ଟିକ ସର୍ଜରୀ ଆରମ୍ଭ କରାଯାଇଥିଲା। ସୁଶୁତ୍ର ଋଷି ସେହି କାଳରେ ସର୍ଜରୀ ପାଇଁ କିଛି ଏପରି ଭିଡ଼ିଓ ବ୍ୟବହାର କରୁଥିଲେ ଯାହା ବର୍ତ୍ତମାନ ଯୁଗରେ ଅନ୍ତ୍ରପ୍ରଚାର ପାଇଁ ବ୍ୟବହାର କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.