ଲଞ୍ଚ୍‌ ହେଲା ଦୀର୍ଘ ସମୟ ଧରି ଚାଲିପାରୁଥିବା ପିରିୟଡ୍‌ ଅଣ୍ଡରୱେୟାର, ଜାଣନ୍ତୁ ଏହା କେମିତି କରେ କାମ

ମାସିକ ଧର୍ମ ବେଳେ ମହିଳାଙ୍କ ସ୍ୱଚ୍ଛତାକୁ ଦୃଷ୍ଟିରେ ରଖି ଏନ୍ସି ଜନ୍‌ ଆଣ୍ଡ ସନ୍ସ ଲଞ୍ଚ୍‌ କରିଛି ଅନ୍‌ମୋଡା ପିରିୟଡ୍‌ ଅଣ୍ଡରୱେୟାର। ଏହା ସାନିଟାରୀ ପ୍ୟାଡ୍‌ ଓ ଟେମ୍ପୋନ୍‌ ଭଳି ପିରିୟଡ୍‌ରେ ରକ୍ତସ୍ରାବକୁ ରୋକିବା ପାଇଁ ଏକ ଆରାମଦାୟକ ବିକଳ୍ପ।

ଏହି ପିରିୟଡ୍‌ ଅଣ୍ଡରୱେୟାରକୁ ଏକ ସ୍ୱତନ୍ତ୍ର ଢଙ୍ଗରେ ତିଆରି କରାଯାଇଛି। ଏହା ଦୀର୍ଘ ସମୟ ଧରି ରକ୍ତସ୍ରାବ ରୋକିବାରେ ସାହାଯ୍ୟ କରିବା ସହ ଏହାକୁ ଧୋଇବା ପରେ ପୁଣିଥରେ ମଧ୍ୟ ବ୍ୟବହାର କରିହେବ। ୪ ପରସ୍ତଯୁକ୍ତ ଏହି ପିରିୟଡ୍‌ ଅଣ୍ଡରୱେୟାର ଦୁର୍ଗନ୍ଧରହିତ ହେବା ସହ ଲିକେଜ୍‌ ଓ ଦାଗ ସମସ୍ୟାରୁ ବି ମୁକ୍ତି ଦିଏ। ଏଥିସହ ଏହା ଆଣ୍ଟିବ୍ୟାକ୍ଟେରିଆଲ୍‌ ପ୍ରୋଟେକ୍ସନ୍‌ ଦିଏ ବୋଲି ମଧ୍ୟ କମ୍ପାନୀ ଦାବି କରିଛି।

ମାସିକ ଧର୍ମ ବେଳେ ସ୍ୱଚ୍ଛତା ସହ ଜଡ଼ିତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ବ୍ରାଣ୍ଡ ଏହି ଉତ୍ପାଦ ତିଆରି କରିଛି। ଏବେ ମାସିକ ଧର୍ମ ପାଇଁ ବ୍ୟବହାର ହେଉଥିବା ପ୍ୟାଡ୍‌ ପରିବେଶ ପାଇଁ ଘାତକ ହୋଇଥିବାରୁ କମ୍ପାନୀ ଏହି ରିୟୁଜେବଲ୍‌ ପ୍ୟାଣ୍ଟ ତିଆରି କରିଛି। ଏହାକୁ ଦୀର୍ଘ ଦିନ ଯାଏଁ ଧୋଇ ଶୁଖାଇ ବ୍ୟବହାର କରିହେବ। ଏହି ପ୍ୟାଣ୍ଟ ମହିଳାଙ୍କ ଜୀବନ ଶୈଳୀ ଉପରେ ସକାରାତ୍ମକ ପ୍ରଭାବ ପକାଇବ ବୋଲି କମ୍ପାନୀର ସିଇଓ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.